Advertisment

କୁକୁରର ବାର୍ଥ ଡେ’ ସେଲିବ୍ରେସନ; ମାଲିକାଣୀ ଦେଲେ ଅଢ଼େଇ ଲକ୍ଷର ସୁନା ଚେନ୍‌

ଅଳଙ୍କାର ଦୋକାନ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ସୁନ୍ଦର କ୍ୟାପସନ ଦେଇଛି। କ୍ୟାପସନ୍‌ରେ ଲେଖାଅଛି, ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଥିବା ଗଭୀର ଏବଂ ସୁନ୍ଦର ବନ୍ଧୁତାକୁ ଏପରି ପାଳନ କରାଯାଉଛି। ଏହି ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କ ହୃଦୟ ଜିତୁଛି।

ଅଦ୍ୟତନ ହୋଇଛି
Woman Gifts Gold Chain to Pet Dog Birthday

pet dog

Advertisment

ମଣିଷ ଏବଂ କୁକୁରମାନଙ୍କ ମଧ୍ୟରେ ସବୁବେଳେ ଭଲ ସଂପର୍କ ରହିଆସିଛି। କୁକୁର ଏପରି ଏକ ପଶୁ ଯିଏକି ଜୀବନସାରା ମାଲିକଙ୍କ ପ୍ରତି ବିଶ୍ୱସ୍ତ ରହିଥାଏ । ଆପଣ ନିଶ୍ଚିତ ଭାବରେ କୁକୁରମାନଙ୍କର ବିଶ୍ୱସନୀୟତାର ଅନେକ କାହାଣୀ ଶୁଣିଥିବେ । ଅନ୍ୟ ପଟେ, କିଛି ପଶୁ ପ୍ରେମୀ ଅଛନ୍ତି ଯେଉଁମାନେ ନିଜ ପୋଷା କୁକୁରଙ୍କୁ ନିଜଠୁ ବି ଅଧିକ ଭଲ ପାଆନ୍ତି । କୁକୁରମାନଙ୍କ ପାଇଁ ସେମାନେ କିଛି ବି କରିପାରନ୍ତି। ତେବେ ଜଣେ ମହିଳା ନିଜର ପୋଷା କୁକୁରକୁ ଜନ୍ମଦିନ ଉପହାର ଭାବରେ ଅଢେଇ ଲକ୍ଷର ସୁନା ଚେନ୍‌ ଗିଫ୍ଟ କରିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ଅଧିକ ପଢ଼ନ୍ତୁ: ୪୫୦୦ ଟଙ୍କିଆ ସୁଟ୍‌ ପିନ୍ଧି କେକ୍‌ କାଟିଲା କୁକୁର ! ଗିଫ୍ଟରେ ମିଳିଲା ୩ଟି ସୁନା ଲକେଟ୍‌

ମୁମ୍ବାଇର ସରିତା ସଲଦାନହା ପ୍ରମାଣ କରିଛନ୍ତି ଯେ କୁକୁର ଏବଂ ମଣିଷ ମଧ୍ୟରେ ସମ୍ପର୍କ ପ୍ରକୃତରେ ଅତ୍ୟନ୍ତ ସ୍ୱତନ୍ତ୍ର । ସରିତା ନିଜ ପୋଷା କୁକୁରର ଜନ୍ମଦିନ ପାଳନ କରିବା ସହ ତାକୁ ଗିଫ୍ଟ ବି ଦେଇଛନ୍ତି। ସରିତା ତାଙ୍କ ଇଣ୍ଡି କୁକୁର ଟାଇଗରକୁ ଅଢେଇ ଲକ୍ଷ ମୂଲ୍ୟର ଏକ ସୁନା ଚେନ୍ ଉପହାର ଦେଇଛନ୍ତି।

Advertisment

ଚେମ୍ବୁରରେ ଥିବା ଅଳଙ୍କାର ଦୋକାନ ଅନିଲ ଜୁଏଲର୍ସ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ସରିତା ଏକ ସୁନା ଅଳଙ୍କାର ବାଛୁଥିବା ଦେଖିବାକୁ ମିଳିଛି। ପାଖରେ ପୋଷା କୁକୁର ଟାଇଗର ତାଙ୍କୁ ଅପେକ୍ଷା କରିଛି । ସରିତା ଏକ ଚେନ୍‌ ଆଣି କୁକୁରକୁ ଅତି ସ୍ନେହ ସହକାରେ ପିନ୍ଧାଇ ଦେଉଛନ୍ତି। ବେକରେ ସୁନା ଚେନ୍ ଲଗାଇବା ମାତ୍ରେ ଟାଇଗର୍‌ ଖୁସିରେ ଲାଞ୍ଜ ହାଲାଉଥିବାର ଦେଖିବାକୁ ମିଳିଛି।

Advertisment

ଅଳଙ୍କାର ଦୋକାନ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ସୁନ୍ଦର କ୍ୟାପସନ ଦେଇଛି। କ୍ୟାପସନ୍‌ରେ ଲେଖାଅଛି, ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଥିବା ଗଭୀର ଏବଂ ସୁନ୍ଦର ବନ୍ଧୁତାକୁ ଏପରି ପାଳନ କରାଯାଉଛି। ଏହି ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କ ହୃଦୟ ଜିତୁଛି। ପଶୁ ପ୍ରେମୀମାନେ ଏହାକୁ ଖୁବ୍‌ ପସନ୍ଦ କରିଛନ୍ତି। କିଛି ୟୁଜର୍ସ ଏହାକୁ ନେଇ ଅନେକ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଟାଇଗରକୁ ଜନ୍ମଦିନର ଶୁଭେଚ୍ଛା ।

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ ଲାଗିଲେ ବି ସତ; କୁକୁରର ହେଉଛି ଗୋଦ୍‌ଭରାଇ, ଦେଖନ୍ତୁ ଭିଡିଓ..

Dog Lover Gold Chain Birthday Gift
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