Muslim woman sings kanhaiya on the eve of ramadan
ସୋସିଆଲ ମିଡିଆରେ ଏମିତି ଅନେକ କିଛି ଦେଖିବାକୁ ମିଳେ ଯାହା ହୃଦୟକୁ ସ୍ପର୍ଶ କରେ ଆଉ ଆମକୁ ଖୁସି କରେ। ଆଜିକାଲି ଟ୍ୱିଟର ରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ମୁସ୍ଲିମ୍ ମହିଳା ରମଜାନ ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ପ୍ରସିଦ୍ଧ କବାଲି 'କହ୍ନେୟା, ୟାଦ ହେ କୁଛ ଭୀ ହମାରି' ଗାଉଥିବା ନଜର ଆସିଛନ୍ତି। ଭିଡିଓଟି ଦେଖୁ ଦେଖୁ ଇଣ୍ଟର୍ନେଟ୍ରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ତାଙ୍କୁ ପ୍ରଶଂସାରେ ପୋତି ପକଉଛନ୍ତି।
ଏହି କ୍ଲିପ୍କୁ କିଛି ଦିନ ପୂର୍ବରୁ ୱାଜିହା ଅତହର୍ ନକ୍ଭି ଟ୍ୱିଟରରେ ପୋଷ୍ଟ୍ କରିଥିଲେ। ଏହି ଭିଡିଓ ଜାତି, ଧର୍ମ ଓ ଭାଷା ନିର୍ବିଶେଷରେ ଲୋକଙ୍କୁ ଏକଜୁଟ କରିବା ପାଇଁ ସମସ୍ତ ପ୍ରତିବନ୍ଧକକୁ ଅସ୍ୱୀକାର କରେ। ଏହି ଭିଡିଓ ଶେୟାର କରି ୱାଜିହା ଲେଖିଛନ୍ତି ଯେ ରମଜାନ ପୂର୍ବ ସନ୍ଧ୍ୟାରେ - ନବାବ ସାଦିକ ଜଙ୍ଗ ବାହାଦୂର ହିଲମଙ୍କ ପ୍ରସିଦ୍ଧ କଲାମ 'କହ୍ନୈୟା'କୁ ଗାଇ ଖୁବ ଖୁସି ହେଉଛନ୍ତି। ସୋସିଆଲ ମିଡିଆ ରେ ନିଆଁ ପରି ବ୍ୟାପୁଥିବା ଏହି ଭିଡିଓରେ ୱାଜିହା ଅତହର ନକ୍ଭି ସୋଫାରେ ବସି 'କହ୍ନେୟା, ୟାଦ ହେ କୁଛ ଭୀ ହମାରି'କୁ ଖୁବ୍ ସୁନ୍ଦର ଭାବରେ ଗାଉଥିବା ଦେଖାଯାଏ।
ଅଧିକ ପଢ଼ନ୍ତୁ: ବୋଲୁଛନ୍ତି ମହାପ୍ରଭୁଙ୍କ ଭଜନ, ପାଳୁଛନ୍ତି ହିନ୍ଦୁ ପର୍ବପର୍ବାଣୀ : ମୁସଲମାନ ହୋଇ ରାମ ନାମ ସହ କୃଷ୍ଣଙ୍କ ଜଣାଣ ଗାଉଛନ୍ତି
ନିଜ ଟ୍ୱିଟ୍କୁ ଜବାବ ଦେଇ ୱାଜିହା ଲେଖିଛନ୍ତି ଯେ, କହ୍ନୈୟା କୃଷ୍ଣଙ୍କ ପାଇଁ ଏକ ଗୀତ ଏବଂ ଦକ୍ଷିଣ ଏସିଆର ଇଣ୍ଡୋ-ପାର୍ସୀ ସାହିତ୍ୟ ପରମ୍ପରାରେ ଏହା ପବିତ୍ର ଧର୍ମପ୍ରବର୍ତ୍ତକଙ୍କ ପାଇଁ ଏକ ଦୃଷ୍ଟାନ୍ତ ଅଟେ। ଏହି ଗୀତ ପିଲାଙ୍କ ଦ୍ୱାରା ପରିବେଷଣ ଜାରି ରହିଛି ଏବଂ ଯେଉଁମାନଙ୍କଠାରୁ ମୁଁ ପ୍ରଥମ ଥର ଶିଖିବାର ସୌଭାଗ୍ୟ ପାଇଥିଲି। ମାର୍ଚ୍ଚ ୨୩ରେ ଏହି ଭିଡିଓ ଶେୟାର କରାଯାଇଥିଲା, ସେବେଠାରୁ ଏହା ପ୍ରାୟ ୪୩ ହଜାରରୁ ଅଧିକ ଥର ଦେଖାଯାଇଛି। ହଜାର ହଜାର ଲାଇକ୍ ଏବଂ କମେଣ୍ଟ ମଧ୍ୟ ଆସିଛି। ଏହି ସଂଖ୍ୟା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।
ଭିଡିଓଟି ଦେଖିବା ପରେ ଲୋକେ ୱାଜିହାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି। ଜଣେ ଲେଖିଛନ୍ତି, “ତୁମେ କେତେ ସୁନ୍ଦର ଏବଂ କେତେ ଭାଗ୍ୟବାନ।” ଅନ୍ୟଜଣେ ଲେଖିଛନ୍ତି, “ପ୍ରସିଦ୍ଧ କବାଲି ଭାଇ ଫରିଦ ଆୟାଜ ଏବଂ ଅବୁ ମହମ୍ମଦଙ୍କ ଦ୍ୱାରା 'କହ୍ନୈୟା'ର ଉପସ୍ଥାପନା ମୋର ପ୍ରିୟ ଅଟେ। ଆପଣ ଏହା ଗାଇବା ଶୁଣି ବହୁତ ଭଲ ଲାଗିଲା। ଦୟାକରି ଖୁବ ଶୀଘ୍ର ଏହାର ଏକ ଷ୍ଟୁଡିଓ-ରେକର୍ଡ ସଂସ୍କରଣ ବାହାର କରନ୍ତୁ।” ଆଉଜଣେ ମନ୍ତବ୍ୟ ଦେଇଛନ୍ତି, “ସକାଳେ ଏହା ଶୁଣି ହୃଦୟ ଏବଂ ମନକୁ ଶାନ୍ତି ମିଳିଥାଏ। ଏହା ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧିରଖେ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680283020.jpg)