• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସଫାରିରେ ପଶୁପକ୍ଷୀଙ୍କୁ ଦେଖିବା ପାଇଁ ଅନେକ ଲୋକ ଯାଇଥାନ୍ତି । ଖୋଲା ଗାଡ଼ିରେ ବସି ସଫାରିରେ ବିଭିନ୍ନ ବନ୍ୟଜନ୍ତୁଙ୍କୁ ଦେଖିଥାନ୍ତି ପର୍ଯ୍ୟଟକ । ଆଉ ଏହି ମୁହୂର୍ତ୍ତକୁ ନିଜ କ୍ୟାମେରାରେ କଏଦ ମଧ୍ୟ କରିଥାନ୍ତି ଏବଂ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଆପଣ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜଙ୍ଗଲ ସଫାରିର ଅନେକ ଭିଡିଓ ଦେଖିଥିବେ । କିନ୍ତୁ ଆଜି ଆମେ ଏମିତି ଏକ ଭିଡିଓ କଥା କହିବୁ ଯାହା ଦେଖିଲେ ଆପଣ ଚକିତ ହୋଇଯିବେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି କିଛି ପର୍ଯ୍ୟଟକ ଏକ ଖୋଲା ଗାଡ଼ିରେ ବସି ବନ୍ୟଜନ୍ତୁଙ୍କୁ ଦେଖିବାକୁ ସଫାରିକୁ ଯାଇଥିଲେ । ଏହି ସମୟରେ ଗାଡ଼ି ଯାଇ ସଫାରି ଭିତରେ ଶୋଇଥିବା ଏକ ସିଂହ ପାଖରେ ରହିଥିଲା । ଗାଡ଼ି ଭିତରେ ରହି ପର୍ଯ୍ୟଟକମାନେ ସିଂହକୁ ଦେଖୁଥିଲେ ଏବଂ ଫଟୋ ଉଠାଉଥିଲେ । କିନ୍ତୁ ଠିକ୍‌ ଏତିକିବେଳେ ସେଠି ଥିବା ଜଣେ ପର୍ଯ୍ୟଟକ ଗାଡ଼ି ଭିତରୁ ସିଂହକୁ ଛୁଇଁବାକୁ ଚେଷ୍ଟା କରିଥିଲେ । ତେବେ ଥରେ ନୁହେଁ ବରଂ ଦୁଇ ଦୁଇ ଥର ସିଂହ ମୁଣ୍ଡରେ ହାତ ମାରିଥିଲେ ସେହି ପର୍ଯ୍ୟଟକ ଜଣକ ।

ଚୁପ୍‌ଚାପ ଶୋଇ ରହିଥିବା ସିଂହ ମୁଣ୍ଡରେ ହାତ ମାରିବା ଫଳରେ ସିଂହଟି ଚିହିଁକି ଉଠିଥିଲା । ତେବେ ସିଂହ କିଛି କରିବା ପୂର୍ବରୁ ବ୍ୟକ୍ତି ଜଣକ ହାତକୁ ଗାଡ଼ି ଭିତରକୁ ନେଇଯାଇଥିଲେ । ତେବେ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଅପଲୋଡ୍‌ ହେବା ପରେ ଅନେକ ୟୁଜର୍ସ ପ୍ରତିକ୍ରିୟା ରଖିଛନ୍ତି । ପର୍ଯ୍ୟଟକଙ୍କ ଏଭଳି ଆଚରଣକୁ ଅନେକ ଲୋକ ନିନ୍ଦା କରିଛନ୍ତି।  

OTV is now on Whatsapp

Join and get latest news update delivered to you via whatsapp

Join Now