• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେତେବେଳେ ରୋଗୀ ଚିକିତ୍ସା ତ ଆଉ କେତେବେଳେ ରଂଗମିସ୍ତ୍ରୀ । ଆଉ ଅନ୍ୟ ସମୟରେ ସିକ୍ୟୁରିଟି ଗାର୍ଡ । ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଦେଖିବାକୁ ମିଳିଛି ସାଂଘାତିକ ତ୍ରୁଟି । କେତେବେଳେ ମେଡିକାଲର ଅସ୍ଥାୟୀ ସୁରକ୍ଷାକର୍ମୀ ରୋଗୀ ଚିକିତ୍ସା କରୁଛନ୍ତି ତ ଆଉ କେତେବେଳେ ହସ୍ପିଟାଲରେ ରଂଗ ମାରୁଥିବା ଦେଖିବାକୁ ମିଳିଛି । ଆଉ ଅନ୍ୟ ସମୟରେ ସିକ୍ୟୁରିଟି କାମ କରୁଛନ୍ତି ।

ଏଭଳି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ । ସିକ୍ୟୁରିଟି ଦାୟିତ୍ୱରେ ଥିବା ଉଭୟ ମହିଳା ଓ ପୁରୁଷ ଗାର୍ଡ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି । ସୋସିଆଲ ମିଡିଆରେ ଏନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ମେଡିକାଲ କତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ସେମାନଙ୍କୁ ଚେତାବନୀ ଦିଆଯାଇଛି ବୋଲି କହିଛନ୍ତି ଉପଖଣ୍ଡ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ସରୋଜିନୀ ପ୍ରଧାନ । ତେବେ ଦାୟିତ୍ୱରେ ଥିବା ଡାକ୍ତର କିମ୍ବା ଅନ୍ୟ କର୍ମଚାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେନେଇ କିଛି ଉତ୍ତର ସେ ରଖିନାହାନ୍ତି ।