/odishatv-khabar/media/post_attachments/uploadimage/library/16_9/16_9_0/Gmail_1708762540.jpg)
Gmail
ଗୁଗୁଲ ପକ୍ଷରୁ ଶୁକ୍ରବାର ସ୍ପଷ୍ଟ କରାଯାଇଛି ଯେ, ଲୋକପ୍ରିୟ ଇମେଲ ସେବା Gmail ବନ୍ଦ ହେବ ନାହିଁ। କିଛି ଦିନ ହେବ ଗୁଗୁଲର ଜିମେଲ ସେବା ବନ୍ଦ ହେବା ନେଇ ସୋସିଆଲ ମିଡିଆରେ ଗୁଜବ ଆରମ୍ଭ ହୋଇଥିଲା । ଏଥିରେ କୁହାଯାଇଥିଲା ଯେ, ଚଳିତ ମାସ ଅଗଷ୍ଟରୁ ଜିମେଲ୍ ବନ୍ଦ ହେବ । କିନ୍ତୁ ତାହା ମିଛ ବୋଲି ଶୁକ୍ରବାର ସ୍ପଷ୍ଟ କରିଛି ଗୁଗୁଲ ।
Gmail is here to stay.
— Gmail (@gmail) February 22, 2024
ଗୁଗୁଲ ପକ୍ଷରୁ Gmail ବ୍ୟବହାରକାରୀଙ୍କୁ ସମ୍ବୋଧିତ କରାଯାଇଥିବା ଏକ ଇମେଲର ସ୍କ୍ରିନସଟ ଖୁବ୍ ଭାଇରାଲ ହୋଇଥିଲା । ଯେଉଥିରେ ସ୍ପଷ୍ଟ ଜଣାପଡ଼ୁଥିଲା ଯେ, ଚଳିତ ବର୍ଷ ଅଗଷ୍ଟ ୧ ତାରିଖରୁ ‘Gmail’ ସେବା ବନ୍ଦ କରାଯାଉଛି । ଏଥିରେ ଆହୁରି ଲେଖାଯାଇଥିଲା ଯେ, ଅଗଷ୍ଟ ୧ ତାରିଖ ପରେ ‘Gmail’ ଜରିଆରେ ଆଉ ଇମେଲ ପଠାଯାଇପାରିବ ନାହିଁ କିମ୍ବା ଗ୍ରହଣ କରାଯାଇପାରିବ ନାହିଁ ।
ସ୍କ୍ରିନସଟରେ ଅହୁରି ଲେଖା ଥିଲା, "ଏତେ ବର୍ଷ ଧରି ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଯୋଡ଼ି ରଖିଥିବା ବା କଣ୍ଟାକ୍ଟକୁ ଅତି ସହଜ କରିଥିବା ‘Gmail’ ଖୁବ୍ଶୀଘ୍ର ବନ୍ଦ ହେବାକୁ ଯାଉଛି । ୧ ଅଗଷ୍ଟ ୨୦୨୪ରୁ Gmail ସେବା ବନ୍ଦ ହେବ ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ହଜାର ହଜାର ଲୋକ ଏହି ସ୍କ୍ରିନସଟ ସେୟାର କରିଛନ୍ତି । କିଛି ଏଲୋକ ଏହାକୁ ସେୟାର କରିବା ସହ ଏଥିରେ ଲେଖିଛନ୍ତି ଯେ, ଗୁଗୁଲ ଏହାର ନୂତନ AI ଇମେଜ୍ ଟୁଲ୍ ଜେମିନି ଯୋଗୁଁ ବ୍ୟାକ୍ଲୈସର ସମ୍ମୁଖୀନ ହେଉଛି । କହିବାକୁ ଗଲେ ଏହି ଇମେଜ୍ ଟୁଲ ଗତ ସପ୍ତାହରେ ବିବାଦକୁ ଆସିଥିଲା । ଯେତେବେଳେ ଏହା ନାଜୀ ସୈନିକମାନଙ୍କ ଫଟୋ ତିଆରି କରିଥିଲା ।
ତେବେ ଏତେ ସବୁ ଘଟଣା ପରେ, ଗୁଗୁଲ ନିଜ ପକ୍ଷରୁ ଏକ୍ସ’ରେ ଏକ ପୋଷ୍ଟ କରି ସ୍ପଷ୍ଟ କରିବାକୁ ବାଧ୍ୟ ହେଲା ଯେ ଗୁଗୁଲ ବନ୍ଦ ହେଉ ନାହିଁ । ଯାହା ସବୁ ଭାଇରାଲ ହେଉଛି ବା ଚର୍ଚ୍ଚା ହେଉଛି, ତାହା କେବଳ ଗୁଜବ, ଏହାକୁ କେହି ବିଶ୍ୱାସ କରନ୍ତୁ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)