• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିବାହକୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି । ବର-କନ୍ୟାଙ୍କ ମଧ୍ୟରେ ପରମ୍ପରା ଅନୁସାରେ ଅନେକ ରୀତିନୀତି ପାଳନ କରାଯାଇଥାଏ । ନିର୍ବନ୍ଧ ଠାରୁ ଆରମ୍ଭ କରି ବର-କନ୍ୟାଙ୍କ ଅଷ୍ଟମଙ୍ଗୁଳା ଯାଏଁ ରୀତିନୀତି ଅନୁସାରେ ବହୁ କର୍ମ କରାଯାଇଥାଏ । ସେହି ସମସ୍ତ କର୍ମ ମଧ୍ୟରେ ବିବାହ ସମୟର କିଛି ମଜାଦାର ଭିଡିଓ ମଧ୍ୟ ଦେଖିବାକୁ ମିଳିଥାଏ । ଯାହାକି ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ।

ଅଧିକ ପଢ଼ନ୍ତୁ: ବିବାହ ମଣ୍ଡପକୁ ଯିବା ପୂର୍ବରୁ ଜିମ୍‌ ଯାଇ ଝାଳ ବୁହାଇଲେ କନ୍ୟା

ବର୍ତ୍ତମାନ ସେହିପରି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଭିଡିଓରେ ଜଣେ ନବବିବାହିତା ଭାଉଜ ତାଙ୍କ ଦିଅକୁ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି । ଖାଲି ନୂଆ ଭାଉଜ ନୁହଁନ୍ତି ଦିଅର ମଧ୍ୟ ଭାଉଜଙ୍କୁ ମାଡ଼ ମାରୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଉଭୟ ଭାଉଜ ଓ ଦିଅରଙ୍କ ହାତରେ ଏକ ଗଛର ଡାଳ ରହିଥିବା ଦେଖିବାକୁ ମିଳୁଛି । ଯେଉଁଥିରେ ଉଭୟ ଉଭୟଙ୍କୁ ପିଟିବାକୁ ଲାଗୁଛନ୍ତି ।

ଧୀରେ ଧୀରେ ନୁହେଁ ବରଂ ନିଜର ଶକ୍ତି ମୁତାବକ ଉଭୟ ଉଭୟଙ୍କୁ ମାଡ଼ ମାରୁଛନ୍ତି । ପରେ ପରେ ଦିଅର ଜଣକ ସେହି ସ୍ଥାନ ଛାଡ଼ି ଚାଲିଯାଉଛନ୍ତି । ଘଟଣାଟି କେଉଁ ସ୍ଥାନର ଜଣାପଡ଼ିନଥିବାବେଳେ ଏହି ଭିଡିଓଟି ଖୁବ୍‌ ଭାଇରାଲ ହେବାର ଲାଗିଛି । ଭିଡିଓଟିକୁ ଅନେକ ଦର୍ଶକ ଦେଖିସାରିଥିବାବେଳେ ୨ଲକ୍ଷ ୭୯ ହଜାରରୁ ଅଧିକ ଦର୍ଶକ ଲାଇକ୍‌ କରିଛନ୍ତି । ସେହିପରି ୫୦୦ରୁ ଅଧିକ ୟୁଜର୍ସ ନିଜର ମତାମତ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ବିବାହ ବେଦୀରେ ପଣ୍ଡିତଙ୍କ ନୂଆ ମନ୍ତ୍ର; 'ତୁମ୍‌ହେଁ ଅପନା ବନାନେ କି କସମ ଖାଇ ହୈ…'