Advertisment

Mahakumbh Monalisa: ପୁଣି ମନ ମୋହିଲେ ମୋନାଲିସା; ଏମିତି ରିଲ୍ କଲେ, ରାତାରାତି ହେଲା ଭାଇରାଲ୍

ମୋନାଲିସା ପୁଣି ଥରେ ଇଣ୍ଟର୍‌ନେଟ୍‌ରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ଏଥର ସେ ସଲମାନ ଖାନଙ୍କ ସୁପର୍‌ହିଟ ଫିଲ୍ମ ଦବଙ୍ଗରୁ 'ଚୋରି କିୟାରେ ଜିଆ' ଗୀତରେ ଏକ ଚମତ୍କାର ରିଲ୍‌ ତିଆରି କରି ସୋସିଆଲ୍ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ଭିଡିଓ ମଧ୍ୟ ରାତାରାତି ଭାଇରାଲ୍ ହୋଇଛି।

ଅଦ୍ୟତନ ହୋଇଛି
Monalisa goes viral again her chori kiya re jiya song reel

Monalisa goes viral again her chori kiya re jiya song reel

Advertisment

ପ୍ରତିଦିନ ସୋସିଆଲ ମିଡିଆରେ ନୂତନ ଟ୍ରେଣ୍ଡ୍ ଏବଂ କଣ୍ଟେଣ୍ଟ୍ କ୍ରିଏଟରମାନେ ଏଣ୍ଟ୍ରୀ କରୁଛନ୍ତି। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କ ଅନନ୍ୟ ଷ୍ଟାଇଲ୍ ଏବଂ ଅଦ୍ଭୁତ ପ୍ରଦର୍ଶନ ସହିତ ଲୋକଙ୍କ ହୃଦୟ ଜିତନ୍ତି। ସେହିପରି ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ମହାକୁମ୍ଭ ୨୦୨୫ ସମୟରେ ଭାଇରାଲ୍‌ ହୋଇଥିବା ମୋନାଲିସା ପୁଣି ଥରେ ଇଣ୍ଟରନେଟରେ ଆଲୋଡ଼ନ ସୃଷ୍ଟି କରିଛନ୍ତି।

Advertisment

ଏଥର ମହାକୁମ୍ଭ  ମୋନାଲିସା ସଲମାନ ଖାନଙ୍କ ସୁପର୍‌ହିଟ ଫିଲ୍ମ ଦବଙ୍ଗରୁ 'ଚୋରି କିୟାରେ ଜିଆ' ଗୀତରେ ଏକ ଚମତ୍କାର ରିଲ୍‌ ତିଆରି କରିଛନ୍ତି ସୋସିଆଲ୍ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ଏହି ଭିଡିଓକୁ ରାତାରାତି ୪ ଲକ୍ଷରୁ ଅଧିକ ଭିୟୁ ମିଳିସାରିଲାଣି।

Advertisment

ଅଧିକ ପଢ଼ନ୍ତୁ: ମୋନାଲିସାଙ୍କ ରୂପ ନୁହେଁ, ତାଙ୍କ ସ୍ୱର ବି ସୁନ୍ଦର; ଶୁଣନ୍ତୁ ସେ ଗାଇଥିବା ଗୀତ

ପାଗଳ କରୁଛି ରିଲ୍‌:

ଏହି ଭାଇରାଲ୍‌ ଭିଡିଓରେ ମୋନାଲିସା ଏକ ନାଲି ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ତାଙ୍କ ହାତରେ ଏକ ଫୁଲ ଅଛି, ଯାହାକୁ ସେ ଏକ ଷ୍ଟାଇଲ୍‌ ଭାବେ ଭିଡିଓର ଏକ ଅଂଶ କରିଛନ୍ତି। ତାଙ୍କର ଏକ୍ସପ୍ରେସନ୍ ଏବଂ ସ୍ମୁଥ୍ ଡ୍ୟାନ୍ସ ମୁଭ୍ସ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ପାଗଳ କରିଦେଇଛି।

