• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମା’ର ଘର ବସାଇଲା ଝିଅ । ଜଣେ ଝିଅ ନିଜ ୫୦ବର୍ଷୀୟା ମା’କୁ ବାହାଦେବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ୱାମୀଙ୍କ ମୃତ୍ୟୁ ପରେ ଏକୁଟିଆ ହୋଇଯାଇଥିବା ମହିଳାଙ୍କ ଜୀବନରେ ଖୁସି ଆଣିବା ପାଇଁ ସମାଜର ଚିରାଚରିତ ବିଚାରଧାରା ବିରୋଧରେ ଠିଆ ହୋଇଯାଇଛି ଜଣେ ଯୁବତୀ । ବର୍ଷ ବର୍ଷ ଧରି ମନା କରିବା ପରେ ପରିଣତ ବୟସରେ ଦ୍ୱିତୀୟ ବିବାହ ପାଇଁ ନିଜ ମା’ଙ୍କୁ ରାଜି କରାଇ ପାରିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆ ରେ ମା’ଝିଅଙ୍କ ଏହି କାହାଣୀ ଭାଇରାଲ୍‌ ହେଉଛି ।

ସିଲଂର ବାସିନ୍ଦା ଦେବାର୍ତ୍ତୀ ଚକ୍ରବର୍ତ୍ତୀ ତାଙ୍କର ୫୦ ବର୍ଷିୟା ମା’ ମୌସୁମୀ ଚକ୍ରବର୍ତ୍ତୀଙ୍କର ଦ୍ୱିତୀୟ ବିବାହ କରାଇଛନ୍ତି । ଦେବାଙ୍କର୍ତ୍ତୀ ବାପା ସିଲଂର ଜଣେ ପ୍ରସିଦ୍ଧ ଡାକ୍ତର ଥିଲେ । ହେଲେ ଅଳ୍ପ ବୟସରେ ହିଁ ବ୍ରେନ ହାମରେଜ କାରଣଟରୁ ହଠାତ୍ ତାଙ୍କ ତାଙ୍କର ଦେହାନ୍ତ ହୋଇଥିଲା । ଆଉ ସେହି ସମୟରେ ମୌସୁମୀ ଚକ୍ରବର୍ତ୍ତୀ ମାତ୍ର ୨୫ବର୍ଷ ହୋଇଥିବା ବେଳେ ଦେବାର୍ତ୍ତୀ ୨ବର୍ଷର ହୋଇଥିଲେ । ସ୍ୱାମୀଙ୍କ ସହ ଅଧିକ ଦିନ କାଟି ପାରିନଥିଲେ ମୌସୁମୀ । ଆଉ ତା’ପରେ ଦେବାର୍ତ୍ତୀ ଏବଂ ତାଙ୍କ ମା’ ନିଜ ଅଜାଆଈଙ୍କ ଘରେ ରହିବାକୁ ଲାଗିଲେ ।

ଅଧିକ ପଢ଼ନ୍ତୁ: ବିବାହରେ କନ୍ୟାଦାନ ପରମ୍ପରାକୁ ଯୁବତୀଙ୍କ ନାଁ ! ସମର୍ଥନ କଲେ ସ୍ୱାମୀ ଓ ପରିବାର ଲୋକ

ମା’ ଜଣେ ଶିକ୍ଷୟିତ୍ରୀ ଥିବାବେଳେ ସେ ଦ୍ୱିତୀୟ ବିବାହ କରିବାକୁ ରାଜି ହୋଇନଥିଲଲେ । ଦେବାର୍ତ୍ତୀ ଛୋଟ ଥିବାବେଳେ ମା’ଙ୍କ ଦୁଃଖ ବୁଝି ପାରୁନଥିଲେ । ହେଲେ ବଡ଼ ହେବା ପରେ ମା’ଙ୍କୁ ଆଉ ଥରେ ବିବାହ କରିବା ପାଇଁ କହିଥିଲେ । କିନ୍ତୁ ଝିଅ ପାଇଁ ବିବାହ ପାଇଁ ସ ରାଜି ହେଉନଥିଲେ । ଝିଅ ଏକା କିପରି ଚଳିବ, କାହା ସହିତ ରହିବ ବୋଲି ସେ ନିଜ ଜୀବନ ତଥା ଖୁସି କଥା ଚିନ୍ତା କରିନଥିଲେ । ଏହାରି ମଧ୍ୟରେ ସମ୍ପତ୍ତିକୁ ନେଇ ଦେବାର୍ତ୍ତୀଙ୍କ କାକାଙ୍କ ସହ ମଧ୍ୟ ବିବାଦ ଆରମ୍ଭ ହୋଇଥିଲା । ଆଉ ସେଥିରେ ସେ ଫଶି ଯାଇଥିଲେ । ଏପରି ବର୍ଷ ବର୍ଷ ବିତିଗଲା, ହେଲେ ସେ ବିବାହ ପାଇଁ ରାଜି ହେଉନଥିଲେ ।

ଶେଷରେ ଏବେ ୫୦ ବର୍ଷ ବୟସରେ ବିବାହ କରିବାକୁ ରାଜି ହୋଇଥିଲେ । ଚଳିତ ବର୍ଷ ମାର୍ଚ୍ଚ ମାସରେ ଦେବାର୍ତ୍ତୀଙ୍କ ମା’ ପଶ୍ଚିମବଙ୍ଗର ସ୍ୱପନଙ୍କୁ ବିବାହ କରିଛନ୍ତି । ଉଭୟଙ୍କର ବୟସ ୫୦ବର୍ଷ ବୋଲି ଜଣାପଡ଼ିଛି । ବିବାହ ପରେ ଖୁବ୍‌ ଖୁସି ଅଛନ୍ତି ଦେବାର୍ତ୍ତୀଙ୍କ ମା’ । ଆଗରୁ ଛୋଟ ଛୋଟ କଥାରେ ଚିଡ଼ି ଯାଉଥିଲେ । ହେଲେ ଏବେ ଜୀବନକୁ ଉପଭୋଗ କରୁଛନ୍ତି । ତାଙ୍କ ଖୁସି ଦେଖି ମୁଁ ଖୁସି ବୋଲି ଦେବାର୍ତ୍ତୀ କହିଛନ୍ତି ।