• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି । ଯେଉଁମାନଙ୍କ ଚିନ୍ତାଧାରା ଖୁବ୍‌ ଭିନ୍ନ । କିଛି ଲୋକଙ୍କ ଚିନ୍ତାଧାରା ଅତ୍ୟନ୍ତ ଅଦ୍ଭୁତ ହୋଇଥାଏ । ତେବେ ସେହି ଭିତରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଚିନ୍ତାଧାରା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପକାଇବ । ଠିକ୍‌ ସେମିତି ଜଣେ ବ୍ୟକ୍ତି ଆମ ନଜରକୁ ଆସିଛନ୍ତି । ସେ ସର୍ଟ ଭିଡିଓ ମେକିଂ ଆପ୍‌ ଟିକ୍‌ଟକ୍‌ରେ ବେଶ ପରିଚିତ ।

Doll LoveDoll Love

କଥାଟା ହେଲା ଆଜିକାଲିର ବଏଫ୍ରେଣ୍ଡ - ଗାର୍ଲଫ୍ରେଣ୍ଡ ଜମାନାରେ ଏହି ଟିକ୍‌ଟିକ୍ ଷ୍ଟାର ଜଣକ ସିଙ୍ଗଲ ରହି ରହି ବୋର ହୋଇଯାଇଥିଲେ । ତେଣୁ ସେ ନିଜ ପାଇଁ ଗାର୍ଲଫ୍ରେଣ୍ଡ ବନାଇଲେ । ଆଉ ଏହା ପରେ ସେ ଟିକ୍‌ଟକ୍‌ରେ ନିଜର ଜୀବନର କାହାଣୀ କହିଲେ । ଆଉ ତାହା ଶୁଣି ଅନ୍ୟ ଉପଭୋକ୍ତା ଆଶ୍ଚର୍ଯ୍ୟ ହୋଇଗଲେ । ଆଶ୍ଚର୍ଯ୍ୟ ହେବା ବି ସ୍ୱାଭାବିକ୍ । ଆପଣ ବି ଏହି କାହାଣୀ ଜାଣିବା ପରେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ନିଜ କାହାଣୀରେ ଉକ୍ତ ବ୍ୟକ୍ତି ଭାବି ପତ୍ନୀ ଓ ଦୁଇ ସନ୍ତାନଙ୍କ କଥା କହିଛନ୍ତି । ତେବେ ଆପଣ ଭାବୁଥିବେ ଜଣେ ବ୍ୟକ୍ତିଙ୍କ ପତ୍ନୀ ଓ ଦୁଇ ସନ୍ତାନ ରହିବାରେ କ’ଣ ଆଶ୍ଚର୍ଯ୍ୟ କଥା । ଏହା ତ ଏକ ସାଧାରଣ କଥା । ତେବେ କାହାଣୀଟି ପୁରା ପଢ଼ନ୍ତୁ । ଆମର ଆଶା ଆପଣ ବୁଝିପାରିବେ ।

Doll LoveDoll Love

@montbk5959 ନାମକ ଟିକ୍‌ଟକର୍ ନିଜ ଫଲୋଅର୍ସ ମାନଙ୍କୁ କହିଛନ୍ତି ଯେ, ସେ ତାଙ୍କ ଭାବି ପତ୍ନୀଙ୍କୁ ଖୁବ୍‌ ଭଲ ପାଆନ୍ତି । ଏମିତିକି ସେ ତାଙ୍କୁ ବିବାହ କରିବାକୁ ବି ଚାହାନ୍ତି । ଏହା ଜାଣିବା ପରେ ଫଲୋଅର୍ସଙ୍କ ମଧ୍ୟରେ ତାଙ୍କ ଭାବି ପତ୍ନୀଙ୍କୁ ବା ଗାର୍ଲଫ୍ରେଣ୍ଡଙ୍କୁ ଦେଖିବା ପାଇଁ ଉତ୍ସୁକତା ବଢ଼ିଥିଲା । ହେଲେ ଯେତେବେଳେ ନିଜ ଭାବି ପତ୍ନୀଙ୍କୁ ସେ ଲୋକଙ୍କୁ ଦେଖାଇଲେ, ସେତେବେଳେ ଆସିଲା କାହାଣୀରେ ଟ୍ୱିଷ୍ଟ । ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ । ସେ ତାଙ୍କ ଭାବି ପତ୍ନୀଙ୍କ ନାଁ ରଖିଥିଲେ ନତାଲିଆ । ତେବେ ଆଶ୍ଚର୍ଯ୍ୟ ହେବାର ମୁଖ୍ୟ କାରଣ ହେଲା, ନତାଲିଆ କୌଣସି ଝିଅ ନଥିଲେ । ସେ ହେଉଛନ୍ତି ଜଣେ କଣ୍ଢେଇ । ବ୍ୟକ୍ତି ଜଣକ ଖାଲି ବିବାହ ନୁହେଁ ତାଙ୍କ ସହ ରହିବା ମଧ୍ୟରେ ଦୁଇ ସନ୍ତାନ ସହ ଏକ ପରିବାର ମଧ୍ୟ ଗଢ଼ିସାରିଛନ୍ତି ।

