• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗାଡ଼ି ଚଳାଇବା ବେଳେ ଆମକୁ ଅନେକ ପ୍ରକାର ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ । ଡ୍ରାଇଭର ସିଟ୍‌ ଏବଂ ପାଖରେ ଥିବା କୋ-ଡ୍ରାଇଭର ସିଟ୍‌ରେ ଯିଏ ବସିଥାଏ ସିଏ ତ ବେଲ୍ଟ ବାନ୍ଧିବା ନିହାତି ଜରୁରୀ । ଆମ ଦେଶରେ ଏହା ବାଧ୍ୟତାମୂଳକ ରହିଛି । ଖାଲି ସିଟ୍‌ ବେଲ୍ଟ ବାଧ୍ୟତାମୂଳକ ନୁହେଁ, ବରଂ ପ୍ରତ୍ୟେକ କାର୍‌ରେ ବେଲୁନ୍‌ ରହିବା ବି ଏବେ ବାଧ୍ୟତାମୂଳକ କରାଯାଇଛି । କାରଣ ଦୁର୍ଘଟଣାରେ ଯେଭଳି କାହାର ପ୍ରାଣ ନଯାଉ, ସେଥିପାଇଁ ସରକାର ଖୁବ୍‌ ତତ୍ପର । 

ତେବେ ଆମେ ଆଜି ଏକଥା କହିବାର ମୂଳ କାରଣ ହେଲା, କିଛି ଅମାନିଆ ବ୍ୟକ୍ତି କୋ-ଡ୍ରାଇଭର ସିଟ୍‌ରେ ବସି ବେଲ୍ଟ ବାନ୍ଧିନଥାନ୍ତି । ଯାହାଫଳରେ ଦୁର୍ଘଟଣା ବେଳେ ପ୍ରାଣ ହରାଇଥାନ୍ତି । ଏମିତିକି କିଛି ଲୋକ କୋ-ଡ୍ରାଇଭର ସିଟ୍‌ରେ ବସି ଗାଡ଼ି ଚାଲିଲା ବେଳେ ଡ୍ୟାସବୋର୍ଡ ଉପରେ ଗୋଡ଼ ମଧ୍ୟ ରଖିଥାନ୍ତି । ଯାହାଫଳରେ ଦୁର୍ଘଟଣା ବେଳେ ସେମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି । ଏମିତିକି ଗାଡ଼ିରେ ଲାଗିଥିବା ବେଲୁନ୍‌ ବି ତାଙ୍କୁ ବଞ୍ଚାଇବାରେ ଅସମର୍ଥ ହୋଇଥାଏ ।

ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଏହାକୁ ନେଇ ଏକ ଡମି ଭିଡିଓ ପ୍ରସ୍ତୁତ କରାଯାଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଆଉ ସେହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ସେହି ଅମାନିଆ ଲୋକଙ୍କୁ ସଚେତନ କରିବାକୁ ଯଥେଷ୍ଟ ବୋଲି ଅନେକ ମତ ରଖିଛନ୍ତି । ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଗାଡ଼ି ଚାଲିଥିବା ବେଳେ ଡ୍ୟାସ୍‌ବୋର୍ଡ ଉପରେ ଗୋଡ଼ ରଖି ବସିଥିବା କୋ-ଡ୍ରାଇଭର ଅବସ୍ଥା ଦୁର୍ଘଟଣା ସମୟରେ କିଭଳି ହେଉଛି ।

ଦୁର୍ଘଟଣା ଫଳରେ ଗାଡ଼ିରୁ ବେଲୁନ୍‌ ବାହାରିଥିଲେ ମଧ୍ୟ ତାହା ଜୀବନ ବଞ୍ଚାଇବା ପାଇଁ ସହାୟକ ହେଉନି । କାରଣ ଦୁର୍ଘଟଣା ଫଳରେ ବ୍ୟକ୍ତିର ଗୋଡ଼ ଦୁଇଟି ଅଣାୟତ୍ତ ହୋଇଯାଉଛି । ଆଉ ଗୋଡ଼ ଦୁଇଟି ଯାକ ଆସି ମୁଣ୍ଡ ପାଖରେ ମାଡ଼ ହେଉଛି । ଯାହାଫଳରେ ଅଣ୍ଟା ଏବଂ ଗୋଡ଼ ଉଭୟ ଭାଙ୍ଗିବାର ସମ୍ଭାବନା ମଧ୍ୟ ରହିଛି । ଖାଲି ସେତିକି ନୁହେଁ ଗାଡ଼ିର ବେଲୁନ୍‌ ବାହାରୁଛି ସତ ହେଲେ ବ୍ୟକ୍ତିର ମୁଣ୍ଡକୁ ସୁରକ୍ଷା ଦେଇପାରୁନଥିବା ଦେଖାଯାଇଛି ।