• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାହାଦୁରୀ ମାରୁଥିଲେ, ବନ୍ଧୁକ ଧରି ନାଚୁଥିଲେ, ମାମଲା ରୁଜୁ କଲା ପୋଲିସ । ଏବେ ସମସ୍ତେ ଫେରାର । ରାତି ଅଧରେ ରାସ୍ତା ମଝିରେ ଗାଡ଼ି ରଖି ଉତ୍ପାତ ହେଉଥିଲେ ଦୁର୍ବୃତ୍ତ । ହାତରେ ଥିଲା ମଦ ଗ୍ଲାସ୍ । ପ୍ରଚୁର ନିଶା । ବେକରେ ପଡ଼ିଥିଲା ଦୁଇ ଦୁଇଟି ବଡ଼ ବନ୍ଧୁକ । ମଦରେ ମତୁଆଲା ହୋଇ ରାସ୍ତା ଉପରେ ସୃଷ୍ଟି କରିଥିଲେ ଆତଙ୍କ । ବେକରେ ରାଇଫଲ ପକାଇ ନାଚ କରୁଥିଲେ । ହାତରେ ବନ୍ଧୁକ ଧରି ବୁଲୁଥିଲେ । ଆଉ ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକଙ୍କୁ ଭୟ ଦେଖାଉଥିଲେ । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି ।

ତେବେ ଭିଡିଓ ଭାଇରାଲ ହେବା ପରେ ତାହା ପୋଲିସ ଆଖିରେ ବି ପଡ଼ିଥିଲା । ଗାଜିଆବାଦ୍‌ କମିଶନରେଟ୍ ପୋଲିସ ଭାଇରାଲ ଭିଡିଓ ଆଧାରରେ ଏକ ମାମଲା ରୁଜୁ କରିଛି । ଆଉ ଅଭିଯୁକ୍ତଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଏନେଇ ଉତ୍ତରପ୍ରଦେଶ ଗାଜିଆବାଦ୍‌ ଇନ୍ଦିରାପୁରମ୍‌ର ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଗାଡ଼ି କାହାର ତାହା ମଧ୍ୟ ଜଣାପଡ଼ିଛି । ସେମାନଙ୍କୁ ନୋଟିସ କରାଯାଇଛି । ଫର୍ଚ୍ୟୁନରର ଗାଡ଼ି ନମ୍ବରରୁ ସେମାନଙ୍କୁ ଚିହ୍ନଟ କରାଯାଇଛି । ଆଗକୁ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହାସହ ବନ୍ଧୁକର ଲାଇସେନ୍ସ ଅଛି କି ନାହିଁ ତାହାର ମଧ୍ୟ ତଦନ୍ତ ହେବ । ଖାଲି ସେତିକି ନୁହେଁ ଏଭଳି ଘଟଣା ପୁଣି ଯେମିତି କେବେ କେଉଁଠି ନଘଟେ ସେଭଳି ପଦକ୍ଷେପ ନେବାକୁ ଚେଷ୍ଟା କରିବ ପୋଲିସ ବୋଲି କହିଛନ୍ତି ଇନ୍ଦିରାପୁରମ୍‌ର ଏସ୍‌ପି ।

ଆମେ ସମସ୍ତେ ଜାଣିଛନ୍ତି ଗାଜିଆବାଦ୍ ଏମିତି ଏକ ଅଞ୍ଚଳ ଯେଉଁଠି ଏବେ ବି ଗୁଣ୍ଡାରାଜ ଚାଲେ । ଆଉ ଜୋର ଜାର ମୁଲକ ତାର ନ୍ୟାୟରେ ଲୋକେ ଜୀବନ ବିତାଇଥାନ୍ତି । କାରଣ ବିଭିନ୍ନ ସମୟରେ ୟୁପି ଗାଜିଆବାଦରୁ ଠିକ୍ ଏଭଳି ଖବର ସାମ୍ନାକୁ ଆସେ । ଯେଉଁଠି ଆଇନ୍‌କାନୁନ୍‌ର ଧଜିଆ ଉଡ଼ାଇବା ପାଇଁ କେବେ ବି ଏଭଳି ଗୁଣ୍ଡାମାନେ ପଛାନ୍ତି ନାହିଁ । କିମ୍ବା ପୋଲିସକୁ ଖାତିର କରନ୍ତି ନାହିଁ । 

ତେବେ ଭାଇରାଲ ଭିଡିଓ ଟି ଗାଜିଆବାଦ୍‌ର ଏଲିଭେଟେଡ୍‌ ରୋଡ ବା ଫ୍ଲାଇଓଭର ଉପରେ ରେକର୍ଡ କରାଯାଇଥିବା ଜଣାପଡ଼ିଛି । ଭିଡିଓରେ ମୋଟ ୫ ଜଣ ବ୍ୟକ୍ତି ରହିଛନ୍ତି । ଦୁଇ ଜଣ ନାଚ କରୁଛନ୍ତି ।