• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣ ନିଜ ଶରୀର ପାଇଁ କେତେ ଯତ୍ନବାନ ? ଏହା କେବଳ ଆପଣ ହିଁ ଜାଣନ୍ତି । ମଣିଷର ସୁସ୍ଥ ସ୍ୱାସ୍ଥ୍ୟ ଦୈନନ୍ଦିନ ଖାଦ୍ୟ ପାନୀୟ ଉପରେ ହିଁ ନିର୍ଭର କରେ । ଅର୍ଥାତ ଭଲ ଖାଇଲେ ସ୍ୱାସ୍ଥ୍ୟ ଭଲ ରହିବ । ଏହା ସମସ୍ତେ ଜାଣନ୍ତି । କିନ୍ତୁ ଏହାବାଦ୍‌ ଆମକୁ ଦୈନନ୍ଦିନ ଜୀବନରେ ବ୍ୟାୟାମ ମଧ୍ୟ ଆବଶ୍ୟକ । ଯାହାକୁ ଆମେ ବିଶେଷ ଗୁରୁତ୍ୱ ଦେଇନଥାଉ । ବ୍ୟାୟାମ ଦ୍ୱାରା ମଣିଷ କେତେ ସୁସ୍ଥ ବା ଫିଟ୍‌ ରହିପାରେ ତାର ଆଜି ଏକ ଜ୍ୱଳନ୍ତ ଉଦାହରଣ ଆମେ ଆପଣଙ୍କୁ କହିବୁ । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଆପଣ ସାଧାରଣତଃ ଜାଣିଥିବେ ଯେ, ଏବେକାର ଯୁବ ପିଢ଼ି ଜିମ୍ ଯିବା ପାଇଁ ଖୁବ୍‌ ଆଗ୍ରହୀ । ସେହିଭଳି ବୟସ୍କଙ୍କୁ ଆପଣ ସକାଳୁ ମର୍ଣ୍ଣିଂ ୱାକ୍ କିମ୍ବା ଇଭନିଂ ୱାକ୍‌ କଲା ବେଳେ ଦେଖିଥିବେ । ଖୁବ୍‌ କମ୍ ଲୋକଥାନ୍ତି ଯେଉଁମାନଙ୍କୁ ଅଧିକ ବୟସ ହୋଇଥିଲେ ବି ସେମାନେ ନିୟମିତ ଜିମ୍‌ ଯାଇଥାନ୍ତି । ତେବେ ଆଜି ଆମେ ଏମିତି ଜଣେ ମହିଳାଙ୍କ ବିଷୟରେ କହିବୁ ଯାହା ଶୁଣିଲେ ଆପଣ ଆମ କଥାକୁ ଏତେ ସହଜରେ ବିଶ୍ୱାସ କରିବେ ନାହିଁ ।

 

ମହିଳା ଜଣଙ୍କ ୧୦୩ ବର୍ଷ ବୟସରେ ବି ଯାଉଛନ୍ତି ଜିମ୍‌ । ଆଉ ନିଜକୁ ରଖିଛନ୍ତି ସମ୍ପୂର୍ଣ୍ଣ ଫିଟ୍ । ଉଠାଉଛନ୍ତି ଡମ୍ବଲ୍‌ସ । କରୁଛନ୍ତି ୱାକ୍‌ । ୱେଟ୍‌ ଲିଫ୍ଟିଂ ସହ ପୁସ୍‌ଅପ୍‌ ବି ମାରୁଛନ୍ତି । ଏହି ୧୦୩ ବର୍ଷିୟ ମହିଳାଙ୍କୁ ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବେ । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହି କାଲିଫର୍ଣ୍ଣିଆ ମହିଳା ପ୍ରେରଣା ନିଶ୍ଚୟ । ଜିମ୍‌କୁ ଆସିବା ସମୟରେ ସେ ଫୁଲ୍‌ ଡ୍ରେସ୍‌ରେ ବି ଆସୁଛନ୍ତି । ଏକ୍‌ଦମ୍‌ ସ୍ପୋର୍ଟି ଲୁକ୍‌ । ଫୁଲ୍‌ ମେକ୍‌ଅପ୍‌ ସହ ଚୁଟିକୁ ବି ଷ୍ଟାଇଲ୍‌ କରି ଆସନ୍ତି । ଯେମିତିକି ବୟସ ତାଙ୍କ ଆଗରେ ସମ୍ପୂର୍ଣ୍ଣ ହାର ମାନିଛି । ଇଂରାଜୀରେ ଗୋଟିଏ କଥା ଅଛି ନା, ଏଜ ଇଜ୍‌ ଜଷ୍ଟ ଏ ନମ୍ବର । ଏହି ମହିଳାଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଫିଟ୍ ।

ମହିଳା ଜଣଙ୍କ ହେଉଛନ୍ତି ଟେରେସା । ନିଉ ୟର୍କ ଆର୍ଟିକିଲ୍‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇଟାଲୀରେ ଟେରେସାଙ୍କ ଜନ୍ମ । ୧୯୪୬ ମସିହାରେ ସେ ଜଣେ ଆର୍ମି ଅଫିସରଙ୍କୁ ବିବାହ କରିଥିଲେ । ଟେରେସା କୁହନ୍ତି ଜିମ୍‌ କଲେ ମୋତେ ବଳ ଆସେ । ଆଉ ମୋତେ ସୁସ୍ଥ ଲାଗେ । କିନ୍ତୁ ତାଙ୍କ ଝିଅ କୁହନ୍ତି, ମାଆ ହେଉଛନ୍ତି ଜଣେ ଆଡ୍‌ଭେନ୍‌ଚରିୟସ୍‌ ମଣିଷ । ତାଙ୍କୁ ରିସ୍କ ନେବାକୁ ଏବଂ ଚାଲେଞ୍ଜ ଗ୍ରହଣ କରିବାକୁ ଭଲ ଲାଗେ । ତାଙ୍କର ବି ସାଙ୍ଗ ସାଥି ରହିଛନ୍ତି । ସେମାନଙ୍କ ସହ ମିଶି ସେ ଜିମ୍‌ ଯାଆନ୍ତି । ତାଙ୍କ ମଧ୍ୟରେ ଥିବା କ୍ୟୁରୋସିଟି ହିଁ ତାଙ୍କୁ ଏଭଳି ଦୁଃସାହିକ କାମ କରିବା ପାଇଁ ପ୍ରୋତ୍ସାହିତ କରିଥାଏ ବୋଲି ଝିଅ କହିଛନ୍ତି ।