କ୍ଷମା ମାଗିଲେ କିନ୍ତୁ ଏବେ ବି ଗାଲୁଆମି ଛାଡ଼ୁନାହାନ୍ତି ଆଇଆଇଟି ବାବା । ନିଜର ଭୁଲ୍ ଭବିଷ୍ୟତବାଣୀ ପାଇଁ ଚାରିଆଡୁ ଟ୍ରୋଲ୍ର ଶିକାର ହେବାପରେ ସୋସିଆଲ ମିଡ଼ିଆ 'ଏକ୍ସ' ମାଧ୍ୟମରେ କ୍ଷମା ପ୍ରାର୍ଥନା କଲେ ଭାଇରାଲ ବାବା । ସେ କ୍ଷମା ପ୍ରାର୍ଥନା ପାଇଁ କରିଥିବା ପୋଷ୍ଟରେ ଲେଖିଛନ୍ତି 'ଏହା ହେଉଛି ପାର୍ଟି ଟାଇମ , ମତେ ମନରୁ ଲାଗୁଥିଲା ଭାରତ ଜିତିବ ।'
ଭବିଷ୍ୟବାଣୀ ଭୁଲ୍ ହେବାପରେ ନିଜର ବୟାନ ପରିବର୍ତ୍ତନ କରିବାପରେ ତାଙ୍କୁ ପୁଣି ଥରେ ଟ୍ରୋଲ୍ କରିଛନ୍ତି ସୋସିଆଲ ମିଡ଼ିଆ ୟୁଜର । ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ଭାରତ ବଡ଼ ବିଜୟ ହାସଲ କରିଥିଲା । ଏକ ହାଇଭୋଲଟେଜ୍ ମ୍ୟାଚ୍ରେ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ ।
Also Read
ପୂରା ମ୍ୟାଚ୍ରେ ଏମିତି କୌଣସି ସମୟ ନଥିଲା ଯେତେବେଳେ କି ପାକିସ୍ତାନ ଭାରତ ଉପରେ ଭାରି ପଡ଼ିଥିଲା । କିନ୍ତୁ ଆଇଆଇଟି ବାବା ଦାବି କରିଥିଲେ ଯେ ଏହି ମ୍ୟାଚ୍ରେ ପାକିସ୍ତାନ ଭାରତକୁ ପରାସ୍ତ କରିବ । ଏମିତି କି ସେ ଦୃଢ଼ତାର ସହ କହିଥିଲେ କି ତାଙ୍କର ଭବିଷ୍ୟବାଣୀ ସତ ହେବାକୁ ଯାଉଛି । ତାଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।କିନ୍ତୁ ମ୍ୟାଚ୍ରେ ପୂରା ଓଲଟା ହୋଇଥିଲା । ଦୁବାଇରେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ । ଆଉ IIT ବାବାଙ୍କ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଥିଲା ।
ଅଧିକ ପଢ଼ନ୍ତୁ : ମହାକୁମ୍ଭକୁ ଯାଇ ପାରିନଥିବା ବ୍ୟକ୍ତିଙ୍କ ପାଇଁ ଏମିତି ସେବା ଆଣି ଚର୍ଚ୍ଚାରେ ଯୁବକ
ପାକିସ୍ତାନର ଶୋଚନୀୟ ପରାଜୟ ପରେ ମଧ୍ୟ IIT ବାବାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ, ଆଇଆଇଟି ବାବା ଦାବି କରିଥିଲେ ଯେ ଯେତେ ଚେଷ୍ଟା କଲେ ମଧ୍ୟ, ଏଥର ପାକିସ୍ତାନ ଜିତିବ । ସେ ଏକ ଲାଇଭ୍ ଷ୍ଟ୍ରିମ୍ରେ କହିଥିଲେ, "ଏଥର ଭାରତ ଜିତିବ ନାହିଁ। ବିରାଟ କୋହଲିଙ୍କୁ କୁହନ୍ତୁ ଯେ ସେ ତାଙ୍କର ସର୍ବୋତ୍ତମ ଚେଷ୍ଟା କରନ୍ତୁ, କିନ୍ତୁ ଆମେ ଜିତିବୁ ନାହିଁ । କିନ୍ତୁ , ଜିତିବା ତ ଦୂରର କଥା, ପାକିସ୍ତାନ କ୍ରିକେଟ୍ ଦଳ ଭଲ କ୍ରିକେଟ୍ ମଧ୍ୟ ଖେଳିପାରିଲା ନାହିଁ । ପୂରା ମ୍ୟାଚ୍ରେ ପାକିସ୍ତାନ ଥରେ ମଧ୍ୟ ଭାରତ ଉପରେ ଭାରି ପଡ଼ିନଥିଲା ।
ଏପରି ପରିସ୍ଥିତିରେ, ମ୍ୟାଚ୍ ପରେ, ଜଣେ YouTuber IIT ବାବାଙ୍କ ସହିତ ଯୋଗାଯୋଗ କରି ପ୍ରଶ୍ନ ପଚାରିଥିଲେ ଯେ ତୁମର ଭବିଷ୍ୟବାଣୀ ଭୁଲ ପ୍ରମାଣିତ ହେଲା । ଆପଣ ଏହାକୁ ନେଇ କ'ଣ କହିବେ ? ତେବେ ଏହି ପ୍ରଶ୍ନର ଉତ୍ତରରେ IIT ବାବା ସମ୍ପୂର୍ଣ୍ଣ ଭାବେ ପଲଟି ଯାଇ ଉତ୍ତର ଦେଇଥିଲେ 'କାହାର ଭବିଷ୍ୟବାଣୀ ଉପରେ ବିଶ୍ୱାସ କର ନାହିଁ, ନିଜ ମୁଣ୍ଡ ଖର୍ଚ୍ଚ କର ।'
ଭାଇରାଲ ଆଇଆଇଟି ବାବାଙ୍କର ପ୍ରକୃତ ନାମ ଅଭୟ ସିଂହ । ସେ ଆଇଆଇଟି ବମ୍ବେରେ ଏରୋସ୍ପେସ୍ ଇଞ୍ଜିନିୟରିଂ ପଢ଼ିଛନ୍ତି । ମହାକୁମ୍ଭ ମେଳା ସମୟରେ ସେ ରାତାରାତି ଲୋକପ୍ରିୟତା ହାସଲ କରିଥିଲେ । ଆଉ ଏବେ ନିଜର ଭୁଲ୍ ଭବିଷ୍ୟବାଣୀ ପାଇଁ ବେଶ୍ ଚର୍ଚ୍ଚାରେ ରହିଛନ୍ତି ।