/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666420347.jpg)
Monkey Viral Video
ସୋସିଆଲ ମିଡିଆରେ ତ ଢ଼େର ଭିଡିଓ ଭାଇରାଲ ହେଉଛି । ଆପଣ ଅନେକ ଭାଇରାଲ ଭିଡିଓ ଦେଖିଥିବେ । ଆଉ ସେଗୁଡ଼ିକୁ ଦେଖି କେତେବେଳେ ହସିଥିବେ ତ କେତେବେଳେ ଆଖିରୁ ଦୁଇ ଟୋପା ଲୁହ ବି ଝରାଇଥିବେ । ହେଲେ ଆଜି ଆମେ ଯେଉଁ ଭିଡିଓ ଦେଖାଇବୁ ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏହା ମଣିଷ ଆଉ ପଶୁ ମଧ୍ୟରେ ଥିବା ସ୍ୱାର୍ଥହୀନ ପ୍ରେମର ଏକ ଜ୍ୱଳନ୍ତ ଉଦାହରଣ ।
ଆପଣ ଯଦି ଜଣେ ମଣିଷକୁ ପାଳି ପୋଷି ବଡ଼ କରିଥାନ୍ତି, ତଥାପି ସେ ଆପଣଙ୍କ ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ଆପଣଙ୍କ ସାଥିରେ ନଥାଏ । ଏମିତିକି ଖରାପ ସମୟରେ ମଧ୍ୟ ସେ ଆପଣଙ୍କ ଆଡ଼କୁ ଚାହିଁ ନଥାଏ । କିନ୍ତୁ ଯେଉଁ ଭାଇରାଲ ଭିଡିଓ କଥା ଆମେ କହୁଛୁ, ସେହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଗୋଟିଏ ପଶୁର ସଚ୍ଚୋଟତା । ଆଉ ମଣିଷ ପ୍ରତି ତାର ଭଲ ପାଇବା । ଯାହାକି ସାଧାରଣତଃ ଜୀବଶ୍ରେଷ୍ଠ ମଣିଷ ପାଖରେ ସବୁବେଳେ ଦେଖାଯାଇନଥାଏ ।
ଭିଡିଓରେ ଏକ ମାଙ୍କଡ଼ ଗୋଟିଏ ମୃତଦେହ ପାଖରେ ବସିଛି । ଆଉ କାହିଁକି କେଜାଣି ଭାରି ମନ ଦୁଃଖ କରି ବସିଲା ଭଳି ଦେଖାଯାଉଛି । ଯଦିଓ ସେ କିଛି ବୟାନ କରିପାରୁନି, କିନ୍ତୁ ତାର ଆଖି ଆଉ ହାବ ଭାବ ଦେଖି ଯାହା ଠଉରାଯାଉଛି, ମାଙ୍କଡ଼ଟି ଦୁଃଖରେ ଅଛି । ବାରମ୍ବାର ମୁଣ୍ଡ ନୁଆଁଇ ମୃତଦେହକୁ ଛୁଉଁଛି । ଆଉ ବେଳେ ବେଳେ ମୃତଦେହ ମୁଣ୍ଡକୁ ଆଉଁଶି ଦଉଛି । ପୁଣି ଟିକେ ଚାରିପଟକୁ ଚାହୁଁଛି । ଏମିତି ବାରମ୍ବାର କରୁଛି । ଯାହାକି ଭାଇରାଲ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ।
ମିଳିଥିବା ସୂଚନା ଅନୁସାରେ ଯେଉଁ ବ୍ୟକ୍ତିର ମୃତଦେହ ଦେଖାଯାଉଛି, ସେହି ବ୍ୟକ୍ତି ବଞ୍ଚିଥିବା ବେଳେ ଏହି ମାଙ୍କଡ଼ଟିକୁ ଖାଇବାକୁ ଦେଉଥିଲେ । ପ୍ରତ୍ୟେକ ଦିନ ମାଙ୍କଡ଼ଟି ଆସି ତାଙ୍କଠାରୁ ଖାଦ୍ୟ ଖାଇଥାଏ । ଆଉ ଏମିତି ହିଁ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା ।
ଯେତେବେଳେ ମାଙ୍କଡ଼ ଜାଣିପାରିଲା ତାକୁ ଖାଦ୍ୟ ଦେଉଥିବା ଲୋକଟି ଆଉ ଏ ଦୁନିଆରେ ନାହିଁ, ସେତେବେଳୁ ସେ ଆସି ଏମିତି ହିଁ ମୃତଦେହ ପାଖେ ବସିଛି । ଆଉ ଏକ ଶୋକାକୂଳ ପରିବେଶରେ ନିଜ ଆଖିରୁ ଲୁହ ଝରାଉଛି ।ଆଉ ମନେ ମନେ ଅନେକ କିଛି ଭାବୁଛି । ଭାଇରାଲ ଭିଡିଓ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିବ.. ।
A monkey paying tribute at the #funeral of its master in #Batticaloa.#truelove. pic.twitter.com/Yf3XjRYXwc
— Aslaw CC (@effay123) October 19, 2022
Unconditional love of the animal world. Human beings have reduced the relationships to need based ones. Very touching sight!
— amita chandran (@AckAmita) October 21, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)