/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688792191.jpg)
Mother Driving E Rickshaw With Holding Baby
ଯେତେ ବଡ଼ ବିପଦ ଆସୁନା କାହିଁକି ମା’ ଯଦି ପାଖରେ ଥାଏ ତା’ ପିଲାର କିଛି ବି କ୍ଷତି ହୁଏନି । ଗୋଟିଏ ପିଲା ପାଇଁ ତା’ ମା’ ହେଉଛି ଦୁନିଆର ସବୁଠାରୁ ବଡ଼ ଯୋଦ୍ଧା । ଦୁନିଆରେ ମା’ର ସ୍ଥାନ ସବୁଠାରୁ ଶୀର୍ଷରେ । ମା’ର ଜାଗା କେବେ କେହି ନେଇପାରନ୍ତି ନାହିଁ । ସେ ନିଜ ପିଲାମାନଙ୍କ ଭବିଷ୍ୟତ ପାଇଁ କିଛି ବି କରିପାରେ । ଅତୀତରେ ମା’କୁ ନେଇ ଅନେକ ଖବର ଦେଖିଥିବେ । ସାମାଜିକ ଗଣମାଧ୍ୟମରେ ମା’ ଓ ପିଲାର କିଛି ସୁନ୍ଦର ଭିଡିଓ ମଧ୍ୟ ଦେଖିଥିବେ ।
ହେଲେ ବର୍ତ୍ତମାନ ସେହିପରି ଜଣେ ମା’ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜଣେ ଗରିବ ମା’ ତା’ ପିଲାର ଯତ୍ନ ନେବା ସହ ପେଟ ପାଇଁ ଦୁଇମୁଠା ଆହାର ଯୋଗାଡ଼ କରିବାରେ ଲାଗି ପଡ଼ିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ଭିଡିଓଟି ଯେତିକି ଦୁଃଖଭରା । ସେତିକି ହୃଦୟସ୍ପର୍ଶୀ । ଭିଡିଓରେ ଜଣେ ମା’ଙ୍କ ସାହସ ଓ ଧୈର୍ଯ୍ୟକୁ ସମସ୍ତେ ଭୁରିଭୁରି ପ୍ରଶଂସା କରିଥିବାବେଳେ ତାଙ୍କୁ ତାଙ୍କର କର୍ତ୍ତବ୍ୟକୁ ସାଲ୍ୟୁଟ୍ କରିଛନ୍ତି । ଭିଡିଓଟି ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ସେୟାର କରାଯାଇଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ମହିଳା ଇ-ରିକ୍ସା ଚଳାଉଛନ୍ତି ।
ରିକ୍ସା ପଛରେ ୨ଜଣ ଯତ୍ରୀ ମଧ୍ୟ ବିସିଛନ୍ତି । ହେଲେ ମହିଳା ଜଣକ ନିଜ କୋଳରେ ତାଙ୍କର ଏକ ଛୋଟ ପିଲାକୁ ଧରି ଇ-ରିକ୍ସା ଚଳାଉଛନ୍ତି । ଟ୍ୱିଟରରେ ଭିଡିଓଟିକୁ ଖାମୋଶ କାଲାମ ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ତାହା କ୍ୟାପସନ୍ରେ ମା’ଙ୍କୁ ପ୍ରଶଂସା କରାଯାଇଛି ।
हालातों की जलती धूप में
वो हवा सर्द बन जाती है ........
.
.
.
.
वो नाजुक सी दिखने वाली "मां"
औलाद के लिए "मर्द" बन जाती है.......!!!! pic.twitter.com/DdMxNlkWxy— खामोश कलम🖋️🖋️ (@khamosh_kalam) July 5, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)