• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କଥାରେ ଅଛି କୁକୁର ମଣିଷର ପ୍ରକୃତ ବନ୍ଧୁ । ମଣିଷର ପ୍ରତିଟି କଥା କୁକୁର ବୁଝିପାରେ । ତାକୁ ଥରଟିଏ ପାଟିକୁ ଦାନା ଦେଲେ ମଲା ଯାଏଁ ମନେ ରଖିଥାଏ । ମଣିଷର ସୁଖ-ଦୁଃଖ ସବୁଥିରେ ସେ ପାଖରେ ଛିଡ଼ା ହୋଇଥାଏ । ତେବେ କୁକୁର-ମଣିଷ ବନ୍ଧୁତ୍ୱର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ । କୁକୁର-ମଣିଷର ବନ୍ଧୁତାକୁ ନେଇ ଅନେକ ଫିଲ୍ମ ମଧ୍ୟ ନିର୍ମାଣ ହୋଇଛି । ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, କୁକୁରଟି ମାଲିକ ସହ ପାଦରେ ପାଦ ମିଶାଇ ପିଠିରେ ଆବର୍ଜନା ବସ୍ତା ବୋହି ରାସ୍ତାରେ ଆଗକୁ ଆଗକୁ ଚାଲୁଛି । ଏହି ଭିଡିଓଟି ବେଶ୍‌ ହୃଦୟସ୍ପର୍ଶୀ । ଯିଏ ବି ଏହାକୁ ଦେଖିବ, ନିଶ୍ଚୟ ତା ହୃଦୟକୁ ଏହା ଛୁଇଁବ । ମାଲିକକୁ ସାହାଯ୍ୟ କରିବା ପାଇଁ କୁକୁର ଯେମିତି ନିସ୍ୱାର୍ଥପର ଭାବେ କାମ କରୁଛି, ତାହା ବେଶ୍‌ ପ୍ରଶଂସନୀୟ ।

ଅଧିକ ପଢ଼ନ୍ତୁ: ହେଲମେଟ୍‌ କେତେ ଜରୁରୀ ? ମଣିଷ ମାନୁନାହାନ୍ତି କିନ୍ତୁ କୁକୁର ମାନୁଛି

ଏହି ଭିଡିଓକୁ ଫିଗେନ୍‌ ନାମକ ଟ୍ୱିଟର୍‌ ଆକାଉଣ୍ଟରୁ ସେୟାର କରାଯାଇଛି । ଯେଉଁଥିରେ ୯ ଲକ୍ଷରୁ ଅଧିକ ଲାଇକ୍‌ ମଧ୍ୟ ମିଳିଛି । ଅନେକ ଲୋକ ଏହି ଭିଡିଓକୁ ସେୟାର କରିବା ସହ ଭିନ୍ନ ଭିନ୍ନ କ୍ୟାପ୍‌ସନ୍‌ ମଧ୍ୟ ଲେଖିଛନ୍ତି । ଆପଣମାନେ ନିକଟରେ ମଣିଷ-କୁକୁର ଉପରେ ନିର୍ମିତ ଫିଲ୍ନ ‘Charlie 777’ ଦେଖିଥିବେ । ଫିଲ୍ମରେ ମଣିଷ ପ୍ରତି କୁକୁରର ଭଲ ପାଇବାକୁ ସ୍ପଷ୍ଟ ଭାବରେ ଦେଖାଯାଇଛି ।