Girl waits for 22 yrs after family refuses for inter-caste marriage
ପ୍ରେମ ସତ୍ୟ, ପ୍ରେମ ଚିରନ୍ତନ, ପ୍ରେମ ଶାଶ୍ୱତ। ପ୍ରେମ ମାନେ ନାହିଁ ବନ୍ଧ ବାଡ଼, ପ୍ରେମ ଆଗରେ ସବୁ କିଛି ତୁଚ୍ଛ। କେତେବେଳେ ମଣିଷ କାହା ପ୍ରେମରେ ପଡ଼ିଯିବ ତାହା କେହିବି କହିପାରିବେ ନାହିଁ। ଏହା ଜାତି, ଅଜାତି, ଧନୀ, ଗରିବ ଦେଖେ ନାହିଁ। ପ୍ରେମର ନିଶା ଅଲଗା। କୁହାଯାଏ, ପ୍ରେମ ନିଶା ଥରେ ଘାରିଲେ ମଣିଷ ଅନ୍ଧ ହୋଇଯାଏ। ନିଜ ମନର ମଣିଷକୁ ପାଇବା ପାଇଁ ସବୁ ବାଧାବିଘ୍ନକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଥାନ୍ତି ପ୍ରେମୀଯୁଗଳ। କିଏ ସାତ ଦରିଆ ପାର୍ ହୋଇ ସବୁ କିଛି ତୁଚ୍ଛ କରି ମନର ମଣିଷ ପାଖକୁ ଗଲାଣି ତ ଆଉ କିଏ ବର୍ଷ ବର୍ଷ ଧରି ପରିବାର ଲୋକଙ୍କ ସହମତିକୁ ସେମିତି ଅପେକ୍ଷା କରି ରହୁଛନ୍ତି। ଦୁଇ ହୃଦୟର ମିଳନ ମଝିରେ ଅନେକ ବାଧାବିଘ୍ନ ଆସିଥାଏ। ସେଥିମଧ୍ୟରୁ ଅଲଗା ଜାତିରେ ବିବାହ ଏକ ପ୍ରମୁଖ କାରଣ।
ଅଧିକ ପଢ଼ନ୍ତୁ: ମା’ ବାହାଘରରେ ଝିଅ ମଧ୍ୟସ୍ଥି : ୫୦ବର୍ଷୀୟା ମହିଳାଙ୍କ ଦ୍ୱିତୀୟ ବିବାହ କରାଇଲା ଝିଅ
ଭାରତରେ ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ପ୍ରେମୀ ଯୁଗଳ ସେମାନଙ୍କର ମନର ମଣିଷକୁ ପାଇବାକୁ ଯାଇ ଜୀବନ ହାରିଛନ୍ତି। ଅନ୍ୟ ଜାତିର ଯୁବକ/ଯୁବତୀଙ୍କୁ ଅନେକ ବାପାମା’ ବିବାହ ପାଇଁ ଗ୍ରହଣ କରିନଥାନ୍ତି। ଶେଷରେ କିଛି ଜଣ ଘର ଲୋକଙ୍କ ବିରୋଧରେ ଯାଇ ବାହା ହୋଇଥାନ୍ତି ତ ଆଉ କିଛି ଜଣ ସାରା ଜୀବନ ଏକାକୀ ରହିବା ପାଇଁ ନିଷ୍ପତ୍ତି ନେଇଥାନ୍ତି। ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଯେଉଁଠି ଜଣେ ଯୁବତୀଙ୍କୁ ୨୨ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ଯୁବତୀଙ୍କ ନାଁ ସୋନିଆ। ସେ ଅଲଗା ଜାତିର ପୁଅକୁ ଭଲ ପାଉଥିବାରୁ ପରିବାର ଲୋକ ଏହାକୁ ଗ୍ରହଣ କରି ନଥିଲେ। ତେଣୁ ପରିବାର ଲୋକଙ୍କ ସହମତି ପାଇଁ ସୋନିଆ ଦୀର୍ଘ ୨୨ ବର୍ଷ ଅପେକ୍ଷା କରିଥିଲେ। ଶେଷରେ ପରିବାର ଲୋକ ଅନ୍ୟ ଜାତିରେ ବିବାହ ପାଇଁ ତାଙ୍କୁ ଅନୁମତି ଦେଇଥିଲେ। ଆଉ ସୋନିଆଙ୍କ ପ୍ରେମ ହିଁ ଜିତିଥିଲା ଓ ସେ ନିଜ ମନର ମଣିଷକୁ ହିଁ ଜୀବନସାଥୀ କରିଥିଲେ।
ଯଦିଓ ସୋନିଆଙ୍କ ଏହି ପ୍ରେମ କାହାଣୀ ସମ୍ପର୍କରେ ସବିଶେଷ ଜଣାପଡ଼ିନି, ହେଲେ ତାଙ୍କର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆ ରେ ବେଶ୍ ଭାଇରାଲ୍ ହେଉଛି। ଭିଡିଓରେ ସୋନିଆ ଦୁଲ୍ହନ୍ ବେଶରେ ଥିବାବେଳେ ତାଙ୍କ ମୁହଁର ହସରୁ ସହଜେ ଅନୁମେୟ କରି ହେଉଛି ସେ କେତେ ଖୁସି ଅଛନ୍ତି ନିଜ ବାହାଘରକୁ ନେଇ। ୟୁଜର୍ସ ମଧ୍ୟ ସୋନିଆ ଓ ତାଙ୍କ ମନର ମଣିଷଙ୍କୁ ଶୁଭେଚ୍ଛା, ଶୁଭକାମନା ଜଣାଇଛନ୍ତି।
ଭିଡିଓଟି ଇନଷ୍ଟାଗ୍ରାମ ରେ looksbymanishkachru ପକ୍ଷରୁ ଶେୟାର କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1675936323.jpg)