/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676541950.jpg)
Lion On Street
ରାତିରେ ଗାଁ ଭିତରେ ବୁଲୁଛି ସିଂହ । ଗୁଜରାଟ ଅମରେଲି ଜିଲ୍ଲା ଅନ୍ତର୍ଗତ ରାମପଡ଼ା ଗାଁର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ରାତିରେ ସାଧାରଣ ଲୋକଙ୍କ ଘର ନିକଟରେ ଆସି ବୁଲୁଛି ସିଂହ । ଘର ବାହାରେ ଲାଇଟ୍ ଲାଗିଛି ଆଉ ବାହାରେ ଦଳ ଦଳ ହୋଇ ସିଂହ ବୁଲୁଛନ୍ତି । ଅମରେଲି ଜିଲ୍ଲା ରାଜୁଲା ତହସିଲ ଅଂଚଳର ରାମପଡ଼ାରେ ଏହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି ।
Advertisment
ଲୋକେ ଭୟରେ ଘର ବାହାରକୁ ବାହାରି ପାରିନଥିଲେ । କୋକୁଆ ଆତଙ୍କ ଦେଖାଦେଇଥିଲା । ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ସିଂହ ବୁଲୁଥିବାରୁ ଚିତ୍ର କଏଦ ହୋଇଥିଲା । ଗୋଟିଏ କି ଦୁଇଟି ନୁହେଁ ଦଳ ହୋଇ ୮ଟି ସିଂହ ଗାଁ ଭିତରକୁ ଚାଲି ଆସିଥିଲେ । ତେବେ କିଛି ସମୟ ପରେ ସମସ୍ତ ସିଂହ ଚାଲିଯାଉଥିବା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆ ରେ ଏହି ଭିଡିଓ ଏବେ ଭାଇରାଲ ହେଉଛି । ଗୁଜରାଟର ଗିର ଅଂଚଳ ସିଂହ ଅଭୟାରଣ୍ୟ ହୋଇଥିବାବେଳେ ଅମରେଲି ଜିଲ୍ଲା ଗିର୍ ଅଂଚଳର ପଡୋଶୀ ଜିଲ୍ଲା ରହିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)