/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680936395.jpg)
Viral Photo
ସୋସିଆଲ ମିଡିଆରେ ଏକରୁ ଆରେକ ଫଟୋ-ଭିଡିଓ ଭାଇରାଲ ହୋଇଥାଏ । ଭାଇରାଲ ଭିଡିଓର ଗୋଟିଏ ଖାସିୟତ ହେଲା ଯେ, ଏହା ସ୍କ୍ରିପ୍ଟେଡ୍ ହୋଇନଥାଏ । କହିବାର ଅର୍ଥ ହେଉଛି ସାମ୍ନା ଲୋକଙ୍କୁ ଜଣାନଥାଏ ଯେ, ତାର ଭିଡିଓ ରେକର୍ଡ କରାଯାଉଛି ବା ଫଟୋ ଉଠାଯାଉଛି । ସୋସିଆଲ ମିଡିଆରେ ଠିକ୍ ଏମିତି ଏକ ଫଟୋ ଓ ଭିଡିଓ ଏବେ ଭାଇରାଲ ହେଉଛି । ଏହି ଫଟୋ ଓ ଭିଡିଓକୁ ଦେଖିଲେ ଆପଣ ବି ଖୁସି ହେଇଯିବେ।
ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ, ଜଣେ ବାପା ନିଜ ଝିଅକୁ ଗେଲ କରୁଛନ୍ତି । ଠିକ୍ ସେତିକି ବେଳେ ଜଣେ ଫଟୋଗ୍ରାଫର ନିଜ କ୍ୟାମେରାରେ ସେହି ସମୟର ଫଟୋ କ୍ୟାପ୍ଚର କରିନେଇଥାଏ । ଏହି ଫଟୋ ଓ ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଖୁବ୍ ଖୁସି ହୋଇଛନ୍ତି ।
ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଯେ, କିଭଳି ଜଣେ ଫଟୋ ଗ୍ରାଫର ଜଣେ ବ୍ୟକ୍ତିଙ୍କର ଏମିତି ଏକ କ୍ୟାଣ୍ଡିଡ୍ ଫଟୋ ସୁଟ୍ କରିଛନ୍ତି, ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା ମିଳୁଛି । ଏହି ଭିଡିକୁଓ କୋଟି କୋଟି ଲୋକ ଦେଖି ସାରିଛନ୍ତି । ସବୁଠାରୁ ବଡ଼ କଥା ହେଲା, ଫଟୋଗ୍ରାଫର ଯେତେବେଳେ ସେହି କୁନି ଝିଅର ବାପାଙ୍କୁ ସେହି ଫଟୋ ଦେଖାଇଲେ, ସେତେବେଳେ ସେହି ବାପା ବହୁତ ଖୁସି ହୋଇଥିଲେ । ସେହି ମୁହୁର୍ତ୍ତ ବାପ - ଝିଅଙ୍କ ପାଇଁ ଏକ ବିଶେଷ ମୁହୁର୍ତ୍ତ ।
ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମ୍ରେ ସେୟାର କରାଯାଇଛି । ଏହାକୁ sakshamsonii ନାମକ ଜଣେ ୟୁଜର ପୋଷ୍ଟ କରିଛନ୍ତି । ଏହି ଭିଡିଓ ପୋଷ୍ଟ କରିବା ସହ ଏକ କ୍ୟାପ୍ସନ୍ ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି, ମୁଁ ମୁମ୍ବାଇର ଜୁହୁ ବେଳାଭୂମିରେ ଗଣେଶ ବିସର୍ଜନର ରେକର୍ଡ କରିବାକୁ ଯାଇଥିଲି । ସେ ସମୟରେ ମୁଁ ଏହି ବ୍ୟକ୍ତିଙ୍କର ତାଙ୍କ ଝିଅ ସହ ଫଟୋ ଉତ୍ତୋଳନ କରିଥିଲି । ଯେତେବେଳେ ବ୍ୟକ୍ତିଙ୍କୁ ଫଟୋ ଦେଖାଇଲି ସେ ଖୁବ୍ ଖୁସି ହେଲେ । ଆଉ ସେହି ଫଟୋ ମଧ୍ୟ ମୋତେ ମାଗିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)