/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675182056.jpg)
Husband surprised his wife by picture tattoo
ଅନେକ ଲୋକ ନିଜ ପ୍ରିୟ ଲୋକଙ୍କୁ ଖୁସି କରିବା ପାଇଁ ବିଭିନ୍ନ ପ୍ରକାର ସର୍ପ୍ରାଇଜ୍ ଦିଅନ୍ତି। ନିକଟତମ ବ୍ୟକ୍ତିଙ୍କୁ ସର୍ପ୍ରାଇଜ୍ ଦେବା ପରେ ସେ ପାଇଥିବା ଆନନ୍ଦ ଏବଂ ସୁଖକୁ ତୁଳନା କରାଯାଇପାରିବ ନାହିଁ। ଏହିପରି ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଚିତ୍ରକୁ ନିଜ ବାହୁରେ ଟାଟୁ କରି ତାଙ୍କୁ ଖୁସି ଦେଇଛନ୍ତି, ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଏହା ଦେଖି ତାଙ୍କ ପତ୍ନୀ ଯେଉଁଭଳି ପ୍ରତିକ୍ରିୟା ଦେଇଛନ୍ତି ତାହା ଅନ୍ଲାଇନ୍ରେ ସମସ୍ତଙ୍କ ହୃଦୟ ଜିତୁଛି। ଏହି ଭିଡିଓଟିକୁ ଟାଟୁ କଳାକାର ମହେଶ ଚହ୍ୱାଣ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭିଡିଓରେ ଦେଖାଯାଏ ଯେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ନିକଟକୁ ଆସିଛନ୍ତି, ଯିଏକି ଏକ କୁନି ପୁଅକୁ ଧରି ବେଡ୍ ଉପରେ ବସିଛନ୍ତି। ତାଙ୍କ ହାତରେ ଏକ କପଡା ଏବଂ ଏକ ପ୍ଲାଷ୍ଟିକ୍ ସିଟ୍ ଗୁଡ଼ାଯାଇଛି। ତା’ପରେ ସେ ତାକୁ ଖୋଲିବାକୁ କହିଛନ୍ତି।
ଅଧିକ ପଢ଼ନ୍ତୁ: ଆଖି, କାନ, ନାକ,କାନ ଚାରିଆଡ଼େ ଟାଟୁ: ଚିତ୍ରବିଚିତ୍ର ଦେଖାଯାଉଛନ୍ତି ଏହି ଯୁବକ
ସେ ତାଙ୍କ ହାତରୁ ଧିରେ ଧିରେ କପଡା କାଢନ୍ତି। ଯେମିତି ପୂରା କପଡା କାଢିଦେଇଛନ୍ତି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଦେଖିବାକୁ ପାଇଛନ୍ତି ଯେ ଏକ ଛୋଟ ହାର୍ଟ ସହିତ ନିଜ କୁନି ପିଲାକୁ ଧରି ରଖିବାର ଏକ ଟାଟୁ ତାଙ୍କ ହାତରେ ହୋଇଛି। ଏହି ଟାଟୁ ଦେଖି ସେହି ବ୍ୟକ୍ତିଙ୍କ ସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ କୁହନ୍ତି, ହେ ଭଗବାନ…। ପୋଷ୍ଟ ଅନୁଯାୟୀ, ବ୍ୟକ୍ତି ଜଣକ ଜନ୍ମଦିନରେ ତାଙ୍କ ସ୍ତ୍ରୀଙ୍କୁ ଏମିତି ସର୍ପ୍ରାଇଜ୍ ଦେଇଛନ୍ତି।
ଏହି ଭିଡିଓ ୪ ଦିନ ପୂର୍ବରୁ ଶେୟାର କରାଯାଇଥିଲା। ଖବର ଲେଖା ହେବା ସୁଦ୍ଧା ଏହା ୧୦.୭ ମିଲିୟନରୁ ଅଧିକ ଭ୍ୟୁ ଏବଂ ୧୧ ଲକ୍ଷରୁ ଅଧିକ ଲାଇକ୍ ପାଇସାରିଥିଲା। ଏହି ପୋଷ୍ଟ୍ର କ୍ୟାପସନରେ ଲେଖାଥିଲା, “ମ୍ୟାଡମ୍ କେତେ ଖୁସି ହୋଇଗଲେ ଯେତେବେଳେ ତାଙ୍କ ଜନ୍ମଦିନରେ ତାଙ୍କ ସ୍ୱାମୀ ଏତେ ବଡ ସର୍ପ୍ରାଇଜ୍ ଦେଲେ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)