/odishatv-khabar/media/post_attachments/uploadimage/library/16_9/16_9_0/Maipi_Cark_1704520647.jpg)
Maipi Cark
ହାନା ରହ୍ୱିତି ମାଇପି କ୍ଲାର୍କ, ନ୍ୟୁଜିଲାଣ୍ଡ ସଂସଦର ସବୁଠାରୁ କନିଷ୍ଠ ମହିଳା ସଦସ୍ୟ । ସେ ମାତ୍ର ୨୧ ବର୍ଷ ବୟସରେ ସାଂସଦ ଦାୟିତ୍ୱ ତୁଲାଉଛନ୍ତି । ତେବେ ପ୍ରଥମଥର ପାଇ ସେ ସଂସଦ ଭବନକୁ ଯାଇଥିବା ବେଳେ ତାଙ୍କର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଯାହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ତାଙ୍କର ଏଭଳି ଆଚରଣକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ପୂର୍ବରୁ ତାଙ୍କର ଏଭଳି ଆଚରଣ କେହି ଦେଖିନଥିଲେ ବୋଲି କହିଛନ୍ତି ।
ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ, ମାଇପି କ୍ଲାର୍କ ଏକ ପାରମ୍ପରିକ ଗୀତ ଗାଉଛନ୍ତି । ଯାହାକୁ ତାଙ୍କ ଭାଷାରେ ‘ହାକା’ ବା ‘ୱାର କ୍ରାଏ’ କୁହାଯାଏ । ଗୀତ ଗାଉଥିବା ବେଳେ ତାଙ୍କ ଏକ୍ସପ୍ରେସନ୍ ଖୁବ୍ ଆକର୍ଷଣୀୟ ଥିଲା । ଯିଏ ବି ଏହି ଭିଡିଓ ଦେଖିଲା ସେ ଟିକେ ଥମି ଯାଇ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଚାହିଁଲା ।
ନ୍ୟୁଜିଲାଣ୍ଡର ୧୭୦ ବର୍ଷର ଇତିହାସରେ ମାଇପି କ୍ଲାର୍କ ହେଉଛନ୍ତି ସବୁଠାରୁ କନିଷ୍ଠ ସାଂସଦ । ତାଙ୍କର ଏଭଳି ବିରଳ ରୂପ ଦେଖି ସବୁ ସାଂସଦ ତାଳି ମାରିଥିଲେ । ମାଇପି କ୍ଲାର୍କ ନିଜ ଭାଷଣ ଆରମ୍ଭରୁ କହିଥିଲେ, ମୁଁ ତୁମ ପାଇଁ ମରିପାରିବି, ଆଉ ମୁଁ ତୁମ ସହ ବଞ୍ଚିପାରିବି ମଧ୍ୟ । ସେ ସେହି କୁନି ଛୁଆମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି ଯେଉଁମାନେ ଶିକ୍ଷାଠାରୁ ଦୂରରେ ରହିଛନ୍ତି । ଗତ ଅକ୍ଟୋବରରେ ସେ ସାଂସଦ ଭାବେ ନିର୍ବାଚିତ ହୋଇ ସଂସଦ ଭବନରେ ଏଣ୍ଟ୍ରି କରିଛନ୍ତି ।
ତେବେ ଦେଖନ୍ତୁ ତାଙ୍କର ଏହି ଭାଇରାଲ ହେଉଥିବା ଭିଡିଓ...
Hana-Rawhiti Maipi-Clarke
New Zealand’s Youngest MP (21), representing Te Pāti Māori
Reminds me of Kantara🙌pic.twitter.com/zlT1iYLyHI
— 𝑪𝒂𝒕𝒂𝒍𝒆𝒚𝒂🛡 (@catale7a) January 5, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)