Advertisment

ଅଫିସରଙ୍କୁ ଦେଖି ସିଟ୍‌ରୁ ଉଠିଲେନି କି ଚେୟାର ଦେଲେନି ଡାକ୍ତର, ଗିରଫ ଧମକ ଦେଲେ SDM

SDM  ସ୍ୱାତୀ ଶୁକ୍ଳା ହାରଦୋଇର ଏକ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଡାକ୍ତର ନିଜ ଚେୟାରରୁ ଉଠି ଛିଡା ହେଲେନି କି ତାଙ୍କୁ ବସିବା ପାଇଁ ନିଜ ଚେୟାର ବି ଅଫର କଲେନି। ଏହି ଘଟଣାରେ ଦେଖି ଖୁବ ରାଗି ଯାଇଥିଲେ ଶୁକ୍ଳା ଯାହାର ଭିଡିଓ ଟୁଇଟରରେ ଭାଇରାଲ ହୋଇଛି।

author-image
Minati Mishra
ଅଦ୍ୟତନ ହୋଇଛି
UP SDM Swati Shukla's Viral Video

SDM

ଚେୟାରର ପାୱାର କିଏ ବା ନ ଜାଣେ । ଏ ଚେୟାରରେ ବସିଥିବା ବଡବଡିଆମାନେ ହିଁ ଏହାର ପାୱାରକୁ ନେଇ ଖେଳି ପାରିବେ। ବେଳେବେଳେ ପାୱାରର ସମ୍ମାନ ପାଇଁ ଚେୟାରଟିଏ ଖୋଜାପଡେ। କାରଣ ପାୱାରକୁ ଚେୟାର ନ ଦେଲେ ରାଗିଯିବ ଯେ ! ଠିକ ଏମିତି ଏକ ଘଟଣା ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଘଟଣା ଘଟିଛି ଉତ୍ତର ପ୍ରଦେଶର ଏକ ଡାକ୍ତରଖାନାରେ । SDM  ସ୍ୱାତୀ ଶୁକ୍ଳା ହାରଦୋଇର ଏକ ଡାକ୍ତରଖାନାକୁ ଯାଇଥିଲେ। ସେ ଅଭିଯୋଗ କରିଛନ୍ତି, ସେଠାରେ ଡାକ୍ତର ନିଜ ଚେୟାରରୁ ଉଠି ଛିଡା ହେଲେନି କି ତାଙ୍କୁ ବସିବା ପାଇଁ ନିଜ ଚେୟାର ବି ଅଫର କଲେନି। ଏହି ଘଟଣା ଦେଖି ଖୁବ ରାଗି ଯାଇଥିଲେ ଶୁକ୍ଳା ଯାହାର ଭିଡିଓ ଟୁଇଟରରେ ଭାଇରାଲ ହୋଇଛି।

Advertisment

ଭିଡିଓଟି ଜଣେ ସାମ୍ବାଦିକ ନିଜ ଟୁଇଟର ପେଜରେ ସେୟାର କରିଛନ୍ତି। ଭାଇରାଲ ଭିଡିଓ ରେ SDM ସ୍ୱାତୀ ଶୁକ୍ଳାଙ୍କୁ ଖୁବ୍‌ ରାଗି ଯାଇଥିବା ଅବସ୍ଥାରେ ଦେଖିବାକୁ ମିଳିଛି। ଭିଡିଓର କ୍ୟାପ୍ସନରେ ଉଲ୍ଲେଖ ରହିଛି ପ୍ରକୃତ ଘଟଣା କ’ଣ । ସାମ୍ବାଦିକ ଜଣକ ଲେଖିଛନ୍ତି, SDM ସ୍ୱାତୀ ଶୁକ୍ଳାଙ୍କୁ ୟୁପି ହରଦୋଇର ଏକ ଡାକ୍ତରଖାନାରେ  ଅପମାନିତ କରାଯାଇଥିଲା। ସେ ଏକ ଡାକ୍ତରଖାନାକୁ ଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କ ଚେୟାର SDMଙ୍କୁ ଅଫର କଲେନି। ବାସ୍‌, ରାଗିଗଲେ SDM ଶୁକ୍ଳା ।  ଚେୟାର ଦିଆ ନ ଯିବା ଘଟଣା ଖୁବ୍‌ ଅପମାନଜନକ ଥିଲା ତାଙ୍କ ପାଇଁ।

