Advertisment

ଫ୍ୟାସନ ଜଲୱା…ଜୋତାରେ ମୂଷା ଭର୍ତ୍ତି କରି ଚାଲିଲେ ମହିଳା...ଭିଡିଓ ଭାଇରାଲ୍

ଜଣେ ମହିଳା କଳା ଡ୍ରେସରେ ମାଉସଟ୍ରାପ ରାଟ କେଜ୍ ହିଲ ବା ରୈଟାଟୁଇ ପିନ୍ଧିଥିବାର ନଜର ଆସିଛନ୍ତି। ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ କୋଡିଏ ଲକ୍ଷରୁ ଅଧିକ ଲାଇକ୍ ମିଳିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Woman's Rat-Cage Heels

Woman's Rat-Cage Heels

ଋତୁ ଅନୁଯାୟୀ ଫ୍ୟାଶନ ପରିବର୍ତ୍ତନ ହୁଏ। ଦଶନ୍ଧି ଅନୁଯାୟୀ ଓ ଯୁଗ ଅନୁଯାୟୀ ବି ବଦଳି ଯାଏ ଫ୍ୟାଶନ । ଲୋକମାନେ ଫ୍ୟାଶନ୍ ପାଇଁ କିଛି ବି କରନ୍ତି। ବିଭିନ୍ନ ପ୍ରକାରର ପୋଷାକ ପରିଧାନ କରନ୍ତି। କାର୍ଟୁନ, କାଗଜ, ଅଖା, ଦଉଡି, ଚୁଇଙ୍ଗମ୍ ଭଳି ଅନେକ ଜିନିଷ ବ୍ୟବହାର କରି ଚର୍ଚ୍ଚାକୁ ଆସନ୍ତି। ତେବେ ବଜାରରେ ଏବେ ଏକ ନୂଆ ଟ୍ରେଣ୍ଡ ଆସିଛି। ଯାହାକି ଏସବୁଠୁ ପୂରା ନିଆରା ଆଉ ସମ୍ପୂର୍ଣ୍ଣ ଭିନ୍ନ ।

Advertisment

ରାଟ କେଜ୍ ହିଲ! ଏପରି ଏକ ଜୋତା, ଯେଉଁଥିରେ ମୂଷାମାନେ ଯନ୍ତାରେ ପଡିଛନ୍ତି। ଇନସାମ ନାମକ ଜଣେ ବ୍ୟକ୍ତି ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏପରି ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଜଣେ ମହିଳା କଳା ଡ୍ରେସରେ ମାଉସଟ୍ରାପ ରାଟ କେଜ୍ ହିଲ ବା ରୈଟାଟୁଇ ପିନ୍ଧିଥିବାର ନଜର ଆସିଛନ୍ତି। ସାଧାରଣ ଜୋତା ପରି ସେ ଯନ୍ତାରେ ପଡିଥିବା ମୂଷା ସହ ଚାଲୁଥିବା ନଜର ଆସିଛନ୍ତି। ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ କୋଡିଏ ଲକ୍ଷରୁ ଅଧିକ ଲାଇକ୍ ମିଳିଛି।

ତେବେ ରୈଟାଟୁଇ କ’ଣ? ' ରୈଟାଟୁଇ ' ହେଉଛି ଏକ ଫରାସୀ ଖାଦ୍ୟ, ଯାହା ସିଝା ପନିପରିବାରୁ ପ୍ରସ୍ତୁତ ହୋଇଥାଏ। କିନ୍ତୁ ପୋଷ୍ଟରେ ଉଲ୍ଲେଖ କରାଯାଇଥିବା ରୈଟାଟୁଇ ସହିତ ଏହାର କୌଣସି ସମ୍ପର୍କ ନାହିଁ। ବାସ୍ତବରେ, ୨୦୦୭ ମସିହାରେ ୱାଲ୍ଟ ଡିଜନି ଦ୍ୱାରା ରୈଟାଟୁଇ ନାମକ ଏକ ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରିଥିଲା ​​। ଏହାର ନିର୍ଦ୍ଦେଶନା ଦେଇଥିଲେ ବ୍ରାଡ ବାର୍ଡ। ଏହି ଚଳଚ୍ଚିତ୍ରଟି ଏକ ମୂର୍ତ୍ତି ଉପରେ ଆଧାରିତ ଥିଲା ।

Advertisment

କିଛି ସୋସିଆଲ ମିଡିଆ ୟୁଜର୍ସ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଜନ୍ତୁମାନଙ୍କ ପ୍ରତି ଅତ୍ୟାଚାର ହେଉଥିବା ସେମାନେ କମେଣ୍ଟରେ ଉଲ୍ଲେଖ କରିଛନ୍ତି। ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ମଣିଷ କିପରି ମସ୍ତିଷ୍କହୀନ ହୋଇପାରେ । ତେବେ ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଏହି ଜୋତା ଦୃଷ୍ଟି ଆକର୍ଷଣ କରିବା ପାଇଁ ଅନ୍‌କମନ୍ କ୍ରିଏଟିଭ୍ ଷ୍ଟୁଡିଓର ନ୍ୟୁୟର୍କ କାର୍ଯ୍ୟାଳୟ ଦ୍ୱାରା ନିର୍ମିତ କରାଯାଇଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Viral Video
Advertisment
Advertisment