• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏଟିଏମରୁ ଟଙ୍କା ବାହାର କରିବା କିମ୍ବା ପଠାଇବା କଥା ସମସ୍ତେ ଜାଣନ୍ତି । ହେଲେ ଏଟିଏମ୍‌ ମେସିନ୍‌ରୁ ଖାଦ୍ୟପେୟ ମିଳିବା ପରି ଖବର ବୋଧହୁଏ କେହି ଶୁଣିନଥିବେ । ଏବେ ଏଟିମ୍‌ରୁ ଗରମାଗରମ୍‌ ଇଡଲି ବାହାରିବ । ଏଥିପାଇଁ ବେଙ୍ଗାଲୁରୁରେ ଏକ ଷ୍ଟାର୍ଟଅପ୍ କମ୍ପାନୀ ଇଡଲି ଏଟିଏମ୍ ଆରମ୍ଭ କରିଛି । ଫଳରେ ବେଙ୍ଗାଲୁରୁରେ ରହୁଥିବା ଲୋକମାନେ ୨୪ ଘଣ୍ଟା ତାଜା ଜାତା ଇଡଲିର ମଜା ନେଇପାରିବେ ।

ଇଡଲି, ଦୋଷ ଦକ୍ଷିଣୀ ଲୋକଙ୍କର ଏକ ଲୋକପ୍ରିୟ ଖାଦ୍ୟ । ଦକ୍ଷିଣ ଭାରତରେ ଏହାର ଅଧିକ ଲୋକପ୍ରିୟତା ଥିବାବେଳେ ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏବେ ଇଡଲି, ଦୋସା ଓ ସମ୍ୱରର ଖୁବ୍‌ ଡିମାଣ୍ଡ୍‌ । ଏହାକୁ ଦୃଷ୍ଟିରେ ରଖି ବାଙ୍ଗାଲୋରର ଜଣେ ବ୍ୟବସାୟୀ ଶରଣ ହିରେମଥ ଏବଂ ସୁରେଶ ଚନ୍ଦ୍ରଶେଖରନ୍ ଇଡଲି ମେସିନ୍ ସ୍ଥାପନ କରିଛନ୍ତି । ବର୍ତ୍ତମାନ ଏହି ଇଡଲି ଏଟିଏମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ତିଆରି କରିଥିବା ଜଣେ ଗ୍ରାହକ କହିଛନ୍ତି, ଏହି ମେସିନ୍ ମାଧ୍ୟମରେ ଇଡଲି କିଛି ମିନିଟ ମଧ୍ୟରେ ସହଜରେ ଉପଲବ୍ଧ ହୋଇଯାଉଛି ।

ଅଧିକ ପଢ଼ନ୍ତୁ: ଅନଲାଇନ ଖାଇବା ଅର୍ଡର କରିଥିଲେ ୫ରୁ ୧୦ ମିନିଟ ଅପେକ୍ଷା କରିବାକୁ ପଡ଼ିବ !

୨୦୧୬ରେ ଶରଣ ହିରେମଥ ନିଜ ଅସୁସ୍ଥ ଝିଅ ପାଇଁ ବିଳମ୍ବିତ ରାତିରେ ବଜାରକୁ ବାହାରିଥିଲେ । ହେଲେ ରାତିରେ କୌଣସି ରେଷ୍ଟୁରାଣ୍ଟ ଖୋଲା ନଥିଲା । ଆଉ ସେ ଅସୁସ୍ଥ ଝିଅ ପାଇଁ ଇଡଲି ଆଣିପାରି ନଥିଲେ । ଏହି ଘଟଣା ପରେ ହିଁ ସହରରେ ଗୋଟିଏ ଇଡଲି ମେସିନ୍ ସ୍ଥାପନ କରିବା ପାଇଁ ବିଚାର କରିଥିଲେ । ଫଳରେ ଲୋକଙ୍କୁ ଦିନ ହେଉ କି ରାତି ଇଡଲି ମିଳିପାରିବ ।