/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685157083.jpg)
Emergency Door Opened In Flight, One Arrested
ବିମାନର ଏମର୍ଜେନ୍ସି ଡୋର୍ ଖୋଲିବା ଅଭିଯୋଗରେ ଜଣେ ଯାତ୍ରୀ ଗିରଫ। ଦକ୍ଷିଣ କୋରିଆର ଏ ଘଟଣା । ଏସିଆନା ଏୟାରଲାଇନସର ବିମାନ ଅବତରଣର କିଛି ମିନିଟ୍ ପୂର୍ବରୁ ହଠାତ ଜଣେ ଯାତ୍ରୀ ବିମାନର ଏମର୍ଜେନ୍ସି ଡୋରଟିକୁ ଖୋଲି ଦେଇଥିଲେ । ଏହାପରେ ବିମାନ ଭିତରେ ପ୍ରବଳ ବେଗରେ ପବନ ଭରି ଯାଇଥିଲା । ବିମାନରେ ୧୯୪ ଜଣ ଯାତ୍ରୀ ଥିଲେ । ବିମାନଟି ଦକ୍ଷିଣ କୋରିଆର ଡାଏଗୁ ଏୟାରପୋର୍ଟରେ ସୁରକ୍ଷିତ ଅବତରଣ କରିଥିଲା ।
ବିମାନ ଅବତରଣ କରିବାବେଳେ ଏମର୍ଜେସି ଡୋର ଖୋଲା ରହିଥିଲା। ଏହାପରେ ବିମାନରେ କିଛି ଯାତ୍ରୀଙ୍କ ଶ୍ୱାଶକ୍ରିୟା ଜନିତ ସମସ୍ୟା ଦେଖିବାକୁ ମିଳିଥିଲା । କିଛି ଯାତ୍ରି ବେହୋସ ହୋଇଯାଇଥିଲେ । ଗୁରୁତର ହୋଇ ପଡିଥିବା ଯାତ୍ରୀଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବିମାନ ଅବତରଣ କରିବା ପରେ ଏମର୍ଜେନସି ଗେଟ୍ ଖୋଲିଥିବା ବ୍ୟକ୍ତି ଜଣଙ୍କୁ ଗିରଫ କରିଥିଲା ପୋଲିସ ।
ବିମାନଟି ଅବତରଣ କରିବାକୁ ଭୂପୃଷ୍ଠରୁ ଆଉ ମାତ୍ର ୨୫୦ ମିଟର ଉଚ୍ଚରେ ଥିବାବେଳେ ଏମର୍ଜେନସି ଡୋରଟିକୁ ଖୋଲି ଦେଇଥଇଲେ ପାଖରେ ବସିଥିବା ଜଣେ ଯାତ୍ରୀ । ବିମାନ ଅବତରଣ କରିବାକୁ ଥିବାରୁ ଫ୍ଲାଇଟ୍ ଆଟେଣ୍ଡାଣ୍ଟ୍ ଏମର୍ଜେନସି ଡୋରଟିକୁ ବନ୍ଦ କରିପାରିନଥିଲେ । ବିମାନରେ ବସିଥିବା ଅନ୍ୟ ଜଣେ ଯାତ୍ରୀ ଏହି ଭିଡିଓଟିକୁ ସୁଟ୍ କରିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ବେଶ ଭାଇରାଲ ହେଉଛି ।
ତେବେ ସବୁଠାରୁ ବଡ଼ କଥା ହେଲା, ବ୍ୟକ୍ତି ଜଣକ ଯୁକ୍ତି ବାଢ଼ିଛନ୍ତି ଯେ ତାଙ୍କର ମୁଡ୍ ଭଲ ନଥିଲା ବୋଲି ସେ ଏମର୍ଜେନ୍ସି ଡୋର ଖୋଲିଦେଲେ । ତାଙ୍କର ଚାକିରି ଚାଲିଯାଇଛି ତେଣୁ ସେ ଚିନ୍ତାରେ ଥିବା କଥା ମଧ୍ୟ କହିଛନ୍ତି । ଏମିତିକି ଏମର୍ଜେନ୍ସି ଡୋର ଖୋଲି ସେ ଜଲଦି ବିମାନରୁ ଓହ୍ଲାଇବାକୁ ପ୍ରୟାସ କରୁଥିବା କହିଛନ୍ତି ।
Se han difundido nuevas imágenes de este incidente, desde otro ángulo, así como una foto exterior del avión donde se puede ver que falta la rampa de evacuación.
Las autoridades siguen investigando lo sucedido.📸Unknown pic.twitter.com/BnkrRiRjd9
— On The Wings of Aviation (@OnAviation) May 26, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)