• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । କିଛି ଭିଡିଓ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିବାବେଳେ କିଛି ଭିଡିଓ ଲୋକଙ୍କୁ ଚକିତ ମଧ୍ୟ କରୁଛି । ହେଲେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଯାହାକି ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରୁଛି । ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଯୁବତୀ ହାତରେ ପିସ୍ତଲ ଓ ହାଇ ସ୍ପିଡ୍‌ରେ ବାଇକ୍ ଧରି ଏନ୍‌ଏଚ୍‌ରେ ଷ୍ଟଣ୍ଟ କରୁଛନ୍ତି । ଯାହା କି ଅସାଧାରଣ ଭାବେ ଦେଖିବାକୁ ମିଳୁଛି ।

ଯୁବତୀ ବାଇକ୍‌ ଷ୍ଟଣ୍ଟ କରିବା ସମୟରେ ନିଜ ଜୀବନ ପ୍ରତି ନା ମନରେ ଭୟ ରହିଛି ନା କୌଣସି ଲୋକଙ୍କ ଜୀବନ ଯିବା ପ୍ରତି ଖାତିର ଅଛି । ଫୁଲ୍‌ ଆକ୍ସନ ଓ ଷ୍ଟାଇଲିସ୍‌ରେ ଯୁବତୀ ଜଣକ ଭିଡିଓରେ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳୁଛି ।

ଏହି ଭିଡିଓଟି ବିହାରର ରାଜଧାନୀ ପାଟନାର ହୋଇଥିବା ଜଣାପଡ଼ିଛି । ଯୁବତୀ ଜଣକ ଏନ୍‌ଏଚ୍‌ରେ ବିପଦପୂର୍ଣ୍ଣ ଭାବେ ବାଇକ ଷ୍ଟଣ୍ଟ କରିଛନ୍ତି । ଯୁବତୀ ଗୋଟିଏ ହାତରେ ବନ୍ଧୁକ ଧରିବା ସହ ବାଇକ୍‌ ଚଳାଉଛନ୍ତି । କେତେବେଳେ ଯୁବତୀ ବାଇକ୍‌ ହ୍ୟାଣ୍ଡଲ୍ ଛାଡି ଛିଡ଼ା ହୋଇଯାଉଛନ୍ତି ତ ପୁଣି କେତେବେଳେ ଖୁବ୍‌ ସ୍ପିଡ୍‌ରେ ବାଇକ୍‌ ଚଳାଉଛନ୍ତି । ଖାଲି ସେତିକି ନୁହେଁ ବାଇକ୍‌ ଷ୍ଟଣ୍ଟର ଏହି ଭିଡିଓରେ ଏକ ଗୀତ ମଧ୍ୟ ଶୁଣିବାକୁ ମିଳୁଛି ।

ଏହି ଭାଇରାଲ୍ ଭିଡିଓରେ ହଣ୍ଟର୍ କୁଇନ୍ ଲେଖାରହିଛି । ସମାନ ନାମରେ ମଧ୍ୟ ସୋସିଆଲ ମିଡିଆରେ ଭିଡିଓଟି ପୋଷ୍ଟ ହୋଇଛି । ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।