• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ରିଲ୍ସ କରିବା ପାଇଁ ଆଜିକାଲିର ଯୁବପିଢି କିଛି ବି କରୁଛନ୍ତି । ବିନା ଭୟ ଓ ଡରରେ କୌଣସି ବି କାମ କରୁଛନ୍ତି । ଯାହାକୁ ନେଇ ପରବର୍ତ୍ତୀ ସମୟରେ ଅସୁବିଧାରେ ମଧ୍ୟ ପଡ଼ୁଛନ୍ତି । ବେଳେବେଳେ ଏମିତିରେ ଜୀବନ ବି ଯାଉଛି । ତେବେ ଆଜି ରଙ୍ଗର ପର୍ବ ହୋଲିରେ ସାରା ଦେଶ ଉତ୍ସବମୁଖର ହୋଇଉଠିଛି । ହୋଲିକୁ ଅନେକ ଲୋକ ନିଜ ନିଜ ଷ୍ଟାଇଲରେ ପାଳନ କରୁଛନ୍ତି । ଏହାଭିତରେ ନୋଏଡାରୁ ଏକ ଭିଡିଓ ଏବେ ସାମନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଭିଡିଓରେ ଦୁଇ ଜଣ ଯୁବତୀ ଚଳନ୍ତା ସ୍କୁଟିରେ ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିଛି । ଯୁବତୀଙ୍କର ଏପରି କାରନାମା ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିନା ହେଲମେଟରେ ନିଜ ଜୀବନକୁ ବାଜି ଲଗାଇ ୨ ଯୁବତୀ ଏଭଳି ‘ଅଶ୍ଳୀଳ’ ଷ୍ଟଣ୍ଟ କରୁଥିବାର ଭିଡିଓ ବର୍ତ୍ତମାନ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

 

ବର୍ତ୍ତମାନ ସମୟରେ ଯୁବପିଢିଙ୍କ ମଧ୍ୟରେ ରିଲ୍ସ ଖୁବ ଟ୍ରେଣ୍ଡରେ ରହିଛି । ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପାଇଁ ସମସ୍ତେ ବିଭିନ୍ନ ପ୍ରକାରର କାଣ୍ଡ କରି ରିଲ୍ସ କରିବା ସହ ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି, ଯେଉଁଥିରେ ଜଣେ ଯୁବକ ସ୍କୁଟି ଚଳାଉଥିବା ବେଳ ପଛରେ ଦୁଇ ଜଣ ଯୁବତୀ ‘ଅଶ୍ଳୀଳ’ ଷ୍ଟଣ୍ଟ କରୁଛନ୍ତି । ୩ ଜଣଙ୍କ ମଧ୍ୟରୁ କେହି ବି ହେଲମେଟ ପିନ୍ଧିନାହାନ୍ତି । ନିୟମକୁ ଫୁ କରି ସ୍କୁଟିରେ ୩ ଜଣା ବସାଇ ଗାଡ଼ି ଚଳାଉଛନ୍ତି । ଏହାପରେ ଦୁଇ ଯୁବତୀ ଗାଡ଼ିରେ ବସି ପରସ୍ପରକୁ ରଙ୍ଗ ବୋଳୁଥିବାର ଭିଡିଓରେ ଦେଖାଯାଇଛି । ଏହାସହିତ ବଲିଉଡ ଗୀତ ‘ମୋହେ ରଙ୍ଗ ଲଗା ଦେ ରେ…’ ବାଜୁଥିବା ବେଳେ ଗୀତ ଅନୁସାରେ ଉଭୟ ଯୁବତୀ ଅଭିନୟ କରୁଛନ୍ତି ।

ପଢନ୍ତୁ ଏହି ଖବର: 'ଡିଜିଟାଲ୍ ଭିକାରୀ': ଫୋନ୍ ପେ’ QR କୋଡ୍ ଧରି କରୁଛନ୍ତି ଭିକ୍ଷା ବୃତ୍ତି, ଦେଖନ୍ତୁ ଭିଡ଼ିଓ...

ତେବେ ଏହି ଭିଡିଓକୁ ଦେଖି ୟୁଜର୍ସ ନୋଏଡା ପୋଲିସକୁ ଟ୍ୟାଗ କରିବା ସହ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅପିଲ୍‌ କରିଥିଲେ । ଏହାପରେ ପୋଲିସ ମଧ୍ୟ ଏହି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଗାଡ଼ି(ସ୍କୁଟି)ର ଚାଲାଣ କାଟିଛି । ଟ୍ରାଫିକ ନିୟମ ଭାଙ୍ଗିବା ଅଭିଯୋଗରେ ଷ୍ଟଣ୍ଟ ହୋଇଥିବା ଏହି ଗାଡ଼ି ନାଁରେ ମୋଟ ୩୩ ହଜାରରୁ ଅଧିକ ଟଙ୍କା ଜରିମାନା ଲାଗୁ କରାଯାଇଛି । ତେବେ ଏହି ଭିଡିଓଟି ଇନଷ୍ଟାଗ୍ରାମରେ ଅପଲୋଡ କରାଯାଇଛି । ଭାଇରାଲ ହେଉଥିବା ଏହି ଭିଡିଓ ମଧ୍ୟ ଉତ୍ତରପ୍ରଦେଶର ନୋଏଡା ବୋଲି କୁହାଯାଉଛି ।