Advertisment

ସୋସିଆଲ ମିଡିଆରେ ଚର୍ଚ୍ଚା: ମହାଡ୍ରାମାରେ ଗୋପାଳ ହିରୋ !

ନବ ଦାସ ସଂପର୍କିତ ଖବରର ଅପଡେଟ୍ ଭିଡିଓ କିମ୍ବା ଫଟୋ ପୋଷ୍ଟ କଲେ, ସେଥିରେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ନିଜ ମତ ଦେବାର ମୌକା ଛାଡୁନାହାଁନ୍ତି। ଯେମିତି ଓଟିଭିର ଫେସବୁକ୍, ଟ୍ୱିଟର ଓ ୟୁଟ୍ୟୁବରେ ପୋଷ୍ଟ ହୋଇଥିବା, ଗୋପାଳ କ୍ରାଇମ୍ ସିନ୍ ରିକ୍ରିଏସନର କିଛି ଫଟୋରେ ଲୋକେ ଦେଇଛନ୍ତି ଏମିତି ମତ…

author-image
Sarbeswar
ଅଦ୍ୟତନ ହୋଇଛି
Social Media's Comment Section Flooded With Lots Of Oponion

Social Media

ନବ ଦାସ ହତ୍ୟା ଘଟଣା ଓ ଅଭିଯୁକ୍ତ ଗୋପାଳକୁ ନେଇ ଉଠୁଚି ପଡୁଛି ସୋସିଆଲ୍ ମିଡିଆ। ଟିଭି ଖବର କାଗଜରେ ଖବର ଯେତିକି ରୋଚକ ନୁହେଁ, ଫେସବୁକ୍, ୟୁଟ୍ଯୁବ୍ ଓ ଟ୍ୱିଟର ପରି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସାଧାରଣ ଲୋକଙ୍କ ମତ ପଢ଼ିଲେ ଆପଣଙ୍କ ମୁଣ୍ଡ ଟିଣ ହେଇଯିବ। କିଛି କିଛି ଏଥିରୁ ତଥ୍ୟଧର୍ମୀ ହୋଇଥିବା ବେଳେ ଆଉ କିଛି ଆପଣଙ୍କୁ ହସେଇ ହସେଇ ପେଟ ବଥା କରିଦେବ। ନବ ଦାସ ସଂପର୍କିତ ଖବରର ଅପଡେଟ୍ ଭିଡିଓ କିମ୍ବା ଫଟୋ ପୋଷ୍ଟ କଲେ, ସେଥିରେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ନିଜ ମତ ଦେବାର ମୌକା ଛାଡୁନାହାଁନ୍ତି। ଯେମିତି ଓଟିଭିର ଫେସବୁକ୍, ଓଟିଭି ଟ୍ୱିଟରଓଟିଭି ୟୁଟ୍ୟୁବ ରେ ପୋଷ୍ଟ ହୋଇଥିବା, ଗୋପାଳ କ୍ରାଇମ୍ ସିନ୍ ରିକ୍ରିଏସନର କିଛି ଫଟୋରେ ଲୋକେ ଦେଇଛନ୍ତି ଏମିତି ମତ…

Advertisment

ମଣ୍ଟୁ ବାବୁ ଲେଖିଛନ୍ତି- ''ଏହି ନାଟକ ସମୟରେ ଗୋପାଳକୁ ଖାଲି ବନ୍ଧୁକ ନଦେଇ ୬ ରାଉଣ୍ଡ ଗୁଳି ଭର୍ତ୍ତି ବନ୍ଧୁକଟିଏ ଦେଇଥିଲେ, ସମଗ୍ର ମନୁଷ୍ୟ ସମାଜ ତଥା ୩୩ କୋଟି ଦେବାଦେବୀ ମଂଚ ଉପରେ ନାଟକ ଦେଖି ଖୁସି ହେଇଥାନ୍ତେ।''

Social Media Reaction(Social Media Reaction)

ସେହିପରି ବଳରାମ ସାହୁ ଲେଖିଛନ୍ତି- ''କଣ ଫିଲ୍ମ ସୁଟିଂ ହେଉଛି....ଏହା ବୋଧେ ଅରୁଣ ବୋଥ୍ରାଙ୍କ ଡିରେକ୍ସନରେ ଚାଲିଛି। ଆଉ ଏଥିରେ ନବୀନ ପଟ୍ଟନାୟକ ପ୍ରଡ୍ୟୁସର, ଗୋପାଳ ହିରୋ, ଆଉ ଭିଲେନ୍ ନବ ଦାସ।''

Advertisment

ସେହିପରି ସଂଜିତ ସାମଲ ଛୋଟିଆ କମେଣ୍ଟଟିଏ ଦେଇ ଲେଖିଛନ୍ତି- ''କୋଣାର୍କ ଗଣନାଟ୍ୟ।''

ସତ୍ୟରଂଜନ ଏକ ରୋଚକ କମେଣ୍ଟ ଦେଇ ଲେଖିଛନ୍ତି- ''ଓଡ଼ିଶା ପୋଲିସର ତଦନ୍ତ ଦେଖିଲେ ଆମେ ପିଲାବେଳେ ଗାଁରେ ଯେଉଁ ଚୋର ପୋଲିସ୍ ଖେଳ ଖେଳୁ, ମନେ ପଡ଼ିଯାଉଛି।''

ଜଣେ ଫେସବବୁକ୍ ୟୁଜର୍ସ ଲେଖିଛନ୍ତି- ''ଗୋପାଳକୁ ଆଉଜଣେ ମନ୍ତ୍ରୀଙ୍କୁ ଦିଅ, ଭଲ ଡେମୋ କରି ଦେଖାଇବ।''

NABA DAS REACTION(NABA DAS REACTION)

ଆଉ ଜଣେ ଲେଖିଛନ୍ତି- ''ଓଃ ଓଡିଶା କ’ଣ ନଦେଖିଲା। ଦିଲ୍‌ ସେ ସାଲ୍ୟୁଟ ଗୋପାଳ ବାବୁ।''

ଆଉ ଜଣେ ୟୁଜର୍ସ ଲେଖିଛନ୍ତି- ''ଘଟଣାରେ ପ୍ରକୃତରେ ଦୋଷୀ କିଏ ତାହା ଏଯାଏଁ ଜଣାପଡିନି। କିନ୍ତୁ ମିଡିଆରେ ହାଇଲାଇଟ୍‌ ହେବା ପରେ, ନୂଆ କାହାଣୀ ନେଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଗୋପାଳ। ପୁଣି ଆଉ ଜଣେ ବିଜେଡି ସରକାରକୁ ଟାର୍ଗେଟ୍‌ କରି ଲେଖିଛନ୍ତି- କରି କରାଉଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ।''

ଦର୍ଶକବନ୍ଧୁ, ସୋସିଆଲ୍ ମିଡିଆ ହେଉଛି, ସାଧାରଣ ଲୋକଙ୍କ ଖବର କାଗଜ ଓ ଟିଭି। ଏଠି ସେମାନେ ହେଉଛନ୍ତି ସାମ୍ବାଦିକ, ସେମାନେ ବି ପାଠକ। କୌଣସି ଚର୍ଚ୍ଚିତ ଘଟଣାକୁ ନେଇ ତଳ ସ୍ତରରେ ଥିବା ସାଧାରଣ ଲୋକ କଣ ଭାବୁଛନ୍ତି, ତାହା ଏଇଠୁ ହିଁ ଜଣାପଡ଼ି ଯିବ।

Twitter Facebook Otv Social Media
Advertisment
Advertisment