Advertisment

Viral Post: ABCD ଶିଖିବା ପାଇଁ ୨.୫ ଲକ୍ଷ! ସ୍କୁଲରେ ନର୍ସରୀ ଫି ଦେଖି ଚିନ୍ତାରେ ବାପା ମାଆ

ହାଇଦ୍ରାବାଦର ଏକ ଘରୋଇ ସ୍କୁଲରେ ନର୍ସରୀ କ୍ଲାସରେ ପାଠ ପଢା ପାଇଁ ୨,୫୧,୦୦୦ ଟଙ୍କା ଫିସ୍ ରହିଥିବା ସ୍କୁଲର ଫିସ୍ ତାଲିକାରେ ପ୍ରକାଶ ପାଇଛି। ଏହି ତାଲିକା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
fees

fees

ଆଜିକାଲି ପଢ଼ାପଢ଼ିର ଖର୍ଚ୍ଚ ବହୁତ ମହଙ୍ଗା ହୋଇଗଲାଣି। ପିଲାମାନଙ୍କୁ ସବୁଠୁ ଭଲ ସ୍କୁଲରେ ପାଠ ପଢାଇବାକୁ ଚାହୁଁଥିବା ଅଭିଭାବକଙ୍କ ପାଇଁ ଚିନ୍ତାର ପରିସ୍ଥିତି ସୃଷ୍ଟି କରୁଛି ମହଙ୍ଗା ଫି। ଉନ୍ନତ ଶିକ୍ଷା ଯୋଗାଇବା ପାଇଁ ବାଧକ ସାଜୁଛି ସ୍କୁଲ ଫି। ଏବେ ତ କେତେକ ସ୍କୁଲ ମନମାନୀ କରୁଛନ୍ତି। ନିଜ ହିସାବରେ ସ୍କୁଲ ଫି ନିର୍ଦ୍ଧାରଣ କରୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ହାଇଦ୍ରାବାଦର ଏକ ଘରୋଇ ସ୍କୁଲର ଫିସ୍‌ ତାଲିକାର ଏକ ଫଟୋ ଭାଇରାଲ ହେଉଛି। ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ, ଯେ ଏଠାରେ ଏତେ ସ୍କୁଲ ଫି ନେଉଛନ୍ତି।

Advertisment

ଧର୍ମା ପାର୍ଟି ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା ଅନୁରାଧା ତିୱାରୀଙ୍କ ଦ୍ୱାରା ସେୟାର କରାଯାଇଥିବା ପୋଷ୍ଟରେ ସ୍କୁଲରେ ନର୍ସରୀ ପାଇଁ ଫିସ୍ ୨,୫୧,୦୦୦ ଟଙ୍କା ବୋଲି କୁହାଯାଇଛି। ଏହି ରାଶି ମଧ୍ୟମ ବର୍ଗୀୟ ପରିବାରମାନଙ୍କ ପାଇଁ କୌଣସି ବଡ଼ ଝଟକାଠାରୁ କମ୍‌ ନୁହେଁ, ଯେଉଁଠାରେ ଅନେକ ଲୋକ ନିଜର ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ମଧ୍ୟ ସଂଘର୍ଷ କରୁଛନ୍ତି। ଏପରି ସ୍ଥିତିରେ କୌଣସି ସାଧାରଣ ପିତାମାତା ଏହି ସ୍କୁଲରେ ନିଜ ପିଲାକୁ କିପରି ପଢ଼ାଇ ପାରିବ?

ସାମାନ୍ୟ ABCD ଶିଖିବା ପାଇଁ ମାସକୁ ୨୧,୦୦୦ ଟଙ୍କା ଖର୍ଚ୍ଚ ହେବ। ବିସ୍ତୃତ ଫି’ ତାଲିକାରେ ଏହା ଦର୍ଶାଯାଇଛି ଯେ, ନର୍ସେରୀ ଶ୍ରେଣୀରେ ପ୍ରବେଶ ପାଇଁ ୪୭,୭୫୦ ଟଙ୍କାର ଟ୍ୟୁସନ ଫିସ୍, ୫,୦୦୦ ଟଙ୍କାର ଆଡମିଶନ ଫିସ୍, ୧୨,୫୦୦ ଟଙ୍କାର ଇନିସିଏସନ ଫିସ୍ ଏବଂ ୧୦,୦୦୦ ଟଙ୍କାର ରିଫଣ୍ଡେବଲ୍ କସନ ଡିପୋଜିଟ୍ ଦେବାକୁ ପଡ଼ିବ। ଏହା ବ୍ୟତୀତ ଜୁନ୍, ସେପ୍ଟେମ୍ବର, ଡିସେମ୍ବର ଏବଂ ଚତୁର୍ଥ କିସ୍ତିରେ ମଧ୍ୟ ଅଲଗା ଅଲଗା କିସ୍ତିରେ ଫିସ୍ ଜମା କରିବାକୁ ପଡ଼ିବ, ଯାହାଦ୍ୱାରା ମୋଟ ରାଶି ୨,୫୧,୦୦୦ ଟଙ୍କା ହେବ। ସେହିପରି ପ୍ରି-ପ୍ରାଇମେରୀ I ଓ II (PPI 1 ଓ PPI 2) ପାଇଁ ୨,୭୨,୪୦୦ ଟଙ୍କା, ପ୍ରଥମ ଶ୍ରେଣୀ ଓ ଦ୍ବିତୀୟ ଶ୍ରେଣୀ ପାଇଁ Rs ୨,୯୧,୪୬୦ ଟଙ୍କା ଏବଂ ତୃତୀୟରୁ ପଞ୍ଚମ ପର୍ଯ୍ୟନ୍ତ ୩,୨୨,୩୫୦ ଟଙ୍କା ବାର୍ଷିକ ଫି’ ନିଆଯାଉଛି।

Advertisment

ଅଧିକ ପଢ଼ନ୍ତୁ: କାର୍ଯ୍ୟରେ ଯୋଗ ଦେବାର ପ୍ରଥମ ଦିନରେ IAS ଅଧିକାରୀଙ୍କୁ ଉଠ ବସ୍ କରାଇଲେ ଓକିଲ

Sparks Row Private School Fees School Fee Matter Hyderabad
Advertisment
Advertisment