• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିରିୟାନୀ କଥା ଶୁଣିଲେ ପାଟିରୁ ଲାଳ ବୋହି ଆସେ । ବିରିୟାନୀ ଖାଇବାକୁ କାହାକୁ ବି ଭଲ ନଲାଗେ । ହୋଟେଲ୍‌ ହେଉ ବା ରେଷ୍ଟୁରାଣ୍ଟ, ସବୁଠି ବିରିୟାନୀର ଚାହିଦା ବହୁତ ଅଧିକ ରହିଥାଏ । ଛୋଟରୁ ବଡ଼ ସମସ୍ତଙ୍କ ପସନ୍ଦ ବିରିୟାନୀ । ବିରିୟାନୀ ଲଭର୍‌ଙ୍କ ପାଇଁ ଖୁସି ଖବର । ଆପଣମାନେ ମୁଖ୍ୟତଃ ଜାଣିଥିବେ ATMରୁ ଟଙ୍କା ବାହାରେ । ଯଦି ଟଙ୍କା ବାହାରିବା ବଦଳରେ କିଛି ମିନିଟ୍‌ ଭିତରେ ବିରିୟାନୀ ବକ୍ସଟେ ବାହାରେ, ତେବେ ଆପଣ ନିଶ୍ଚୟ ଖୁସି ହୋଇଯିବେ । ଚେନ୍ନାଇରେ ପ୍ରଥମଥର ପାଇଁ ବିରିୟାନୀ ଭେଣ୍ଡିଂ ମେସିନ୍ ଦେଖିବାକୁ ମିଳିଛି, ଯାହା ଗ୍ରାହକଙ୍କୁ କିଛି ମିନିଟ୍ ମଧ୍ୟରେ ଗରମ ଗରମ ବିରିୟାନି ସେବା ଯୋଗାଇଦେଉଛି ।

ଅଧିକ ପଢ଼ନ୍ତୁ: ଏଟିଏମ୍‌ରୁ ବାହାରୁଛି ଗରମାଗରମ୍‌ ଇଡଲି : ଲୋକଙ୍କୁ ମିଳିବ ୨୪ ଘଣ୍ଟିଆ ସେବା

ଚେନ୍ନାଇ କୋଲାଟୁରରେ ଏବେ ଏକ ସ୍ୱୟଂଚାଳିତ ବିରିୟାନୀ ମେସିନକୁ ବାଇ ଭେଟୁ କଲ୍ୟାଣମ୍ କିମ୍ବା ବି.ଭି.କେ ବିରିୟାନି ଦ୍ୱାରା ଲଞ୍ଚ କରାଯାଇଛି । ଯେଉଁଥରୁ ବିରିୟାନୀ ଲଭର୍‌ ସହଜରେ ଏବଂ କିଛି ସମୟ ମଧ୍ୟରେ ଗରମ ଓ ତାଜା ବିରିୟାନୀର ମଜା ନେଇପାରିବେ । ତେବେ ଅର୍ଡର କରିବା ପାଇଁ ଏଟିଏମ୍‌ ମେସିନ୍‌ ଭଳି  ୩୨ ଇଞ୍ଚର ଏକ ସ୍କ୍ରିନ୍‌ ରହିଛି, ଯେଉଁଥିରେ ମେନ୍ୟୁ କାର୍ଡ ରହିଛି । ସେଥିରେ ଆପଣ ସହଜରେ ବିରିୟାନୀ ଅର୍ଡର କରିପାରିବେ ।

ବିରିୟାନୀ ଅର୍ଡର କରିବା ମାତ୍ରେ ଆପଣଙ୍କୁ ଅନ୍‌ଲାଇନ୍‌ ପେମେଣ୍ଟ କରିବାକୁ ପଡ଼ିବ । ଆପଣ QR କୋଡ୍‌ ହେଉ ବା କାର୍ଡ ଦ୍ୱାରା ପେମେଣ୍ଟ କରିପାରିବେ । ଥରେ ପେମେଣ୍ଟ ହୋଇଗଲା ପରେ ସ୍କ୍ରିନ୍‌ରେ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯିବ । କିଛି ସମୟ ଭିତରେ ମେସିନ୍‌ର ତଳ ପାର୍ଶ୍ୱରୁ ବିରିୟାନୀ ପ୍ୟାକେଟ୍‌ଟି ବାହାରକୁ ଆସିବ । ଏଥିପାଇଁ ଆପଣଙ୍କୁ ମେସିନ୍‌ର ତଳେ ଥିବା ଛୋଟ କବାଟଟିକୁ ଖୋଲିବାକୁ ପଡ଼ିବ । ଏହାର ପୂରା ପ୍ରକ୍ରିୟା ଫୁଡ୍‌ ଭେଟାଇର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ସେୟାର କରାଯାଇଛି ।

 

BVK ବିରିୟାନି ପକ୍ଷରୁ ୨୦୨୦ ରେ ଏହି ମେସିନ୍‌ର କାମ ଆରମ୍ଭ ହୋଇଥିଲା । ପ୍ରଥମେ ଅର୍ଡର ବିତରଣ ହେବାକୁ ୬୦ ମିନିଟ ସମୟ ଲାଗୁଥିବା ବେଳେ, ପରେ ମାତ୍ର ୩୦ ମିନିଟ୍‌ ସମୟ ଲାଗିଲା ।

 

ଦିନକୁ ଦିନ ସାରା ଦେଶର ବିରିୟାନୀର ଡିମାଣ୍ତ  ବଢ଼ିଛି । ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି ଆପ୍‌ରେ ସବୁଠୁ ଅଧିକ ଚାହିଦା ବିରିୟାନୀର ରହିଥାଏ । ୨୦୨୦ରେ ସ୍ୱିଗି ଆପ୍‌ରେ ଗୋଟିଏ ମିନିଟ୍‌ରେ ୧୩୭ଟି ବିରିୟାନୀ ଅର୍ଡର ହୋଇଥିଲା । ସେହିପରି ଜୋମାଟୋ ଆପ୍‌ର କହିବାନୁଯାୟୀ ପ୍ରତି ମିନିଟ୍‌ରେ ୧୮୬ଟି ବିରିୟାନୀ ଅର୍ଡର ହେଉଛି ।