Advertisment

ଇଏ ତ ପ୍ରେମ, ଜୀବନର ଶେଷ ପାହାଚରେ ବି ଏକାଠି ଏମାନେ

ସାରା ଜୀବନ ଯିଏ ପାଖରେ ଠିଆ ହେଲା, ହାତ ଧରି ବାଟ ଚାଲିଲା, ଆଜି ତା’ର ଏ ଦୁଃଖ ସମୟରେ ତାକୁ ଛାଡ଼ି ଆଉ କୁଆଡ଼େ ଯିବି। ହାତ ଗୋଡ଼ରେ ଆଉ ବଳ ନାହିଁ ସତ, ହେଲେ ତାକୁ ଟେକି ଧରିବାକୁ ଯେତିକି ଶକ୍ତି ଦରକାର, ତାହା ମୁଁ ସଂଚୟ କରିଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Viral Video

Viral Video

ସାରା ଜୀବନ ଯିଏ ପାଖରେ ଠିଆ ହେଲା, ହାତ ଧରି ବାଟ ଚାଲିଲା, ଆଜି ତା’ର ଏ ଦୁଃଖ ସମୟରେ ତାକୁ ଛାଡ଼ି ଆଉ କୁଆଡ଼େ ଯିବି । ହାତ ଗୋଡ଼ରେ ଆଉ ବଳ ନାହିଁ ସତ, ହେଲେ ତାକୁ ଟେକି ଧରିବାକୁ ଯେତିକି ଶକ୍ତି ଦରକାର, ତାହା ମୁଁ ସଂଚୟ କରିଛି । ଦରକାର ନାହିଁ ଆମ୍ବୁଲାନ୍ସ, ଦରକାର ନାହିଁ ଷ୍ଟ୍ରେଚର, ମୋ ଗୋଡ଼ ହିଁ ଯଥେଷ୍ଟ ।

Advertisment

ଆଜି ଯେତେବେଳେ କଥା କଥାକେ ସଂସାର ସବୁ ଭାଙ୍ଗି ଚୁରମାର ହୋଇଯାଉଛି, ଯେତେବେଳେ ବର୍ଷ କେଇଟାରେ ସଂପର୍କ ସବୁ ଚୋରାବାଲି ପରି ହାତରୁ ଖସି ଯାଉଛି, ସେତିକି ବେଳେ ଏହି ଭାଇରାଲ୍ ଭିଡିଓଟି ଆମକୁ ଅନେକ ଶିକ୍ଷା ଦେଉଛି । ସଂପର୍କକୁ ଖେଳଘର ଭାବୁଥିବା ମଣିଷମାନଙ୍କ କାନେ କାନେ କହିଦେଉଛି, ଜୀବନ ଥିଲା ଯାଏ କେମିତି ସଂପର୍କ ନିଭାଯାଏ।

ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏହି ଛୋଟିଆ ଭିଡିଓଟିର କୌଣସି ଠିକଣା ନାହିଁ, କିଏ ଏଇ ବୁଢ଼ା ବୁଢ଼ି ଦୁଇଜଣ, କାହିଁକି ଏମିତି ଅସହାୟ ଅବସ୍ଥାରେ ଏଠି ଠିଆ ହେଇଛନ୍ତି, କାହିଁକି ଲୋକମାନେ ତାଙ୍କୁ ସହାୟତା ପାଇଁ ଆଗେଇ ଆସୁନାହାଁନ୍ତି, ତାହା କିଛି ଜଣାପଡୁ ନାହିଁ। କିନ୍ତୁ ଗୋଟିଏ କଥା ତ ସ୍ପଷ୍ଟ ହେଉଛି, କୌଣସି ଏକ ମେଡିକାଲ ବାରଣ୍ଡାରେ ବୃଦ୍ଧାଜଣଙ୍କୁ ଅତି ଅସହାୟ ଅବସ୍ଥାରେ ଟେକି ଧରିବାକୁ ଚେଷ୍ଟା କରୁଛନ୍ତି ବୃଦ୍ଧବ୍ୟକ୍ତି ଜଣକ । ନିଜ ବାହୁ ଓ ଗୋଡ଼ରେ ଶକ୍ତି ନାହିଁ, ସେ ନିଜେ ଜୀବନର ଅପରାହ୍ମରେ ଅବତୀର୍ଣ୍ଣ, ତଥାପି ସେ ଟେକି ଧରିଛନ୍ତି ବୃଦ୍ଧାଙ୍କୁ । ନା ଷ୍ଟ୍ରେଚର ପାଇଁ କହୁଛନ୍ତି, ନା କାହାର ସାହାଯ୍ୟ ମାଗୁଛନ୍ତି । ଇଏ ସଚ୍ଚା ସଂପର୍କର ନିଦର୍ଶନ ନୁହେଁ ତ ଆଉ କ’ଣ । ବୃଦ୍ଧ ବୋଧେ ଭାବୁଥିବେ, ସଂପର୍କ ବାନ୍ଧିଲା ବେଳେ ତ ମୁଁ ଏକା ହିଁ ବାନ୍ଧିଥିଲି, ଆଉ ତା ହେଲେ ସଂପର୍କ ନିଭେଇଲା ବେଳେ ଆଉ କାହାର ସହାୟତା କାହିଁକି ନେବି ।

Advertisment

ଆଜିକାଲି ଯେତେବେଳେ ସମ୍ପର୍କ ସବୁ ସ୍ୱାର୍ଥରେ ଭରି ରହୁଛି, ସେତେବେଳେ ଏଭଳି ଏକ ଦୃଶ୍ୟ ଦେଖିଲେ କିଏ ବା ଭାବପ୍ରବଣ ହେଇନଯିବ। ଶେଷରେ କେବଳ ଏତିକି କାମନା କରିବୁ, ସତ ପ୍ରେମର ନିଦର୍ଶନ ସାଜିଥିବା ଏ ଦୁଇ ବୃଦ୍ଧବୃଦ୍ଧାଙ୍କୁ ଈଶ୍ୱର ଭଲରେ ରଖନ୍ତୁ, ଆଉ ତାଙ୍କର ଏହି ଭିଡିଓରୁ ଆଜିର ଯୁବ ଯୁବତୀ କିଛି ଶିଖନ୍ତୁ । ପ୍ରେମ କରିବା ସହଜ, କିନ୍ତୁ ନିଭେଇବା କଷ୍ଟ ।

Special Story
Advertisment
Advertisment