ସୋସିଆଲ ମିଡିଆରେ ଆମେ ପ୍ରତ୍ୟେକ ମୁହୁର୍ତ୍ତରେ କିଛି କିଛି ନା କିଛି ନୂଆ ପୋଷ୍ଟ ଦେଖୁଛେ । ଅନେକ ପୋଷ୍ଟ ଭାଇରାଲ ମଧ୍ୟ ହୋଇଥାଏ । ଅର୍ଥାତ୍ ଯେଉଁ ପୋଷ୍ଟ ୟୁଜର୍ସଙ୍କୁ ଅଧିକ ଭଲ ଲାଗେ ସେହି ପୋଷ୍ଟ ଭାଇରାଲ ହୋଇଥାଏ । କାରଣ ତାକୁ ଅନେକ ଲୋକ ଲାଇକ୍ ସେୟାର କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେମିତି ଏକ ପୋଷ୍ଟ ବିଷୟରେ କହିବୁ ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଆଉ ଆପଣଙ୍କ ମନରେ ବି ପ୍ରଶ୍ନ ଉଙ୍କି ମାରିବ । ଏହା କ’ଣ ସତରେ ।
Also Read
ଅନୀତା ନାମକ ଜଣେ ୟୁଜର, ସୋସିଆଲ ମିଡିଆ ରେ ଏକ ପୋଷ୍ଟ କରିଛନ୍ତି । ଆଉ ସେହି ପୋଷ୍ଟ ଆପଣଙ୍କୁ ବି ଚିନ୍ତା କରିବାକୁ ବାଧ୍ୟ କରିବ । ଏହା କ’ଣ ସତ ? ତାଙ୍କ ପୋଷ୍ଟରେ ସେ ଏକ ସ୍କ୍ରିନ୍ ସଟ୍ ଅପ୍ଲୋଡ୍ କରିଛନ୍ତି । ଯେଉଁଥିରେ ଲେଖା ଅଛି ୧୦୦% ଭେଜ୍ ବଟର ଚିକେନ୍ । ଏହା ଶୁଣିବା ପରେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗୁଥିବ । ଚିକେନ୍ ପୁଣି ଭେଜ୍ ହେଲା କେମିତି ?
ଅଧିକ ପଢ଼ନ୍ତୁ: ଭେଜ୍ ବାରରେ ବି ଖାଇପାରିବେ କନ୍ନନଙ୍କ ଏହି ‘ଭେଜ୍ ଚିକେନ୍ ସୌରମା’
ତେବେ କିଛି ୟୁଜର ଏହି ପୋଷ୍ଟରେ କମେଣ୍ଟ କରି କହିଛନ୍ତି, ରେଷ୍ଟୁରାଣ୍ଟ ମାଲିକ ମାନେ ସବୁବେଳେ ଚାହାନ୍ତି ତାଙ୍କର କିଛି ଆଇଟମ୍ ଲୋକପ୍ରିୟ ହେଉ ବା ସ୍ପେସାଲ ହେଉ । ଆଉ ଲୋକଙ୍କ ମନରେ ସେହି ଆଇଟମ୍ ପାଇଁ ଆଗ୍ରହ ବଢ଼ୁ । ତେଣୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏଭଳି ଆଇଟମ୍ର ନାମକରଣ କରିଛନ୍ତି ।
ଅନୀତାଙ୍କ ସେହି ପଷ୍ଟରେ ଯେଉଁ ସ୍କ୍ରିନ୍ ସଟ୍ ରହିଛି ତାହା କୌଣସି ଏକ ରେଷ୍ଟୁରାଣ୍ଟର ମେନ୍ୟୁ ଭଲି ଲାଗୁଛି । କାରଣ ଅନୀତା ଅନ୍ଲାଇନ୍ରେ ଫୁଡ୍ ଡେଲିଭରୀ ପାଇଁ ଆପ୍ ଦ୍ୱାରା ସ୍କ୍ରଲ କରୁଥିଲେ । ଆଉ ଏହି ସମୟରେ ସେ ଦେଖିଲେ ୧୦୦% ଭେଜ୍ ବଟର ଚିକେନ୍ । ତାପରେ ସେ ତୁରନ୍ତ ଏହାର ସ୍କ୍ରିନ୍ ସଟ୍ ନେଲେ । ଆଉ ସୋସିଆଲ ମିଡିଆ ଟ୍ୱିଟରରେ ପୋଷ୍ଟ କଲେ । ଲୋକମାନେ ଏହି ପୋଷ୍ଟ ଦେଖି ଖୁବ୍ ହସିଛନ୍ତି । ଆଉ ଏହାର ମଜା ନେଇଛନ୍ତି । କେହି କେହି ପୋଷ୍ଟ୍ର ମଜାକ୍ ମଧ୍ୟ ଉଡ଼ାଇଛନ୍ତି ।