ନିକଟରେ ଏହି ବ୍ୟକ୍ତି ଜଣଙ୍କ ଗଣ୍ଢେଇ ନାତାଲିଆଙ୍କ ସହ ଲଭ୍‌ ଆନିଭର୍ସରୀ ମଧ୍ୟ ପାଳନ କରିଛନ୍ତି । ଏହି କଣ୍ଢେଇ ପ୍ରସ୍ତୁତ କରିବା ପାଇଁ ବ୍ୟକ୍ତି ଜଣକ ତୁଳା ଓ ସେହି ସବୁ ଡ୍ରେସ୍‌ ବ୍ୟବହାର କରିଥିଲେ ଯେଉଁଥିରେ ନକଲି ଚୁଟି ଲଗାଯାଇପାରିବ । ସେ ସବୁବେଳେ ନାତାଲିଆଙ୍କ ପାଖରେ ରଖୁଥିଲେ । ଭାବି ପତ୍ନୀ ନାତାଲିଆଙ୍କ ସହ ସେ ଆଉ ଦୁଇ କଣ୍ଢେଇ ମଧ୍ୟ ପ୍ରସ୍ତୁତ କରିଥିଲେ  । ଯେଉଁମାନେ କି ତାଙ୍କୁ ଦୁଇ ସନ୍ତାନ ବୋଲି କହିଛନ୍ତି । ଏହି କଣ୍ଢେଇମାନଙ୍କୁ ନେଇ ସେ ନିଜ ପରିବାର ଗଢ଼ିଛନ୍ତି ।

Doll LoveDoll Love

ବ୍ୟକ୍ତି ଜଣକ କହିଛନ୍ତି ଯେ, ଏହି କଣ୍ଢେଇ ସହ ରହିଲେ ତାଙ୍କୁ ଶାନ୍ତି ମିଳୁଛି । ଯଦି ନାତାଲିଆ ନଥାନ୍ତେ ତେବେ ତାଙ୍କ ଜୀବନ ପୁରା ଫିକା ଫିକା ରହିଥାନ୍ତା ଏବଂ ସେ ଏକା ଏକା ଜୀବନ ଅତିବାହିତ କରିଥାନ୍ତେ । ନାତାଲିଆ ଏବଂ ଦୁଇ ସନ୍ତାନଙ୍କ ସହ ଅଥାତ ୩ କଣ୍ଢେଇଙ୍କ ସହ ବ୍ୟକ୍ତି ଜଣକ ଟିଭି ଦେଖନ୍ତି, କଥାବାର୍ତ୍ତା ହୁଅନ୍ତି ଏବଂ ଅନେକ ଛୋଟ ବଡ଼ କାର୍ଯ୍ୟରେ ମଧ୍ୟ ତାଙ୍କୁ ସାମିଲ କରିଥାନ୍ତି । ସେ କହୁନ୍ତି ଏହି କଣ୍ଢେଇ ମାନେ ମଧ୍ୟ ତାଙ୍କୁ ଖୁବ୍‌ ଭଲ ପାଆନ୍ତି । ତେଣୁ ନାତାଲିଆଙ୍କୁ ସେ ନିଜ ପରିବାର ସହ ମଧ୍ୟ ଭେଟ କରାଇଛନ୍ତି । ଆଉ ତାଙ୍କୁ ବିବାହାର କରିବେ ବୋଲି ମଧ୍ୟ କହିଛନ୍ତି ।