Advertisment

Viral Video: ମରିଗଲା ମାନବିକତା; ଦୁର୍ଘଟଣା ପରେ ଉଦ୍ଧାର ନକରି କାଢ଼ି ନେଲେ ଗହଣା

ଉଦ୍ଧାର କରିବେ କଣ, ଦୁର୍ଘଟଣାରେ ମୃତ ମହିଳାଙ୍କ ହାତରୁ କାଢିନେଲେ କଙ୍କଣ। ତା’ପରେ ଛାଡ଼ି ପଳାଇଲେ। ସୋସିଆଲ୍ ମିଡିଆରେ ଏବେ ଏହି ଦୃଶ୍ୟ ଭାଇରାଲ୍ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
Viral Video

Viral Video

Advertisment

ଧିରେଧିରେ ମରିଯାଉଛି ମାନବିକତା। ବିପଦ ବେଳେ ସାହାଯ୍ୟ କରିବେ କଣ ଲୁଟିବାରେ ବ୍ୟସ୍ତ। ଆଜିକାଲି ଏପରି ଘଟଣା ଅତି ସାଧାରଣ ହୋଇଗଲାଣି। ସେହିପରି ଏକ ଘଟଣା ଘଟିଛି ମୁମ୍ବାଇର କୁର୍ଲାଠାରେ। ଭୟଙ୍କର ବସ୍ ଦୁର୍ଘଟଣା ପରେ ଲୋକ ସାହାଯ୍ୟ କରିବା ପରିବର୍ତ୍ତେ ମୃତଦେହରୁ ଅଳଙ୍କାର ଚୋରି କରୁଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Advertisment

ଦୁଇଦିନ ତଳେ ମୃତ୍ୟୁର ତାଣ୍ଡବ ରଚିଥିଲା ଇଲେକ୍ଟ୍ରିକ୍‌ ବସ୍‌। କାର୍‌, ବାଇକ୍‌ ଏପରିକି ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ଏହି ସମୟରେ ଲୋକ ସାହାଯ୍ୟ କରିବା ପାଇଁ ଧାଇଁ ଆସିବା କଥା । ହେଲେ ଜଣେ ବ୍ୟକ୍ତି କାର୍ ତଳେ ଚାପି ହୋଇରହିଥିବା ଜଣେ ମହିଳାଙ୍କ କଙ୍କଣ ଚୋରି କରିବାରେ ବ୍ୟସ୍ତ।

ଭିଡିଓରେ ମହିଳା ଜଣକ କାର୍ ତଳେ ଚାପି ହୋଇରହିଛନ୍ତି। ରକ୍ତଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଛନ୍ତି। ବୋଧହୁଏ ସେ ଚେତାଶୂନ୍ୟ ଅଛନ୍ତି ଅଥବା ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ସମୟରେ ଜଣେ ବ୍ୟକ୍ତି ସେଠାରେ ପହଞ୍ଚିଛନ୍ତି। ତାଙ୍କୁ ଗାଡ଼ି ତଳୁ ବାହାର କରିବା ପରିବର୍ତ୍ତେ ସେ ପିନ୍ଧିଥିବା ଗହଣା ସବୁ କାଢି ନେଉଛନ୍ତି। ସେ ହାତରେ ପିନ୍ଧିଥିବା ସୁନା ଚୁଡି ଓ କଙ୍କଣ ସବୁ ବାହାର କରି ନେଉଥିବା ଭିଡିଓ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

