Advertisment

Video Viral: ଗାଡିକୁ କାନ୍ଧରେ ବୋହି ଚାଲି ଚାଲି ଗଲେ, ସୋସିଆଲ ମିଡିଆରେ ଭାଇରାଲ

ଗାଡିକୁ କାନ୍ଧରେ ବୋହି ଚାଲି ଚାଲି ଗଲେ । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁଇ ଜଣ ଯୁବକ ଟ୍ରାଫିକ୍ ଜାମରେ ବିରକ୍ତ ହୋଇ କାନ୍ଧରେ ସ୍କୁଟି ବୋହି ବୋହି ନେଉଛନ୍ତି । ଭିଡିଓରେ ଦେଖାଯାଉଛି, ରାସ୍ତାରେ ଲମ୍ବା ଟ୍ରାଫିକ୍ ଜାମ୍ ହୋଇଛି । ଲୋକେ ଘଣ୍ଟା ଘଣ୍ଟା ଟ୍ରାଫିକ୍‌ରେ ଫସି ରହିଛନ୍ତି । ଏହି ସମୟରେ ଜଣେ ଯୁବକ କାନ୍ଧରେ ନିଜ ସ୍କୁଟି ଉଠାଇ ଖଚାଖଚ୍ ଭିଡ଼ ଭିତରେ ରାସ୍ତା ପାର୍ ହେଉଛନ୍ତି

author-image
Manasranjan Mohanty
VIRAL VIDEO

VIRAL VIDEO

ଟ୍ରାଫିକ୍ ଜାମ୍‌ ରୁ ବଞ୍ଚିବାର ଗଜବ ତରିକା । କାନ୍ଧରେ ସ୍କୁଟି ଉଠାଇ ରାସ୍ତା ପାର୍ ହେଲେ ଯୁବକ । ଗାଡିକୁ କାନ୍ଧରେ ବୋହି ଚାଲି ଚାଲି ଗଲେ...। ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁଇ ଜଣ ଯୁବକ ଟ୍ରାଫିକ୍ ଜାମରେ ବିରକ୍ତ ହୋଇ କାନ୍ଧରେ ସ୍କୁଟି ବୋହି ବୋହି ନେଉଛନ୍ତି ।

Advertisment

ଭିଡିଓରେ ଦେଖାଯାଉଛି, ରାସ୍ତାରେ ଲମ୍ବା ଟ୍ରାଫିକ୍ ଜାମ୍ ହୋଇଛି । ଲୋକେ ଘଣ୍ଟା ଘଣ୍ଟା ଟ୍ରାଫିକ୍‌ରେ ଫସି ରହିଛନ୍ତି । ଏହି ସମୟରେ ଜଣେ ଯୁବକ କାନ୍ଧରେ ନିଜ ସ୍କୁଟି ଉଠାଇ ଖଚାଖଚ୍ ଭିଡ଼ ଭିତରେ ରାସ୍ତା ପାର୍ ହେଉଛନ୍ତି । ଆଉ ଜଣେ ଯୁବକ ତାଙ୍କୁ ସାହାଯ୍ୟ କରୁଛନ୍ତି । ଏହା ଦେଖି ସେମାନଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହୁଛନ୍ତି ଆଖପାଖର ଲୋକେ ।

ଆଉ କିଛି ଲୋକେ ନିଜ ମୋବାଇଲରେ ଦୁହିଁଙ୍କର ଭିଡିଓ ବନାଉଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ତେବେ ଏହି ଭିଡିଓଟି ହରିୟାଣା ଗୁରୁଗ୍ରାମର ହୋଇଥିବା ଜଣାପଡିଛି । ଏହି ଦୃଶ୍ୟକୁ ଯିଏ ଦେଖୁଛି ସିଏ ହସୁଛି । ଲୋକେ ନାନା ମଜାଳିଆ କମେଣ୍ଟ ବି ଦେଉଛନ୍ତି ।

Advertisment

ଗୁରୁଗ୍ରାମରୁ ଭାଇରାଲ ହେଉଥିବା ଏହି ଭିଡିଓ କେବଳ ଲୋକଙ୍କୁ ହସାଉନି, ବରଂ ଏକ ଗମ୍ଭୀର ସମସ୍ୟାକୁ ମଧ୍ୟ ଦର୍ଶାଉଛି । ଖାଲି ଗୁରୁଗ୍ରାମ ନୁହେଁ, ଦେଶରେ ପ୍ରାୟ ସବୁ ବଡ ବଡ ସହରରେ ଟ୍ରାଫିକ୍ ଜାମ୍ ଏବେ ଏକ ବଡ ସମସ୍ୟା ହେଲାଣି । ଅଫିସ୍ କି ସ୍କୁଲ, କଲେଜ ଯାଉଥିବା ବେଳେ ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ଫସି ରହୁଛନ୍ତି ଲୋକେ ।

Gurugram Video Viral Trafic
Advertisment
Related Articles
Advertisment