• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାବା କେଦାରନାଥଙ୍କୁ ନେଇ ଅନେକ କିଛି ବିଶ୍ୱାସ ରହିଛି । କେଦାରନାଥଙ୍କ ଟିକିଏ ଦର୍ଶନ ପାଇଁ ଅନେକ କିଛି କରିବାକୁ ପଡ଼ିଥାଏ । ପରେ କେଦାରନାଥଙ୍କ ନିକଟରେ ପହଞ୍ଚି ବାବାଙ୍କ ଦର୍ଶନ କରିଥା’ନ୍ତି ଭକ୍ତ । ହେଲେ ବର୍ତ୍ତମାନ ସମୟରେ କେଦାରନାଥ ଧାମର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାର ଲାଗିଛି ।

ଭିଡିଓରେ ଅନେକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଜଣେ ଯୁବକ ଓ ଜଣେ ଯୁବତୀ ମଧ୍ୟ ବାବାଙ୍କୁ ପ୍ରଣାମ କରୁଥିବା ଭିଡିଓରେ ନଜର ଆସିଛନ୍ତି । ଉଭୟ ହଳିଦିଆ ପୋଷାକରେ ରହିଥିବା ବେଳେ ଜଣେ ବ୍ୟକ୍ତି ସେମାନଙ୍କ ପଛରୁ ଭିଡିଓ କରୁଛନ୍ତି । ଖାଲି ସେତିକି ନୁହେଁ, ଯୁବତୀ ଜଣକ ପ୍ରଣାମ କରିବା ସମୟରେ ଯୁବକ ଜଣଙ୍କୁ ମୁଦି ପିନ୍ଧାଇ ପ୍ରେମ ନିବେଦନ କରୁଥିବା ଦେଖିବାକୁ ମିଳୁଛି ।

ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଥିବାବେଳେ ଆନେକ ଦର୍ଶକ ଏହାକୁ ନେଇ ନିଜର ମତାମତ ଦେଇଥିବା ଦେଖିବାକୁ ମିଳିଛି । ବହୁ ଦର୍ଶକ ଧାର୍ମିକ ସ୍ଥଳରେ ଏହାକୁ ଭୁଲ ବୋଲି କହିଥିବାବେଳେ କିଛି ଲୋକ ଏହାକୁ ଅତି ସୁନ୍ଦର ପ୍ରେମ ବୋଲି କହିଛନ୍ତି । ଭିଡିଓଟି ଜୁଲାଇ ୧ ତାରିଖର ବୋଲି ଜଣାପଡ଼ିଛି ।

ଏହାକୁ ନେଇ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ସଭାପତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଧାର୍ମିକ ସ୍ଥାନର କିଛି ପରମ୍ପରା, ସମ୍ମାନ ଓ ବିଶ୍ୱାସ ରହିଛି । ଭକ୍ତମାନେ ସେହି ଅନୁଯାୟୀ ଆଚରଣ କରିବା ଉଚିତ୍ । ତାହାଛଡ଼ା କମିଟିର କାର୍ଯ୍ୟ କେବଳ ମନ୍ଦିରର ପରିଚାଳନା ଏବଂ ଏହାର ଭିତରର ବ୍ୟବସ୍ଥା ଦେଖିବାରେ ସୀମିତ ରହିଛି । ଭାଇରାଲ ହେଉଥିବା ଏହି ଭିଡିଓଟି ମନ୍ଦିର ବାହାରର । ତେବେ ଏହି ଭିଡିଓ ସମ୍ପର୍କରେ ସେ ଆଇନଗତ ମତାମତ ନେବେ ବୋଲି କହିଛନ୍ତି ।