• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରିଲ୍ସ ନିଶାରେ ଆଜିର ଯୁବପିଢ଼ି । ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତେ ରିଲ୍ସ କରୁଛନ୍ତି । ଆଉ ସେହି ରିଲ୍ସ ଯୋଗୁଁ କିଛି ଜୀବନ ମଧ୍ୟ ଯାଉଛି । ଅତୀତରେ ଏପରି ଅନେକ ଘଟଣା ସାମ୍‌ନାକୁ ଆସିଛି । ହେଲେ ବର୍ତ୍ତମାନ ରିଲ୍ସକୁ ନେଇ ଯେଉଁ ଚିତ୍ର ନଜରକୁ ଆସିଛି ତାହା’ ନିଶ୍ଚୟ ଆପଣଙ୍କୁ ବିଚଳିତ କରିଦେବ । ଆଉ ଆପଣ ଭାବେ ସତରେ ଆଜିର ଯୁବପିଢ଼ି ରିଲ୍ସ ପାଇଁ କେତେ ପାଗଳ ।

ଘଟଣାଟି ଉତ୍ତରପ୍ରଦେଶର ବାରବାଙ୍କିରୁ ସାମ୍‌ନାକୁ ଆସିଛି । ରେଲୱେ ଟ୍ରାକ୍‌ରେ ଇନଷ୍ଟାଗ୍ରାମ ରିଲ୍‌ କରୁଥିବାବେଳେ ଜଣେ ନାବାଳକରୁ ଟ୍ରେନ୍‌ ଧକ୍କା ଦେଇଛି । ନାବାଳକଙ୍କୁ ଟ୍ରେନ୍‌ ଧକ୍କା ଦେବା ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇଥିବା ନାବାଳକଙ୍କ ନାଁ କିଶୋର ଫାର୍ମାନ ବୋଲି ଜଣାପଡ଼ିଛି ।

କିଶୋରଙ୍କୁ ଟ୍ରେନ୍‌ ଧକ୍କା ଦେବା ତାଙ୍କ ଆଖିରେ ଜୋର୍‌ ଆଘାତ ଲାଗିଛି । ଶରୀରରେ ମଧ୍ୟ କ୍ଷତ ସୃଷ୍ଟି ହୋଇଛି । ଏପରି ଘଟଣା ଘଟିବା ପରେ ସେଠାରେ ଉପସ୍ଥିତ ଥିବା ଲୋକେ ଘଟଣାସ୍ଥଳରୁ କିଶୋରଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।