Advertisment

ମେକ୍‌ଅପ୍‌ର କମାଲ!! ୧ ମିନିଟ୍‌ରେ ଧୋନି, ୨ ମିନିଟ୍‌ରେ ଶାହାରୁଖ୍‌

କେତେବେଳେ ସେ ଧୋନି ତ କେତେବେଳେ କିଙ୍ଗ୍‌ଖାନ୍‌ ତ କେତେବେଳେ ବିଗ୍‌ ବି । ମେକ୍‌ଅପ୍‌ ଦ୍ୱାରା ପାଲଟିଯାଉଛନ୍ତି ଚର୍ଚ୍ଚିତ ସେଲିବ୍ରିଟି । ଦେଖନ୍ତୁ ଭିଡିଓ..

author-image
Manoranjan Behera
ଅଦ୍ୟତନ ହୋଇଛି
Makeup Video

Makeup Video

ମୁହଁରେ ସ୍ନୋ ପାଉଡର ଲଗାଉଛନ୍ତି, ଧୋନିଙ୍କଠାରୁ ଶାହାରୁଖ୍‌ଙ୍କ ପର୍ଯ୍ୟନ୍ତ ଅବିକଳ ଦିଶୁଛନ୍ତି । ହୁଏତ ଏହି କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ଏହି ଭିଡିଓ ଦେଖିଲେ ଆପଣ ବି ତାଜୁବ ହୋଇ କହିବେ ଇଏ ଧୋନି ନା ଆଉ କିଏ ?

Advertisment

ଯଦି ଆପଣ ମେକ୍‌ଅପ୍ ଭିଡିଓ ପସନ୍ଦ କରନ୍ତି, ତେବେ ଇନଷ୍ଟାଗ୍ରାମରେ ଦୀକ୍ଷିତା ଜିନ୍ଦଲଙ୍କ ଭିଡିଓ ଦେଖିଲେ ଆପଣ ବି କିଛି ନୂଆ ଜିନିଷ ଶିଖିପାରିବେ । ଦିଲ୍ଲୀର ମେକ୍‌ଅପ୍ ଆର୍ଟିଷ୍ଟ ଦୀକ୍ଷିତା ଜିନ୍ଦଲ, ଯିଏକି ନିଜର ଚମତ୍କାର ମେକଅପ୍ ଟ୍ରାନ୍ସଫର୍ମେସନ୍ ଭିଡିଓ ପାଇଁ ବେଶ୍‌ ଜଣାଶୁଣା । ସେ ନିୟମିତ ଭାବରେ ଇନଷ୍ଟାଗ୍ରାମରେ ନିଜର ଅବିଶ୍ୱସନୀୟ ମେକଅପ୍ ଭିଡିଓକୁ ସେୟାର କରିଥାନ୍ତି । ଅନେକ ବ୍ୟକ୍ତି ତାଙ୍କ ପ୍ରତିଭା ଦ୍ୱାରା ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ତାଙ୍କର ଅନେକ ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହୋଇଥାଏ ।

ଦୀକ୍ଷିତା ନିଜର ମେକ୍‌ଅପ୍ ଭିଡିଓରେ ମହାନ କ୍ରିକେଟର ତଥା ଭାରତୀୟ କ୍ରିକେଟ୍ ଦଳର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନି ପାଲଟି ଯାଉଛନ୍ତି । ଭିଡିଓରେ କେବଳ ଧୋନି କାହିଁକି ଦେଶର ଅନେକ ସେଲିବ୍ରିଟିଙ୍କ ପରି ମଧ୍ୟ ଦେଖାଯାଉଛନ୍ତି । ଭିନ୍ନ ପ୍ରକାରର ମେକ୍‌ଅପ୍‌ ସାମଗ୍ରୀ ମୁହଁରେ ବ୍ୟବହାର କରି ସେଲିବ୍ରିଟିଙ୍କ ଭଳି ଅବିକଳ ଦେଖାଯାଉଛନ୍ତି । ମେକ୍‌ଅପ୍‌ ପରେ ଆପଣ ବି ଆଶ୍ଚର୍ଯ୍ୟ ହେବେ କି ଇଏ ଦୀକ୍ଷିତା ନା ଧୋନି ନା ଶାହରୁଖ୍‌ ?

Advertisment

ନିକଟରେ ସେ ମେକ୍‌ଅପ୍‌ ଟ୍ରାନ୍ସଫର୍ମେସନ୍‌ ଦ୍ୱାରା ଧୋନି ଭଳି ଦେଖାଯାଉଥିବା ଭିଡିଓ ସେୟାର କରିଛନ୍ତି, ଯାହାକୁ ଏପର୍ଯ୍ୟନ୍ତ ୨ ଲକ୍ଷ ୪୪ ହଜାର ଲୋକ ଦେଖିସାରିଲେଣି । ଅନେକ ଲୋକ ଏହି ଭିଡିଓକୁ ପ୍ରଶଂସା କରିବା ସହ ଲେଖିଛନ୍ତି ଯେ, ‘ଆପଣଙ୍କ କଳା ଅଦ୍ଭୂତ, ଚମତ୍କାର! ଆପଣଙ୍କ କଳାକୁ ସମ୍ମାନ ଜଣାଉଛୁ’।

ତାଙ୍କ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ସେ ମେକ୍‌ଅପ୍‌ ଟ୍ରାନ୍ସଫର୍ମେସନ୍‌ ଦ୍ୱାରା ଧୋନିଙ୍କ ସମେତ କିଙ୍ଗ୍ ଖାନ୍‌ ଶାହାରୁଖ୍‌, ବିଗ୍‌ ବି ଅମିତାଭ୍‌, ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କ ଭଳି ମଧ୍ୟ ଦେଖାଯାଉଛନ୍ତି । ତାଙ୍କର ଏହି ପ୍ରତିଭାକୁ ଲୋକେ ବେଶ୍‌ ପସନ୍ଦ କରିବା ସହ ତାଙ୍କର ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ଫଲୋଅର୍ସ ବି ରହିଛନ୍ତି ।

Viral Video
Advertisment
Advertisment