Advertisment

Viral Story: ଭାଇରାଲ୍ ହେଉଛି ମହିଳାଙ୍କ ସୋସିଆଲ୍ ମିଡିଆ ପ୍ରୋଫାଇଲ୍; କାହିଁକି…

ବେଙ୍ଗାଲୁରୁର ଜଣେ ମହିଳା ତାଙ୍କ ସୋସିଆଲ୍ ମିଡିଆରେ ଏମିତି କିଛି ଲେଖିଛନ୍ତି ଯେ ଏହା ଦେଖୁ ଦେଖୁ ଭାଇରାଲ ହୋଇଛି। ଜଣେ ଟ୍ୱିଟର ବ୍ୟବହାରକାରୀ ତାଙ୍କ ପ୍ରୋଫାଇଲର ଏକ ସ୍ନାପ୍‌ସଟ୍ ଶେୟାର କରିଛନ୍ତି, ଯାହା ପରେ ଏହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି।

author-image
Pramod Behera
ଅଦ୍ୟତନ ହୋଇଛି
Woman LinkedIn Profile Goes Viral

Linkedin profile of this bengaluru woman is going viral

ଅନେକ ସମୟରେ ଏମିତି ହୁଏ, ଚାକିରି ଛାଡିବା କିମ୍ବା କୌଣସି ନୂଆ ଚାକିରିରେ ଯୋଗଦେବା ପୂର୍ବରୁ, ଆମେ ଅନେକ ଥର ଚିନ୍ତା କରୁ ଏବଂ ଏନେଇ ବହୁତ ସାବଧାନ ମଧ୍ୟ ନେଉ। ଦରମା ଏବଂ ପଦବୀ ବ୍ୟତୀତ, ଲୋକମାନେ କାର୍ଯ୍ୟ ସଂସ୍କୃତି ଏବଂ ନୂଆ କାର୍ଯ୍ୟସ୍ଥଳର ପରିବେଶ ବିଷୟରେ ଅଧିକ ସଚେତନ ରୁହନ୍ତି।

Advertisment

ଏ ସମସ୍ତ ସତର୍କତା ସତ୍ତ୍ୱେ ବି, ଅନେକ ଥର ଲୋକମାନେ ଏପରି ପରିସ୍ଥିତିରେ ପଡନ୍ତି, ଯାହା ପରିଚାଳନା କରିବା କଷ୍ଟକର ହୋଇଯାଏ ଏବଂ ଫଶିଯିବାକୁ ପଡେ। ବେଙ୍ଗାଲୁରୁର ଜଣେ ମହିଳାଙ୍କ ସହ ଏମିତି କିଛି ଘଟିଛି। ସେ କିନ୍ତୁ ବିବ୍ରତ ନ ହୋଇ, ସ୍ଥିର କଲେ ଯେ ସେ ଏହି ସବୁକୁ ଦୁନିଆ ଆଗରେ ରଖିବେ ଏବଂ ଏଥିପାଇଁ ସେ ସୋସିଆଲ୍ ମିଡିଆର ସାହାଯ୍ୟ ନେଇଥିଲେ।

ବାଙ୍ଗାଲୁରୁ ବାସିନ୍ଦା ଶିଖା ଗୁପ୍ତା ଲିଙ୍କ୍ଡଇନରେ ଏମିତି କିଛି ଲେଖିଛନ୍ତି ଯେ ଏହା ଦେଖୁ ଦେଖୁ ପ୍ରୋଫାଇଲ ଭାଇରାଲ ହୋଇଛି। ଜଣେ ଟ୍ୱିଟର ବ୍ୟବହାରକାରୀ ଶିଖାଙ୍କ ଲିଙ୍କ୍ଡଇନ୍ ପ୍ରୋଫାଇଲର ଏକ ସ୍ନାପ୍‌ସଟ୍ ଶେୟାର କରିଛନ୍ତି, ଯାହା ପରେ ଏହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ଏବଂ ଖୁବ୍‌ଜୋର୍‌ରେ ଭାଇରାଲ୍ ହେଉଛି। କାମର ଅଭିଜ୍ଞତାର ସବିଶେଷ ତଥ୍ୟ ତାଙ୍କ ଲିଙ୍କ୍ଡ୍ଇନ ପ୍ରୋଫାଇଲରେ ରଖି ଶିଖା ଲେଖିଛନ୍ତି, “ବହୁତ ବଡ ଭୁଲ ହୋଇଗଲା। ଏହାକୁ ନିଶ୍ଚିତ କରିବା ପାଇଁ ଏକ ବର୍ଷର ସମୟ ନେଇ ଆଗକୁ ଗଲି।”

Advertisment

ଏହି ପୋଷ୍ଟଟି ଜୁଲାଇ ୧୫ରେ ଶେୟାର କରାଯାଇଥିଲା୍। ଟ୍ୱିଟରରେ ଶେୟାର ହେବା ପରଠାରୁ ଏହାକୁ ୧.୨୫ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଏହି ଟ୍ୱିଟ୍‌କୁ ୧୬୦୦ରୁ ଅଧିକ ଥର ଲାଇକ୍ କରାଯାଇଛି। ଅନେକ ଲୋକ ସେମାନଙ୍କର ମତ ଶେୟାର କରୁଛନ୍ତି। ଜଣେ ଲେଖିଛନ୍ତି, “ମୁଁ ମଧ୍ୟ ଏକ କମ୍ପାନୀ ପାଇଁ ଏହିପରି ଲେଖିବାକୁ ଚାହେଁ।” ଅନ୍ୟଜଣେ ଲେଖିଛନ୍ତି, “ମୁଁ ଏହି ସଚ୍ଚୋଟତାକୁ ପ୍ରଶଂସା କରୁଛି।”

Social Media Viral Story
Advertisment
Advertisment