Advertisment

Career Tips: ୟୁଟ୍ୟୁବ୍ ଚ୍ୟାନେଲ୍ କରି ଲକ୍ଷପତି ହେବାକୁ ଚାହୁଁଛନ୍ତି କି; ଆପଣଙ୍କ ପାଇଁ ୪ଟି ଟିପ୍ସ

ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ସୃଷ୍ଟି କରିବା ଅତି ସହଜ କିନ୍ତୁ ଏହାକୁ ଚଳାଇବା ଏକ କଷ୍ଟକର କାମ। ୟୁଟ୍ୟୁବ୍ ଚ୍ୟାନେଲ୍ ସୃଷ୍ଟି କରିବା ଏବଂ ଏହାକୁ ଆଗେଇ ନେବାକୁ କେତେକ ଜରୁରୀ କଥା ଉପରେ ନଜର ରଖିବା ଉଚିତ। ତେବେ ଆସନ୍ତୁ ଏମିତି କିଛି ଟିପ୍ସ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
How to make youtube channel and make money

How to make youtube channel and make income

ଆଜିର ଏହି ସୋସିଆଲ ମିଡିଆର ଯୁଗରେ, ୟୁଟ୍ୟୁବ୍ ଏବଂ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟାର୍‌ମାନଙ୍କର ଜଲ୍‌ୱା ଦେଖିବାକୁ ମିଳେ। ଅନେକ ଲୋକ ୟୁଟ୍ୟୁବ୍‌ରେ ଭିଡିଓ ଅପଲୋଡ୍ କରି ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। ଏହି ପ୍ଲାଟଫର୍ମରେ ପ୍ରତିଯୋଗିତା ବହୁତ ବୃଦ୍ଧି ପାଇଛି। ଗତ କିଛି ବର୍ଷ ମଧ୍ୟରେ ଅନେକ ଏଥିରେ କ୍ୟାରିୟର ମଧ୍ୟ ଗଢିଛନ୍ତି।

Advertisment

ୟୁଟ୍ୟୁବରେ ଯେକେହି ନିଜର ଚ୍ୟାନେଲ ସୃଷ୍ଟି କରିପାରିବେ। ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ Gmail ID ଦରକାର। ଏହା ସହିତ, ଆପଣ ଜାଣିବା ଉଚିତ ଯେ ଆପଣ କେଉଁ ବିଷୟ ଉପରେ ଭିଡିଓ କରିବାକୁ ଚାହୁଁଛନ୍ତି। ଯଦି ଆପଣ ଚାହାଁନ୍ତି, ଦୈନିକ ବ୍ଲଗ୍ ମଧ୍ୟ ତିଆରି କରିପାରିବେ। ଆପଣ ମନୋରଞ୍ଜନ କିମ୍ବା ସୂଚନାମୂଳକ ଭିଡିଓ ମଧ୍ୟ କରିପାରିବେ।

ଅଧିକ ପଢ଼ନ୍ତୁ: କେମିତି ରୋଜଗାର ଦେବ ୟୁଟ୍ୟୁବ୍‌ ? ଜାଣିରଖନ୍ତୁ ଟିପ୍ସ...

ୟୁଟ୍ୟୁବ୍ ଚ୍ୟାନେଲ୍ ସୃଷ୍ଟି କରିବା ଏବଂ ଏହାକୁ ଆଗେଇ ନେବାକୁ କେତେକ ଜରୁରୀ କଥା ଉପରେ ନଜର ରଖିବା ଉଚିତ। ତେବେ ଆସନ୍ତୁ ଏମିତି କିଛି ଟିପ୍ସ ବିଷୟରେ ଜାଣିନେବା।

Advertisment

ପ୍ରାରମ୍ଭରେ ଥିମ୍ ସେଟ୍:

ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ସୃଷ୍ଟି କରିବା ଅତି ସହଜ କିନ୍ତୁ ଏହାକୁ ଚଳାଇବା ଏକ କଷ୍ଟକର କାମ। ଆପଣ କେଉଁ ବିଷୟ କିମ୍ବା ଥିମ୍ ଉପରେ ଏକ ଭିଡିଓ କରିବାକୁ ଚାହୁଁଛନ୍ତି ତାହା ଆରମ୍ଭରୁ ଠିକ୍ କରିବା ଉଚିତ। ଯେଉଁ ବିଷୟ ଉପରେ ନିଜରର ଦୃଢ ପ୍ରବେଶ ଅଛି, ସେହି କାମକୁ ନେଇ ଆଗେଇବା ଜରୁରୀ। ଏହା ଆପଣଙ୍କୁ ଆରାମଦାୟକ ହେବ ଏବଂ ଲୋକଙ୍କ ସହିତ ଉତ୍ତମ ସଂଯୋଗ ସ୍ଥାପନ କରିବାରେ ସକ୍ଷମ ହେବ।

ସଠିକ୍ ନାମକରଣ::

ୟୁଟ୍ୟୁବ୍ ଚ୍ୟାନେଲର ନାଁ ବହୁତ ଚିନ୍ତା କରି ରଖିବା ଉଚିତ। ଏହା ଯେତେ ଅନନ୍ୟ, ସରଳ ଏବଂ କେନେକ୍‌ଟିଙ୍ଗ୍ ହେବ ସେତେଶୀଘ୍ର ଲୋକମାନେ ଏହାକୁ ଖୋଜି ସବ୍‌ସ୍କ୍ରାଇବ୍‌ କରିପାରିବେ। ଏହା ମଧ୍ୟ ମନେରଖନ୍ତୁ ଯେ ୟୁଟ୍ୟୁବ୍ ଚ୍ୟାନେଲ୍‌ର ନାଁ ଆପଣଙ୍କ ପ୍ରସଙ୍ଗ ସହିତ ଜଡିତ ହେବା ଉଚିତ।

ଚ୍ୟାନେଲକୁ କେମିତି ମିଳିବ ହିଟ୍ସ:

ଚ୍ୟାନେଲରେ ଏକ ଭିଡିଓ ଅପଲୋଡ୍ କରିବାବେଳେ ଏହାର ରିଚ୍ ପାଇଁ ଭିଡିଓର ଟାଇଟଲ୍ ଏବଂ କୀ-ୱାର୍ଡ୍ସ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ। ଭିଡିଓର ଟାଇଟଲ୍ ଏବଂ କୀ-ୱାର୍ଡ୍ସଗୁଡ଼ିକ ଯେତେ ଅଧିକ ଟ୍ରେଣ୍ଡ୍‌ ହେବ, ତାହା ଦର୍ଶକଙ୍କ ପାଖରେ ପହଞ୍ଚିବ। ଅନ୍ୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ମଧ୍ୟ ଆପଣଙ୍କର ଭିଡିଓ ଶେୟା କରନ୍ତୁ।

କିପରି ହେବ ରୋଜଗାର:

ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ସୃଷ୍ଟି କରିବା ପରେ ତୁରନ୍ତ ରୋଜଗାର ଆରମ୍ଭ ହୁଏ ନାହିଁ। ଏଥିପାଇଁ ବହୁତ ଧୈର୍ଯ୍ୟ ଆବଶ୍ୟକ। ବିଷୟବସ୍ତୁକୁ ଉନ୍ନତ କରିବା ସହ ପ୍ରସଙ୍ଗରୁ ବିଚ୍ୟୁତ ନ ହେବା ଉଚିତ। ଧୀରେ ଧୀରେ, ଯେତେବେଳେ ଭିଡିଓର ରିଚିଂ ବଢିବା ଆରମ୍ଭ ହେବ ରୋଜଗାର ମଧ୍ୟ ଆରମ୍ଭ ହେବ। ପ୍ରାରମ୍ଭରେ, ଭିଡିଓକୁ ମନିଟାଇଜ୍ କରି ଏହାକୁ AdSense ସହିତ ଲିଙ୍କ୍ କରି, ଆପଣ ପ୍ରତ୍ୟେକ କ୍ଲିକ୍‌ରେ ୨୫ ପଇସା ପାଇପାରିବେ। ଭିୟୁଜ୍ ବଢିବା ସହିତ ରୋଜଗାର ମଧ୍ୟ ବୃଦ୍ଧି ପାଇବ।

YouTube Social Media Career Tips
Advertisment
Advertisment