• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋସିଆଲ ମିଡିଆରେ ପ୍ରତି ମୁହୁର୍ତ୍ତରେ କିଛି ନା କିଛି ଭିଡିଓ ପୋଷ୍ଟ ହୋଇଥାଏ । ଆଉ ସେଥିମଧ୍ୟରୁ କିଛି ଭାଇରାଲ ହୋଇଥାଏ । ସେହି ଭାଇରାଲ ଭିଡିଓ ମଧ୍ୟରୁ କିଛି ଏମିତି ଭିଡିଓ ଥାଏ, ଯାହା କି ୟୁଜର୍ସଙ୍କ ମନ କିଣି ନେଇଥାଏ । ଠିକ୍‌ ଏମିତି ଏକ ଭିଡିଓ ଏବେ ଆମ ନଜରକୁ ଆସିଛି । ଯାହା ଦେଖିଲେ ଆପଣ ବି ଖୁସି ହେବେ। 

ସାଧାରଣତଃ ଗୃହ ପାଳିତ ପଶୁ ମାନଙ୍କ ମଧ୍ୟରେ ବିଲେଇ ଓ କୁକୁରଙ୍କ ଭିଡିଓ ଭାଇରାଲ ହୋଇଥାଏ । ଦେଖାଯାଇଥାଏ ଯେ କୁକୁର ସବୁବେଳେ ତାର ମାଲିକ ପ୍ରତି କେତେ ଯତ୍ନବାନ । ଆଉ ସେହି ଭିଡିଓ ଗୁଡ଼ିକୁ ଲୋକମାନେ ଖୁବ୍‌ ପସନ୍ଦ କରିଥାନ୍ତି । ଆଉ ବିଲେଇ ମାନେ ସାଧାରଣତଃ ସେମାନଙ୍କ ଅଜବ କାରନାମା ପାଇଁ ଭାଇରାଲ ହୋଇଥାନ୍ତି । ହେଲେ ଆଜି ଆମେ ଯେଉଁ ଭିଡିଓ କଥା କହୁଛୁ ସେଥିରେ ବିଲେଇ ତା’ ମାଲିକ ପ୍ରତି କେତେ ଯତ୍ନବାନ ତାହା ଦେଖିବାକୁ ମିଳିଛି ।

ଭିଡିଓରେ ଗୋଟିଏ କୁନି ଛୁଆ ଏକା ଏକା ବାଲ୍‌କୋନିରେ ଖେଳୁଛି ବୁଲୁଛି । ଆଉ ମଝିରେ ମଝିରେ ବାଲ୍‌କୋନିରେ ଲାଗିଥିବା ରେଲିଂକୁ ଧରି ଚଢ଼ିବାକୁ ଚେଷ୍ଟା କରୁଛି । ଠିକ୍‌ ଏହି ମୁହୁର୍ତ୍ତରେ ବିଲେଇଟି, କୁନି ଛୁଆ ପ୍ରତି ବିପଦ ଥିବା ଜାଣି ପାରୁଛି । ଆଉ ତାକୁ ରେଲିଂରେ ଚଢ଼ିବାକୁ ବାରଣ କରୁଛି । କୁନି ଛୁଆଟି ଯେତେ ଥର ସେହି ଷ୍ଟିଲ ରେଲିଂକୁ ଛୁଇଁ ଟାଣି ହେଉଛି ସେତେ ଥର ବିଲେଇଟି ତାର ଗୋଡ଼ ବଢ଼ାଇ ଛୁଆକୁ ରୋକି ଦେଉଛି । 

ଭିଡିଓଟି ଖୁବ୍‌ ମଜାଦାର । ଯିଏ ବି ଦେଖୁଛି ଆତ୍ମ ବିଭୋର ହେଉଛି । ଆଉ ଲାଇକ୍‌ କରିବା ସହ ଭଲ ଭଲ କମେଣ୍ଟ ବି ଦେଉଛନ୍ତି ।