• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁହାଯାଏ ବାପା-ମାଆ ହେଉଛନ୍ତି ଦୁନିଆର ଚଳନ୍ତି ଠାକୁର । ବାପା- ମାଆଙ୍କ ବିନା ଏ ଦୁନିଆରେ ଆଉ କେହି ନିଜର ନୁହଁନ୍ତି । ଗୋଟିଏ ଛୁଆ ପାଇଁ ବାପା ମାଆ ହିଁ ପୁରା ଦୁନିଆ । ବାପା-ମାଆଙ୍କଠାରୁ ଛୁଆମାନେ ମୁହୁର୍ତ୍ତେ ବି ଅଲଗା ରହିବାକୁ ଚାହାନ୍ତି ନାହିଁ । ଟିକେ ଦୂରେଇଲେ ପିଲାମାନେ କାନ୍ଦି ପକାନ୍ତି । କାରଣ ତାଙ୍କ ପାଇଁ ବାପା ମାଆ ହିଁ ସବୁଠୁ ନିଜର । ସେମାନେ ଆଉ କାହାକୁ ଜାଣି ନଥାନ୍ତି ।

ହେଲେ ଆଜି ଆମେ ଆପଣଙ୍କୁ ଯେଉଁ କଥା କହିବୁ ତାହା ଶୁଣିଲେ ଆପଣ ବି କହିବେ ଦୁନିଆରେ କ’ଣ ସତରେ ଏମିତି ବି ବାପା-ମାଆ ଅଛନ୍ତି ? ଯିଏ କି ବିମାନରେ ଟିକେଟ କରିବାକୁ ପଡ଼ିବ ବୋଲି ନିଜ କୁନି ଛୁଆକୁ ବିମାନବନ୍ଦରରେ ଛାଡ଼ି ଚାଲିଗଲେ ।

ଅଧିକ ପଢ଼ନ୍ତୁ: ଏଠି ନିଜ ମୃତ୍ୟୁ ପାଇଁ କିଣନ୍ତି କଫିନ୍ ଆଉ କବର ସ୍ଥାନ

ଅଜ୍ଞା ହଁ, କଥାଟା ସହଜରେ ହଜମ ହେଉନଥିଲେ ମଧ୍ୟ ସତ । ପୁରା ଘଟଣାଟି ହେଲା, ଏକ ଦମ୍ପତ୍ତି ବିମାନବନ୍ଦରେ ପହଞ୍ଚିଲେ । ତାଙ୍କ ସହ କୁନି ଛୁଆ ବି ଥିଲା । ସ୍ୱାମୀ-ସ୍ତ୍ରୀ ବିମାନ ଯାତ୍ରା ପାଇଁ ଟିକେଟ କରିଥିଲେ । କିନ୍ତୁ ଛୁଆ ପାଇଁ ଟିକେଟ କରିନଥିଲେ । କାଉଣ୍ଟରରେ ତାଙ୍କୁ ଛୁଆ ପାଇଁ ଟିକେଟ କରିବାକୁ କୁହାଗଲା । ହେଲେ ସେ ଯୁକ୍ତି କରିଥିଲେ ଓ ମନା କରିଥିଲେ ଟିକେଟ କରିବାକୁ । କହିଲେ କୁନି ଛୁଆ ପାଇଁ ଟିକେଟ ଆବଶ୍ୟକ ନାହିଁ । ସେ ମାଗଣାରେ ଯିବ । କିନ୍ତୁ ବିନା ଟିକେଟରେ କୁନି ଛୁଆକୁ ବିମାନକୁ ଛାଡ଼ିଲେନି କର୍ମଚାରୀ । ଫଳରେ ଏହି ଦମ୍ପତ୍ତି ନିଜ ଛୁଆକୁ ସେହି ବିମାନବନ୍ଦରରେ ଛାଡ଼ି ବିମାନରେ ପଳାଇଲେ ।

ପ୍ରଥମେ କୁନି ଛୁଆକୁ ସେହି ବିମାନବନ୍ଦର କର୍ମଚାରୀମାନେ ସୁରକ୍ଷିତ ରଖିବା ସହ ପରେ ପୋଲିସ ଜିମା ଦେଇଥିଲେ । ଏହି ଘଟଣା ଇସ୍ରାଏଲ ଏୟାରପୋର୍ଟରେ ଘଟିଛି । 

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କୁନି ଛୁଆର ପାସପୋର୍ଟ ନଥିଲା କିମ୍ବା ତା’ପାଇଁ ଟିକେଟ ଖର୍ଚ୍ଚ ବି କମ୍‌ ନଥିଲା । ତେଣୁ ଏତେ ଟଙ୍କା ଦେଇ ଟିକେଟ କରିବାକୁ ରାଜି ନଥିଲେ ବାପା - ମାଆ । ତେଣୁ ଏୟାରପୋର୍ଟ ଟିକେଟ କାଉଣ୍ଟର ସାମ୍ନାରେ ଅନେକ ଯୁକ୍ତିତର୍କ କରିଥିଲେ । ଶେଷରେ ଛୁଆକୁ ଛାଡ଼ି ପଳାଇଥିଲେ । ୩୧ ଜାନୁଆରୀରେ ଏହି ଘଟଣା ଘଟିଥିଲା ।

ଅନ୍ୟଏକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଯୁକ୍ତି ତର୍କ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଭୟ ପକ୍ଷକୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ବାପା-ମାଆଙ୍କ ଫ୍ଲାଇଟ୍‌ ଟାଇମ୍‌ ହୋଇଯାଇଥିବାରୁ ସେ ଚେକ୍‌ ଇନ୍‌ କରିସାରିଥିଲେ । ପରେ ପୋଲିସର ହସ୍ତକ୍ଷେପ ପରେ ବାପା-ମାଆଙ୍କ ପାଖରେ ଛୁଆ ସୁରକ୍ଷିତ ପହଞ୍ଚିଛି ।