ଏହି ଭିଡିଟିରେ ଆହୁରି ଦେଖିବାକୁ ମିଳୁଛି SDM ଶୁକ୍ଳା CMOଙ୍କୁ ଫୋନ କରୁଛନ୍ତି। ଫୋନରେ ଏକଥା କହୁଥିବାର ଶୁଣାଯାଉଛି ଯେ, ଏ ଲୋକମାନଙ୍କୁ ମ୍ୟାନର ଶିଖାନ୍ତୁ। । ଏହାବ୍ୟତୀତ ସେ ଡାକ୍ତରମାନଙ୍କୁ ମ୍ୟାନର ଶିଖାଇବା ପାଇଁ କାହାକୁ ନିର୍ଦ୍ଦେଶ ଦେଉଥିବା ଶୁଣିବାକୁ ମିଳୁଛି। ଭିଡଓଟି ଏତିକିରେ ସରିନି। ଶୁକ୍ଳା ଉକ୍ତ ଡାକ୍ତରଙ୍କୁ ଧମକ ଦେଇ ଗରିଫ କରିବା କଥା ବି କହୁଛନ୍ତି। ସେ କହୁଛନ୍ତି, ଆଉ ଥରେ ଏମିତି କାମ କଲେ ଟାଣି ଟାଣି ନେଇ ଥାନାରେ ଭର୍ତ୍ତି କରିଦେବି।

Advertisment

ସିଂହ ତାଙ୍କ କ୍ୟାପ୍ସନରେ ଆହୁରି ଲେଖିଛନ୍ତି, SDM ଶୁକ୍ଳା CMOଙ୍କୁ କଲ କରି ଧମକ ଦେଉଛନ୍ତି ଯେ, ‘ଯଦି ସେ ଡାକ୍ତର ଏମିତି ପୁନର୍ବାର କରନ୍ତି ତେବେ ତାଙ୍କୁ ପୋଲିସ ଷ୍ଟେସନକୁ ଟାଣି ନେଇଯିବି।’

ତେବେ ସମ୍ପୂର୍ଣ୍ଣ ଘଟଣା ଥିଲା ଏମିତି। SDM ଶୁକ୍ଳା ଏକ ସରକାରୀ ଡାକ୍ତରଖାନାକୁ ଯାଇଥିଲେ। ବିଷପାନ କରି ଗୁରୁତର ଅବସ୍ଥାରେ ପଡିଥିବା ଜଣେ ମହିଳାଙ୍କ ମତାମତ ଆଣିବା ପାଇଁ SDM ଯାଇଥିଲେ। ପ୍ରଥମେ ସେ ଡାକ୍ତର ଚନ୍ଦ୍ରକାନ୍ତାଙ୍କ କ୍ୟାବିନକୁ ଯାଇଥିଲେ ଏ ବିଷୟରେ ଜଣାଇବା ପାଇଁ । ହେଲେ କ୍ୟାବିନ ଭିତରେ ପଶିବା କ୍ଷଣି ସେ ରାଗି ଯାଇ ପାଟି କରିବାକୁ ଲାଗିଲେ। କାରଣ ଡ. ଚନ୍ଦ୍ରକାନ୍ତ SDMଙ୍କୁ ଦେଖି ଛିଡ଼ା ହେଲେନି କିମ୍ବା ତାଙ୍କ ସିଟ୍ ଅଫର କଲେନି।

ଏହା ପରେ ଶୁକ୍ଳା ଏମର୍ଜେନ୍ସି ୱାର୍ଡର EMOଙ୍କ ଚେୟାରରେ ବସିଥିଲେ। ସେଠରେ ସେ ଚିଫ ମେଡିକାଲ ଅଫିସରଙ୍କୁ ଡକାଇ ଅଭିଯୋଗ କରିଥିଲେ। ଅନ୍ୟପକ୍ଷେ ମେଡିକାଲ କଲେଜର ପ୍ରିନ୍ସିପାଲ ଡ. ବାଣୀ ଗୁପ୍ତା କହିଛନ୍ତି, ଅଫିସର ନିୟମ ବିଷୟରେ ସେ ସଚେତନ ନାହାନ୍ତି। ସେ ସ୍ପଷ୍ଟ କରିଥିଲେ କୌଣସି ଅଫିସର ଅନ୍ୟ ଅଫିସରଙ୍କ ଚେୟାରରେ ବସି ପାରିବେ ନାହିଁ ।

Viral Video
Advertisment
Advertisment