Advertisment

ଖାଲି ସେଚିକି ନୁହେଁ। ଦୁର୍ଘଟଣା ବେଳର ଭିଡିଓ ଏବେ ବେଶ ଭାଇରାଲ୍ ହେବାରେ ଲାଗିଛି। ବସ୍‌ରେ ପ୍ରବଳ ଭିଡ ଥିଲା। କଣ୍ଡକ୍ଟର ଟିକେଟ୍ କରୁଥିଲେ। ହେଲେ ବସ୍‌ର ବେଗ ହଠାତ ବଢିଯାଇଥିଲା। ଲୋକ ବସ୍ ଭିତରେ ଧକ୍କା ହୋଇ ତଳେ ପଡିଥିଲେ। ଚାହୁଁଚାହୁଁ ବସ ଲୋକଙ୍କ ଉପରେ ମାଡିଯାଇଥିଲା। ଆଉ ବସ୍ ଡ୍ରାଇଭର୍ ଦୁର୍ଘଟଣା ଘଟାଇବା ପରେ ଝରକା ଡେଇଁ ଦୁଇଟି ବ୍ୟାଗ ନେଇ ସେଠାରୁ ଚମ୍ପଟ ମାରିଛନ୍ତି। 

Advertisment

ଭାଇରାଲ ଫୁଟେଜକୁ ବ୍ୟାପକ ନିନ୍ଦା କରାଯାଉଥିବାରୁ ପୋଲିସ ସେହି ବ୍ୟକ୍ତିଙ୍କ ସନ୍ଧାନ ଆରମ୍ଭ କରିଛି। ମୁମ୍ବାଇ ପୋଲିସ କହିଛି ଯେ ଏକ ମାମଲା ପଞ୍ଜୀକୃତ ହେବ ଏବଂ ଏହି ଅମାନୁଷିକ କାର୍ଯ୍ୟ ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାର ତଦନ୍ତରେ ପୋଲିସକୁ ସାହାଯ୍ୟ କରିବାକୁ ଅଧିକାରୀମାନେ ଲୋକଙ୍କୁ ନିବେଦନ କରିଛନ୍ତି। ତେବେ ଏହା ଦେଖି ୟୁଜର୍ସ ଏହାକୁ ନିନ୍ଦା କରିବା ସହ କମେଣ୍ଟ କରିଛନ୍ତି ଯେ ମାନବିକତା ଧିରେଧିରେ ହଜିଯାଉଛି।

ସୂଚନା ଅନୁସାରେ ମୁମ୍ବାଇ କୁର୍ଲାର ଓ୍ୱେଷ୍ଟରେ ବସ୍ ଦୁର୍ଘଟଣା ହୋଇଥିଲା। କୁର୍ଲା ପଶ୍ଚିମରୁ ଅନ୍ଧେରି ଯାଉଥିବା ୩୩୨ ନମ୍ବର ବସ୍‌ କୁର୍ଲା ଷ୍ଟେସନରୁ ଯାଉଥିବା ବେଳେ ଆମ୍ବେଦକର ନଗର ବୁଦ୍ଧ କଲୋନୀ ପାଖରେ ନିୟନ୍ତ୍ରଣ ହରାଇ ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ପ୍ରଥମେ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ଯାଏ ଘୋଷାରି ନେଲା। ଏହାପରେ ସ୍କୁଟି, ଅଟୋ, ବାଇକ୍‌ ଓ ପରେ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ମାଡ଼ିଗଲା। ପ୍ରାୟ ୫୦ ଲୋକଙ୍କୁ ନିଜ ଚକା ତଳେ ଚାପି ଦେଇଥିଲା ବସ୍‌।

୨୦୦ ମିଟର ବ୍ୟାସାର୍ଦ୍ଧରେ ଯାହା ଆସିଲା ତାହା ଉପରେ ଲଗାତର ଚଢ଼ିଗଲା ବସ୍‌। ଶେଷରେ ଏକ ସୋସାଇଟି କାନ୍ଥ ସହ ଧକ୍କା ହେବା ପରେ ବସ୍‌ଟି ଅଟକି ଥିଲା। ବସ୍‌ ତଳେ ଚାପି ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୯ ଜଣ ଆହତ ହୋଇଥିଲେ। ଆହତଙ୍କୁ ଉଦ୍ଧାର କରି ଭାବା ଓ ସାୟନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ ଏହି ଘଟଣାରେ ବସ୍‌ ଡ୍ରାଇଭରଙ୍କୁ ଗିରଫ କରିଛି।

Mumbai Accident Theft
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