ଏବେ ବାହାଘର ସିଜିନ୍ ଚାଲିଛି । ଯେଉଁଠି ଦେଖିବ ସବୁଠି ଖାଲି ବାହାଘର ଭୋଜିଭାତ । ସବୁଠି ମଣ୍ଡପ ବୁକ୍ । ଏମିତିକି ଗୋଟିଏ ଦିନରେ ଗୋଟିଏ ମଣ୍ଡପରେ ଦୁଇ ଦୁଇଟା ବିବାହ କାର୍ଯ୍ୟକ୍ରମ ହେଉଛି । ବରଯାତ୍ରୀ ଭଳିକି ଭଳି ଦେଖିବାକୁ ମିଳୁଛି । କେଉଁଠି ବର ଘୋଡ଼ାରେ ଆସୁଛି ତ କେଉଁଠି ରାଜା ଛୁଆ ଭଳି ରଥରେ ଆସୁଛନ୍ତି । ଆଉ କିଏ ଦାମୀ କାରରେ ସନ୍ରୁଫ୍ ଖୋଲି ଆସୁଛି । ଏମିତିକି ବରଯାତ୍ରୀରେ ବର ଗାଡ଼ିରୁ ଓହ୍ଲାଇ ନାଚିବାର ଦେଖିବାକୁ ମିଳୁଛି । ଆଉ ସମସ୍ତେ ଚେଷ୍ଟା କରନ୍ତି ଏହି ଦିନକୁ କେମିତି ସ୍ମରଣୀୟ କରିବେ ।
Also Read
ତେବେ ଏହାରି ଭିତରେ ଏକ ଫଟୋ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ବର ବେଦୀରେ ବସି ଖେଳୁଛି ଲୁଡୁ । ଆଉ ତାଙ୍କ ସାଙ୍ଗମାନେ ମଧ୍ୟ ଏଥିରେ ଖୁବ୍ ସହଯୋଗ କରୁଛନ୍ତି । ଏଥିରୁ ଜଣାପଡ଼ୁଛି ବର ପୂରା ବିନ୍ଦାସ । ବେଦୀରେ ପଣ୍ଡିତ ତାଙ୍କ କାମ କରୁଛନ୍ତି, ମନ୍ତ୍ର ପଢ଼ା ଚାଲିଛି, ହୋମ ଯଜ୍ଞ ଚାଲିଛି । ଏପଟେ କିନ୍ତୁ ବର ସାଙ୍ଗମାନଙ୍କ ସହ ଖେଳୁଛି ଲୁଡୁ । ଏହି ଫଟୋ ଦେଖି ଅନେକ ଏହାର ମଜା ନେଇଛନ୍ତି । ସମସ୍ତେ ଏହାକୁ ସାକାରାତ୍ମକ ଭାବେ ନେଇଛନ୍ତି ।
Bro has his own priorities pic.twitter.com/CEVJnfPpvb
— Muskan (@Muskan_nnn) November 27, 2024
ଅନେକ ୟୁଜର୍ସ ମତ ରଖିଛନ୍ତି ଯେ, ସବୁବେଳେ ଏମିତି ବିନ୍ଦାସ ରହିବା କଥା । ଆଉ କେହି କେହି କହିଛନ୍ତି, ଆଗକୁ ନୂଆ ଜୀବନ ଆରମ୍ଭ ହେବାକୁ ଯାଉଛି । ସାଙ୍ଗ ମାନଙ୍କ ସହ ଆଉ ଲୁଡୁ ଖେଳିବାକୁ ସମୟ ହେବନି । ତେଣୁ ଏବେ କିଛି ସମୟ ସାଙ୍ଗମାନଙ୍କ ସହ ଲୁଡୁ ଖେଳିଦିଅ । ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଆଗକୁ କେବଳ ପତ୍ନୀଙ୍କ ସହ ଖେଳିବ ସେଥିପାଇଁ ଏବେ ସାଙ୍ଗଙ୍କ ଲୁଡୁ ଖେଳୁଛନ୍ତି ।
ତେବେ ଏହି ଫଟୋ ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ୪.୫ ଲକ୍ଷ ଭ୍ୟୁ ପାଇସାରିଥିଲା । ପରେ ହଜାର ହଜାର କମେଣ୍ଟ ମଧ୍ୟ ରହିଥିଲା । ଏହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ବହାଘର ସମୟରେ ବେଦୀରେ ବରର ଏଭଳି ନିଆରା ଢ଼ଙ୍ଗ କିଛି ନୂଆ କଥା ନୁହେଁ । ସୋସିଆଲ ମିଡିଆରେ ଆଗରୁ ମଧ୍ୟ ଏମିତି ଅନେକ ଖବର ସାମ୍ନାକୁ ଆସିଛି । କିଛି ଦିନ ପୂର୍ବେ ଏକ ଫଟୋ ଭାଇରାଲ ହୋଇଥିଲା ଯେ ବେଦୀରେ ବର ବସିଛି । ସେପଟେ ପଣ୍ଡିତ ମନ୍ତ୍ର ବୋଲୁଛନ୍ତି । ଆଉ ଏପଟେ ବର ବସି ମୋବାଇଲରେ ଟ୍ରେଡିଂ ଆପ୍ ଖୋଲି ଦେଖୁଛନ୍ତି । ଏମିତି ଅନେକ ଉଦାହରଣ ଦେଖିବାକୁ ମିଳିଛି । ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।