/odishatv-khabar/media/post_attachments/uploadimage/library/16_9/16_9_0/Flight_1685348269.jpg)
Flight
ଲକ୍ ହୋଇଗଲା ବିମାନର ପ୍ରବେଶ ଦ୍ୱାର । ଶେଷର କକ୍ପିଟ୍ ଝରକା ଦେଇ ପ୍ରବେଶ କଲେ ପାଇଲଟ୍ । ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଫଟୋ । ଏଭଳି ଘଟଣା ଆମେରିକାର ସାନ୍ ଡିଆଗୋ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଘଟିଛି । ସାଉଥ୍ୱେଷ୍ଟ ଏୟାରଲାଇନ୍ସର ଏହି ଫ୍ଲାଇଟ୍ ସାକ୍ରାମେଣ୍ଟୋ ପାଇଁ ଉଡ଼ାଣ ଭରୁଥିଲା । ଏପର୍ଯ୍ୟନ୍ତ ପାଇଲଟଙ୍କ ପରିଚୟ ମିଳିନାହିଁ ।
ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳିଛି ଯେ, ପାଇଲଟ୍ ଜଣକ ସିଢ଼ିରେ କକ୍ପିଟ୍ ଝରକା ପର୍ଯ୍ୟନ୍ତ ଚଢ଼ିଛନ୍ତି । ଏହାପରେ ସେହି ଛୋଟ ଝରକା ଦେଇ ବିମାନ ମଧ୍ୟକୁ ପ୍ରବେଶ କରୁଛନ୍ତି । ଏହାର ଏକ ଫଟୋକୁ ମ୍ୟାକ୍ସ ରେକ୍ସରୋଡ୍ ନାମକ ବ୍ୟକ୍ତି ନିଜ ଟ୍ୱିଟର୍ ପେଜ୍ରେ ସେୟାର କରିଛନ୍ତି । ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ସେ କ୍ୟାପସନ୍ରେ ଲେଖିଛନ୍ତି ଯେ, ‘ବିମାନ ଦ୍ୱାର ଲକ୍ ହୋଇଯାଇଛି । ପାଇଲଟ୍ ଜଣକ ଭିତରକୁ ଗଲେ ଆମମାନଙ୍କ ପାଇଁ ଗେଟ୍ ଖୋଲିବେ, ଯାହା ଦ୍ୱାରା ଆମେ ଯାତ୍ରା କରିପାରିବୁ’ ।
No joke… yesterday last passenger got off plane with no one else on board, he shut the door. Door locked. Pilot having to crawl through cockpit window to open door so we can board. @SouthwestAirpic.twitter.com/oujjcPY67j
— Matt Rexroad ✌🏼🇺🇸 (@MattRexroad) May 25, 2023
ବାସ୍ତବରେ ବୋର୍ଡିଂ ସମୟରେ ଅନ୍ୟ ଗ୍ରାହକ ଓ ବିମାନ କର୍ମଚାରୀମାନେ ବ୍ୟସ୍ତ ଥିବା ବେଳେ ବିମାନରେ ଥିବା ଜଣେ ଗ୍ରାହକ ଫରୱାର୍ଡ ଲାଭାଟୋରୀ ଦ୍ୱାର ଖୋଲିଥିଲେ ଏବଂ ଅଜାଣତରେ ଫ୍ଲାଇଟ୍ ଡେକ୍ କବାଟକୁ ବନ୍ଦ କରିଦେଇଥିଲେ । ଯାହା ଫଲରେ କବାଟଟି ଲକ୍ ହୋଇଗଲା । ବିମାନ ଚଳାଇବାକୁ ପାଇଲଟ ଦ୍ୱାର ଖୋଲିଲା ବେଳକୁ ତାହା ଖୋଲିଲା ନାହିଁ । ଶେଷରେ ବାଧ୍ୟ ହୋଇ କକ୍ପିଟ୍ ଝରକା ଦେଇ ପାଇଲଟ୍ ବିମାନକୁ ପ୍ରବେଶ କଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)