• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋସିଆଲ ମିଡିଆରେ ପୁଣି ଭାଇରାଲ ହେଲା, ଛାତି ଥରିଗଲା ଭଳି ଭିଡିଓ । ବାପାର ଆଖି ସାମ୍ନାରେ ପୁଅକୁ ଜୀଅନ୍ତା ଖାଇଗଲା ଟାଇଗର ସାର୍କ । ଆମେ ସମସ୍ତେ ଏବେ ସୋସିଆଲ ମିଡିଆ ସହ ଖୁବ୍‌ ଜଡ଼ିତ । ସକାଳୁ ଆଖି ଖୋଲିବା ମାତ୍ରେ ଆମେ ସମସ୍ତେ ପ୍ରଥମେ ମୋବାଇଲ ଖୋଜୁଛନ୍ତି । ଆଉ ମୋବାଇଲରେ ସୋସିଆଲ ମିଡିଆରେ କିଏ କ’ଣ ପୋଷ୍ଟ କରିଛନ୍ତି, କ’ଣ ଟ୍ରେଣ୍ଡିଂ ଚାଲିଛି ସେସବୁ ଉପରେ ଆମେ ଅପ୍‌ଡେଟ୍‌ ରହୁଛନ୍ତି ।

ମୋବାଇଲ ସ୍କ୍ରଲ କରୁକରୁ ବେଳେବେଳେ ଏମିତି କିଛି ଆମ ସାମ୍ନାକୁ ଆସେ, ଯାହା ଦେଖି ଆମେ ଅଟକି ଯାଉ । ଆଉ ସେହି ଭିଡିଓକୁ ମନ ହେଲେ ବାରମ୍ବାର ବି ଦେଖୁ । ଠିକ୍‌ ସେମିତି ଏକ ଭିଡିଓ ଏବେ ଆମ ସାମ୍ନାକୁ ଆସିଛି । ଯେଉଁଥିରେ ସମୁଦ୍ର ଭିତରେ ଗୋଟିଏ ସାର୍କ ଜଣେ ଯୁବକଙ୍କୁ ଅତି ଭୟଙ୍କର ଭାବେ କାମୁଡ଼ି ଖାଉଛି ।

ସାର୍କଟି ଯେଉଁ ସ୍ଥାନରେ ମଣିଷକୁ ଖାଉଛି, ସେହି ଯାଗାର ପାଣି ରକ୍ତରେ ଲାଲ ହୋଇଯାଉଛି । ଲୋକଟି ଜୀବନ ବିକଳରେ ସାର୍କ କବଳରୁ ବର୍ତ୍ତିବାକୁ ବି ଚେଷ୍ଟା କରୁଛି । ହେଲେ ଟାଇଗର ସାର୍କ କବଳରୁ ଖସିବା ଏତେ ସହଜ ନୁହେଁ ବରଂ ଅସମ୍ଭବ କହିଲେ ଭୁଲ ହେବନି । ଭାଇରାଲ ହେଉଥିବା ଭିଡିଓଟି ଦେଖିଲେ ଆପଣ ବି କିଛି ମୁହୁର୍ତ୍ତ ପାଇଁ ଅଟକି ଯିବେ । କାରଣ ସେ ଭିଡିଓଟି ଖୁବ୍ ଭୟଙ୍କର । ବିଭିନ୍ନ ହଲିଉଡ ଫିଲ୍ମର ସିନ୍‌ ଦେଖିବା ଭଳି ଆପଣ ଅନୁଭବ କରିବେ । ହେଲେ ତାହା କିନ୍ତୁ ରିଲ୍ ନୁହେଁ ରିଅଲ୍ ।

ସବୁଠାରୁ ବଡ଼ କଥା ହେଲା, ଘଟଣାସ୍ଥଳ ପାଖାପାଖି କିଛି ବୋଟ ବୁଲୁଥିଲା । ହେଲେ ସେମାନେ ଲୋକଟିକୁ ବଞ୍ଚାଇବାକୁ ସେଠାରେ ପହଞ୍ଚିବା ପୂର୍ବରୁ ସାର୍କଟି ଲୋକର ଜୀବନ ନେଇସାରିଥିଲା । ଏହି ଘଟଣାକୁ ଦୂରରୁ ଦେଖୁଥିବା ପ୍ରତ୍ୟେକ ଲୋକ ଚିତ୍କାର କରୁଥିଲେ ଏବଂ ବଞ୍ଚାଅ ବଞ୍ଚାଅ ବୋଲି କହୁଥିଲେ । ସମସ୍ତେ ଠାକୁରଙ୍କୁ ଡାକୁଥିଲେ କେମିତି ସାର୍କ କବଳରୁ ଲୋକଟି ଉଦ୍ଧାର ପାଇଯାଉ । ହେଲେ ଯାହା ହେବା କଥା ତାହା ହୋଇସାରିଥିଲା ।

ଏହି ଘଟଣା ଇଜିପ୍ଟର ଏକ ପର୍ଯ୍ୟଟନ ସ୍ଥଳିରେ ଘଟିଛି । ସେଠାକୁ ବୁଲିବାକୁ ଆସିଥିବା ଜଣେ ପର୍ଯ୍ୟଟକଙ୍କ ସହ ଏଭଳି ଘଟିଛି । ଉକ୍ତ ପର୍ଯ୍ୟଟକଙ୍କ ବୟସ ୨୩ ବୋଲି ଜଣାପଡ଼ିଛି । ଆଉ ସବୁଠାରୁ ବଡ଼ କଥା ହେଲା, ଏହି ପୁରା ଘଟଣା ଉକ୍ତ ଯୁବକଙ୍କ ବାପାଙ୍କ ଆଖି ସାମ୍ନାରେ ଘଟିଛି । ହେଲେ ବାପାଙ୍କ ଆଖି ସାମ୍ନାରେ ପୁଅକୁ ଟାଇଗର ସାର୍କ ବାରମ୍ବାର ପାଣି ଭିତରକୁ ଟାଣି ନେଇ ରକ୍ତାକ୍ତ କରିଥିଲା । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଭିଡିଓଟି ଖୁବ୍ ଭାଇରାଲ ହେଉଛି । ଏହି ପୁରା ଘଟଣା ମାତ୍ର କିଛି ସେକେଣ୍ଡର । ଆଖି ପିଛୁଳାକେ ସାର୍କ ଉକ୍ତ ଯୁବକଙ୍କୁ କାମୁଡ଼ି ଖାଇଦେଲା ।