• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମେ ସମସ୍ତେ ଜାଣନ୍ତି ପ୍ରେମର ଶକ୍ତି ଅପାର । ପ୍ରେମ ପାଇଁ ପ୍ରେମିକ ପ୍ରେମିକା କିଛି ବି କରିବାକୁ ପଛାନ୍ତି ନାହିଁ । ହେଲେ ଆଜି ଆମେ କହିବୁ ପ୍ରେମୀ ଯୁଗଳଙ୍କ ବିଚ୍ଛେଦ ପରେ କ’ଣ ହୋଇଥାଏ । ଉଭୟଙ୍କ ମାନସିକ ସ୍ଥିତି କିଭଳି ରହିଥାଏ ? ମାନସିକ ସ୍ଥିତି କଥା ଯଦି କହିବା ତେବେ ଏହା ସମୟ ଓ ପରିସ୍ଥିତି ପରେ ନିର୍ଭର କରିଥାଏ । ଏମିତିକି ପୁଅ ହେଉ କିମ୍ବା ଝିଅ ସେମାନଙ୍କ ଚିନ୍ତାଧାରା ଉପରେ ସେମାନଙ୍କ ପରବର୍ତ୍ତୀ ଜୀବନଶୈଳି ନିର୍ଭର କରିଥାଏ । ଆଗକୁ ସେମାନେ କ’ଣ କରିବେ କେମିତି ଏହି ବିଚ୍ଛେଦ ବିରହରୁ ବାହାରିବେ ତାହା ସେମାନେ ନିଜେ ସ୍ଥିର କରିଥାନ୍ତି । ଅନେକ ଏଥିରେ ଭାଙ୍ଗି ପଡ଼ି ଖରାପ ରାସ୍ତା ଆଡ଼କୁ ଚାଲି ଯାଆନ୍ତି ।

ଆମେ ଆପଣଙ୍କୁ ଆଜି ଏମିତି ଏକ ବ୍ରେକ୍‌ଅପ୍‌ ଷ୍ଟୋରୀ କହିବୁ ଯାହା ଅନେକଙ୍କ ପାଇଁ ପ୍ରେରଣା ସାଜିପାରେ । ଏଭଳି କାହାଣୀ ଆପଣ ଅନେକ ଫିଲ୍ମରେ ଦେଖିଥିବେ । ଆଉ ପ୍ରେରଣା ମଧ୍ୟ ପାଇଥିବେ । କିନ୍ତୁ ଆଜି ଆମର ଏହି କାହାଣୀ ଟିକେ ଭିନ୍ନ । ଆମ କାହାଣୀରେ ଜଣେ ଯୁବକକୁ ତାର ଗାର୍ଲପ୍ରେଣ୍ଡ ଇନ୍‌ସଲ୍ଟ କଲା । ଆଉ ବ୍ରେକ୍‌ଅପ୍‌ କରିଦେଲା । ଗାର୍ଲଫ୍ରେଣ୍ଡର ଏହି ଇନ୍‌ସଲ୍ଟ ବଦଳାଇଦେଲା ଯୁବକଙ୍କ ଜୀବନ ଶୈଳି ।

 

ଆମେ ଜାଣିଛନ୍ତି ପ୍ରେମ ବିଚ୍ଛେଦ ମଣିଷକୁ କେତେ କଷ୍ଟ ଦେଇଥାଏ । ଆଉ ତାଠାରୁ ଅଧିକ ଦୁଃଖ ଦେଇଥାଏ, ଯେତେବେଳେ ଆପଣଙ୍କ ସାଥି ଆପଣଙ୍କ ଭଲପାଇବା ଓ କେୟାରିଂ କରିବା ଭଳି ହୃଦୟକୁ ନଦେଖି ଚେହେରାକୁ ଦେଖିଥାଏ । ଆଉ ଅନ୍ୟମାନଙ୍କ ସହ ତୁଳନା କରିଥାଏ । ଖାଲି ସେତିକି ନୁହେଁ ଆପଣଙ୍କ ସାଙ୍ଗରେ କେଉଁ ଆଡ଼େ ଯିବାକୁ ବି ତାଙ୍କୁ ଭଲ ଲାଗିନଥାଏ ।

 

ଠିକ୍‌ ଏମିତି କିଛି ଘଟିଥିଲା ଆମ କାହାଣୀର ହିରୋଙ୍କ ସହ । ଅତ୍ୟଧିକ ମୋଟା ହେବା କାରଣରୁ ତାଙ୍କ ଗର୍ଲପ୍ରେଣ୍ଡ ତାଙ୍କୁ ଇନ୍‌ସଲ୍ଟ କରିବା ସହ ବ୍ରେକ୍‌ଅପ୍‌କ କରିଥିଲା । ଆଉ ଏହା ତାଙ୍କ ହୃଦୟକୁ ଗଭୀର ଆଘାତ ଦେଇଥିଲା । କିନ୍ତୁ ଏହା ତାଙ୍କ ମନବଳକୁ ଭାଙ୍ଗିପାରିନଥିଲା । ସେ ନିଜକୁ ଫିଟ୍ ଏବଂ ଷ୍ଟାଇଲିସ୍‌ କରିବା ପାଇଁ ପହଞ୍ଚିଥିଲେ ଜିମ୍‌ରେ । ଆଉ ନିଜର ସବୁ ବିରହ ସେହି ଜିମ୍‌ରେ ଥିବା ଲୁହା ପରେ ସୁଝାଇଥିଲେ । ଯାହାକି ବଦଳାଇ ଦେଇଥିଲା ତାଙ୍କର ଲାଇଫ୍‌ଷ୍ଟାଇଲ୍ ।

ଆଉ ଏହି ଯୁବକ ଜଣକ ହେଉଛନ୍ତି ପୁଭି । ଯିଏ କି ଏବେ ଖୁବ୍ ଲୋକପ୍ରିୟ । ଟିକ୍‌ଟକ୍‌ ଷ୍ଟାର ଭାବେ ତାଙ୍କର ବଡ଼ ପରିଚୟ ରହିଛି ।

ଯେତେବେଳେ ପୁଭିଙ୍କୁ ତାଙ୍କ ଗାର୍ଲଫ୍ରେଣ୍ଡ ଛାଡ଼ି ଚଲାଗିଲା, ସେତେବେଳେ ତାଙ୍କର ଓଜନ୍‌ ଥିଲା ୧୩୯ କିଲୋଗ୍ରାମ । ଆଉ ସେ XXXL ସାର୍ଟ ପିନ୍ଧୁଥିଲେ । କିନ୍ତୁ ଏବେ ତାଙ୍କର ଓଜନ ୭୦ କିଲୋଗ୍ରାମ ରହିଛି । ଆଉ ସେ ସ୍ମଲ ସାଇଜ୍‌ ସାର୍ଟ ପିନ୍ଧୁଛନ୍ତି । ଯାହା କି ଏକ ବଡ଼ ପରିବର୍ତ୍ତନ ।