Advertisment

ଭିଡିଓରେ ତାଙ୍କ ଷ୍ଟାଇଲ୍ ବଲିଉଡ୍ ହିରୋଇନ୍‌ମାନଙ୍କୁ ମଧ୍ୟ ପଛରେ ପକାଇଦେବା ଭଳି। ଏହି ଭିଡିଓ ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମ୍‌ ଏବଂ ୟୁଟ୍ୟୁବ୍ ସର୍ଟରେ ଟ୍ରେଣ୍ଡ୍‌ କରୁଛି। ଲୋକମାନେ ଏହାକୁ ବାରମ୍ବାର ଦେଖୁଛନ୍ତି।

ଅଧିକ ପଢ଼ନ୍ତୁ: ବିବାଦରେ ସନୋଜ ମିଶ୍ର; ସେଭ୍ କରିବାକୁ ଆଗକୁ ଆସିଲେ ଭାଇରାଲ୍ ଗାର୍ଲ ମୋନାଲିସା

ଲୋକଙ୍କ ପ୍ରଶଂସା:

ମୋନାଲିସାଙ୍କର ଏହି ରିଲ୍ ଭାଇରାଲ୍ ହେବା ମାତ୍ରେ ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି। ଜଣେ ମତ ଦେଇ ଲେଖିଛନ୍ତି, "OMG ... ଆପଣଙ୍କ ଏକ୍ସପ୍ରେସନ୍ ଆଶ୍ଚର୍ଯ୍ୟଜନକ ❤️🔥"। ସେହିପରି ଅନ୍ୟ ଜଣେ ଲେଖିଛନ୍ତି, "ଏପର୍ଯ୍ୟନ୍ତର ସବୁଠାରୁ ବଢିଆ ରିଲ୍।"

ଏହି ଭାଇରାଲ୍ ଭିଡିଓରେ ହଜାର ହଜାର ଲାଇକ୍ ଏବଂ କମେଣ୍ଟ୍ ଆସିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ମୋନାଲିସାଙ୍କ ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି।


ଲୋକଙ୍କୁ କରୁଛନ୍ତି ମନୋରଞ୍ଜନ:

ମୋନାଲିସା ସେତେବେଳେ ଲୋକଲୋଚନକୁ ଆସିଥିଲେ ଯେତେବେଳେ ମହାକୁମ୍ଭ ସମୟରେ ସୋସିଆଲ ମିଡିଆରେ ତାଙ୍କର ଏକ ନିଆରା ଭିଡିଓ ଟ୍ରେଣ୍ଡ୍‌ ହେବା ଆରମ୍ଭ କରିଥିଲା। ତାଙ୍କ ସରଳ ରୂପ, ତାଙ୍କ ବ୍ରାଉନ୍ ଆଖି, ତାଙ୍କ ହସ ହସ ମୁହଁ ସମସ୍ତଙ୍କୁ ଆକର୍ଷଣ କରିଥିଲା। ତାଙ୍କ ଭାଇରାଲ୍ ଭିଡିଓ ସମସ୍ତଙ୍କ ହୃଦୟ ଜିତିଥିଲା। ବର୍ତ୍ତମାନ ସେ ରିଲ୍ ଏବଂ ସର୍ଟସ୍ ତିଆରି କରି ଲଗାତର ଭାବରେ ତାଙ୍କ ଫଲୋର୍ସମାନଙ୍କୁ ମନୋରଞ୍ଜନ କରୁଛନ୍ତି।

ଅଧିକ ପଢ଼ନ୍ତୁ: ଅଭିନୟ କରି ଦେଖେଇଲେ ମୋନାଲିସା; କହିଲେ ଦମଦାର ଡାଏଲଗ୍

Social Media Viral Video Reels Video Mahakumbh Monalisa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