Astrospeak
  • Live TV
  • Read In English

Viral Video: ରାସ୍ତା ମଝିରେ ରିଲ୍ କଲେ ପୋଲିସ ବାବୁଙ୍କ ସ୍ତ୍ରୀ, ସ୍ୱାମୀଙ୍କ ଚାକିରି ଗଲା

ରାସ୍ତା ମଝିରେ ରିଲ୍ କଲେ ପୋଲିସ ବାବୁଙ୍କ ସ୍ତ୍ରୀ । ଟ୍ରାଫିକ ଅଟକାଇ ଅଣ୍ଟା ହଲାଇ କରୁଥିଲେ ନାଚ । ହେଲେ ସ୍ତ୍ରୀର ରିଲ୍ ନୃତ୍ୟ ସ୍ୱାମୀକୁ ପଡ଼ିଗଲା ମହଙ୍ଗା ।

Viral Video
ରିଲ୍ ପାଇଁ ଚାକିରି ଗଲା

ରାସ୍ତା ମଝିରେ ରିଲ୍ କଲେ ପୋଲିସ ବାବୁଙ୍କ ସ୍ତ୍ରୀ । ଟ୍ରାଫିକ ଅଟକାଇ ଅଣ୍ଟା ହଲାଇ କରୁଥିଲେ ନାଚ । ସ୍ତ୍ରୀର ଏହି ରିଲ୍ ନୃତ୍ୟ ସ୍ୱାମୀକୁ ପଡ଼ିଗଲା ମହଙ୍ଗା । ସ୍ତ୍ରୀର ନାଚ ପାଇଁ ଚାକିରିରୁ ସସପେଣ୍ଡ ହେଲେ ସ୍ୱାମୀ । ଦର୍ଶକବନ୍ଧୁ ଏହି ଆଶ୍ଚର୍ଯ୍ୟ କଲାଭଳି କଥାଟି ସମ୍ପୂର୍ଣ୍ଣ ସତ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଘଟଣାଟି ଚଣ୍ଡିଗଡ଼ର ବୋଲି ଜଣାପଡିଛି ।

ମହିଳା ଜଣକଙ୍କର ସ୍ୱାମୀ ଜଣେ ପୋଲିସ କନଷ୍ଟେବଳ । ଆଉ ଏହି ଭିଡ଼ିଓଟି ୩୦ ଏପ୍ରିଲର । ସୂଚନା ମୁତାବକ, ସେକ୍ଟର-୨୦ ସ୍ଥିତ ଗୁରୁଦ୍ୱାରା ଛକରେ ରାସ୍ତା ମଝିରେ ନାଚି ମହିଳା ଜଣକ ଏକ ରିଲ୍ କରୁଥିଲେ । ଭିଡ଼ିଓରେ ମଧ୍ୟ ସ୍ପଷ୍ଟ ଦେଖିବାକୁ ମିଳୁଛି, ହଳଦିଆ ସାଲଓ୍ୱାର, ସୁଟ୍ ପିନ୍ଧି ଜେବ୍ରା କ୍ରସିଂରେ ମହିଳା ଜଣକ ନାଚୁଛନ୍ତି । ଯେଉଁଥିପାଇଁ ତାଙ୍କ ପଛରେ ଗାଡ଼ିଗୁଡିକ ଅଟକି ରହିଛି । 

ଅଧିକ ପଢ଼ନ୍ତୁ: ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଓଡ଼ିଶାର ପ୍ୟାଡ୍‌ ମ୍ୟାନ୍‌

ଏହି ଭିଡ଼ିଓକୁ ମହିଳା ଜଣକ ନିଜ ସ୍ୱାମୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ପୋଷ୍ଟ କରିଥିଲେ । ଯାହା ବିଜୁଳି ବେଗରେ ଭାଇରାଲ ହୋଇଯାଇଥିଲା । ତେଣୁ ଅଭିଯୋଗ ପରେ, ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଅଭିଯୋଗ ଆଧାରରେ ପୋଲିସ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଏବଂ ତାଙ୍କୁ ଥାନାକୁ ଡାକି ପଚରାଉଚୁରା କରିଥିଲା । 

ମହିଳା ଜଣକ କହିଥିଲେ ସେ ତାଙ୍କ ସାଙ୍ଗଙ୍କ ସହ ମନ୍ଦିର ଯାଇଥିଲେ । ଆଉ ଫେରିବା ବାଟରେ ଟ୍ରାଫିକ ଛକ ଦେଖି ଏକ ରିଲ୍ କରିଥିଲେ । ଯାହାକୁ ତାଙ୍କ ସାଙ୍ଗ ମୋବାଇଲରେ ସୁଟ୍ କରିଥିଲେ । ତେବେ ଏନେଇ ମହିଳା ଓ ତାଙ୍କ ସାଙ୍ଗଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା । ଏହାସହ ଏହି ଘଟଣାରେ ସମ୍ପୃକ୍ତ ସ୍ୱାମୀଙ୍କ ଅବହେଳା ମଧ୍ୟ ସାମ୍ନାକୁ ଆସିଥିଲା । ଫଳରେ ତାଙ୍କୁ ପୋଲିସ ବିଭାଗ ତରଫରୁ ସସପେଣ୍ଡ କରାଯିବାକୁ ନିର୍ଦ୍ଦେଶ ଆସିଥିଲା । 

ଅଧିକ ପଢ଼ନ୍ତୁ: ବାରିକ୍‌ ସାର୍‌ଙ୍କ ଯବାନ ତିଆରି କାରଖାନା, ପାଦ ପଡ଼ିଲେ ଚାକିରି ଥୁଆ !