• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଥାରେ କୁହାଯାଏ, ସମୟ ସବୁବେଳେ ସମାନ ନଥାଏ । କେତେବେଳେ ବି ଅଘଟଣ ଘଟିପାରେ । ଆମେ ଏଠାରେ କହିବାକୁ ଯାଉଥିବା ଖବରଟି ଏହି କଥା ସହ ସମ୍ପୂର୍ଣ୍ଣ ମେଳ ଖାଉଛି । କାରଣ ଜଣେ ବ୍ୟକ୍ତି ଷ୍ଟଣ୍ଟ ଦେଖାଉଥିବାବେଳେ ଏକ ଦୋଳିରୁ ଖସିପଡ଼ୁଛନ୍ତି । ଖାଲି ଖସିପଡ଼ୁନାହାନ୍ତି ବରଂ ବ୍ୟକ୍ତି ଜଣକ ଦୋଳିରୁ ପ୍ରଥମେ ଖସିପଡ଼ିବା ସହ ଦୋଳିର ଅନ୍ୟପଟରେ ବାଡ଼େଇ ହୋଇ ତଳେ ପଡ଼ିଯାଉଛନ୍ତି, ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାର ଲାଗିଛି ।

ଭିଡିଓଟିରେ ଦେଖାଯାଉଛି ଯେ, ଜଣେ ବ୍ୟକ୍ତି ସ୍ୱିଙ୍ଗରୁ ତଳେ ପଡ଼ିଯାଉଛନ୍ତି । ତା’ପରେ ସେହି ସ୍ୱିଙ୍ଗର ଅପରପାର୍ଶ୍ୱରେ ଧକ୍କା ହେଉଛନ୍ତି । ଘଟଣାଟିର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଥିବାବେଳେ ଏହା କେଉଁ ଅଞ୍ଚଳର ତାହା ଜଣାପଡ଼ିନାହିଁ । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଅନେକ ଲୋକ ସେଠାରେ ଏକତ୍ରିତ ହୋଇଛନ୍ତି । ଜଣେ ଦର୍ଶକ ବ୍ୟକ୍ତି ଜଣକଙ୍କ ଷ୍ଟଣ୍ଟର ଭିଡିଓ ନିଜ ମୋବାଇଲ୍‌ କ୍ୟାମେରାରେ ଉତ୍ତୋଳନ କରୁଛନ୍ତି । ବ୍ୟକ୍ତି ଜଣକ ଷ୍ଟଣ୍ଟ କରିବା ସମୟରେ ଅର୍ଥାତ୍‌ ରିଙ୍ଗ ଭିତରେ ବୁଲିବା ସମୟରେ ଏହି ଅଘଟଣ ଘଟୁଥିବା ଦେଖିବାକୁ ମିଳୁଛି ।

ଅଧିକ ପଢ଼ନ୍ତୁ: ଷ୍ଟଣ୍ଟ୍ ହେଲା କାଳ; ଏମିତି ଆସିଲା ବିପଦ

ପ୍ରାୟତଃ ଏପରି ଦୁର୍ଘଟଣା କିଛି ମେଳାରେ ନଜର ଆସିଥାଏ । ଅତୀତରେ ରେୱାଡି, ମୋହାଲି, ସୋନପୁରର ମେଳାରେ ଏଭଳି କିଛି ଦୁର୍ଘଟଣା ଘଟି କିଛି ଲୋକ ମଧ୍ୟ ଆହତ ହୋଇଥିଲେ । ମୋହାଲିରେ ଏକ ସୁଇଙ୍ଗ ଭାଙ୍ଗିପଡ଼ିବା ଫଳରେ ୧୬ଜଣ ଲୋକ ଆହତ ହୋଇଥିଲେ । ହେଲେ ବର୍ତ୍ତମାନ ଏହି ଅଘଟଣର ଭିଡିଓକୁ ସୋସିଆଲ ମିଡିଆରେ ୩୫ଲକ୍ଷରୁ ଅଧିକ ଦେଖିସାରିଥିବାବେଳେ ଅନେକ ଲୋକ ଏହାକୁ ନେଇ ମତାମତ ମଧ୍ୟ ରଖିଛନ୍ତି ।