Advertisment

୧୪ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ; ଫିଲ୍ମ ଷ୍ଟାଇଲ୍‌ରେ ବଞ୍ଚାଇଲେ ପଡୋଶୀ

୧୪ମହଲାରୁ ଡେଇଁ ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ନୋଏଡାର ଏକ ସୋସାଇଟିରେ ଜଣଏ ମାନସିକ ବିକୃତ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

author-image
Sonali Ojha
Man tries to jump

Man tries to jump

୧୪ମହଲାରୁ ଡେଇଁ ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ନୋଏଡାର ଏକ ସୋସାଇଟିରେ ଜଣଏ ମାନସିକ ବିକୃତ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କିଛି ସମୟ ବାଲକୋନୀରେ ବୁଲିବା ପରେ ହଠାତ ୧୪ମହଲା ତଳକୁ ଡେଇଁବାକୁ ଉଦ୍ୟମ କରିଥିଲେ। ମାତ୍ର ପାଖ ପଡୋଶୀ ତାଙ୍କୁ ଉଦ୍ଧାର କରିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Advertisment

ଗତକାଲି ନୋଏଡା ସେକ୍ଟର ୭୪ରେ ଥିବା ସୁପରଟେକ୍ କେପ୍ ଟାଉନ ଆପାର୍ଟମେଣ୍ଟରେ ଏହି ଅଘଟଣ ଘଟିଛି। ଭାଇରାଲ୍ ଭିଡିଓରେ ଆପଣ ଦେଖିହାକୁ ପାଇବେ, ଯୁବକ ଜଣକ ୧୪ମହଲାର ବାଲକୋନୀ ରେଲିଂରେ ଝୁଲି ରହିଛନ୍ତି। ଏହା ଦେଖିବା ପରେ ଜଣେ ପଡୋଶୀ ଚିତ୍କାର କରି ସମସ୍ତଙ୍କୁ ଡାକିଥିଲେ। ସେତେବେଳକୁ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଶରୀର ବାଲକୋନିରେ ଝୁଲି ରହିଥିଲା। ତାଙ୍କ ହାତ କଂକ୍ରିଟ ରେଲିଂ ଧାରରେ ରହିଥିଲା ​​। ତଳ ମହଲାରୁ ଦୁଇଜଣ ବ୍ୟକ୍ତି ତୁରନ୍ତ ଉଦ୍ଧାର କରିବାକୁ ଆସିଥିଲେ। ତାଙ୍କୁ ଟାଣିଆଣି ସୁରକ୍ଷିତ ସ୍ଥାନକୁ ନେଇଥିଲେ।

Advertisment

ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ବୟସ ୨୧ ବର୍ଷ। ପୋଲିସ କହିଛି ଯେ ତାଙ୍କ ମାନସିକ ଅବସ୍ଥା ଠିକ ନାହିଁ ଓ ତାଙ୍କର ଚିକିତ୍ସା ଚାଲିଛି। ପୋଲିସର ସୂଚନାନୁସାରେ, ପୂର୍ବରୁ ସେ ନିଜ ପରିବାର ସହିତ ସୋସାଇଟିରେ ରହୁଥିଲେ। କିଛିଦିନ ପୂର୍ବରୁ ସେ ନୋଏଡାର ସେକ୍ଟର ୪୧ରେ ରହୁଥିଲେ। ଘଟଣା ଦିନ ସେ ନିଜ ପରିବାରକୁ ନ ଜଣାଇ ସୁପରଟେକ୍ କେପଟାଉନରେ ପହଞ୍ଚି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସକାଳ ପ୍ରାୟ ୧୦ଟା ୩୦ରେ ପୋଲିସକୁ ସୂଚନା ଦିଆଯାଇଥିଲା। ତାଙ୍କ ପରିବାର ଲୋକ ପହଞ୍ଚି ତାଙ୍କୁ ଘରକୁ ଫେରାଇ ନେଇଥିଲେ।

Suicide Attempt
Advertisment
Advertisment