• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ସୋସିଆଲ ମିଡିଆର ଯୁଗ । କିଛି ଭଲ ଘଟଣା ହେଉ ବା ଖରାପ, ତାହା ୟୁଜର୍ସମାନେ ଏଠାରେ ଖୁଲମ ଖୁଲା ବୟାନ କରନ୍ତି । ଭଲ ହୋଇଥିଲେ ସ୍ୱାଗତ କରନ୍ତି ଓ ଖରାପ ହୋଇଥିଲେ ତିରସ୍କାର । ଏବେ କିଛି ବି ଘଟଣା ହେଉ ସୋସିଆଲ ମିଡିଆରେ ଖୁବ୍‌ କମ୍‌ ସମୟ ମଧ୍ୟରେ ନିଆଁ ଭଳି ପ୍ରଚାରିତ ହେଉଛି । କୁହାଯାଏ ସୋସିଆଲ ମିଡିଆ ଲୋକଙ୍କୁ ଖରାପ ଦିଗକୁ ନେଉଛି । ଅନ୍ୟପଟେ ଏହା ମଧ୍ୟ କୁହାଯାଏ ସୋସିଆଲ ମିଡିଆ ପାଇଁ ଦେଶ ଦୁନିଆର ଖବର ହାତ ପାହାନ୍ତାରେ ପହଞ୍ଚୁଛି ।

ତେବେ ସବୁବେଳେ ଖବର କିମ୍ବା ମନୋରଞ୍ଜନ ପାଇଁ ସୋସିଆଲ ମିଡିଆ ପରିଚିତ ନୁହେଁ । ଅନେକ ଇମୋସନାଲ କାହାଣୀକୁ ବି ଏଥିରେ ଲୋକେ ଖୁବ୍‌ ପସନ୍ଦ କରନ୍ତି । ଠିକ୍‌ ଏମିତି କିଛି କାହାଣୀ ବା ଫଟୋ ଆମେ ଦେଖାଇବୁ । ଯାହା ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ ।

ଉଦୁଉଦିଆ ଖରାବେଳଟାରେ ଗୋଟିଏ ଗଛ ଡାଳରେ ଶାଢ଼ି ବାନ୍ଧି ଛୁଆକୁ ଝୁଲାଇ ଦେଇଛି ମାଆ । ଆଉ କିଛି ମହିଳା ପୋଲିସ କର୍ମଚାରୀ ତାକୁ ଝୁଲାଉଛନ୍ତି । ଏମିତିକି ଛୁଆକୁ ଦେଖି ସମସ୍ତଙ୍କ ମୁହଁରେ ଏକ ସ୍ମିତ ହାସ୍ୟ ଦେଖିବାକୁ ମିଳିଛି । ଏଭଳି ଏକ ଫଟୋ ଏବେ ସୋସିଆଲ ମିଡିଆ ଟ୍ୱିଟରରେ ଭାଇରାଲ ହୋଇଛି । ଯାହାକୁ ଲୋକ ଖୁବ୍‌ ପସନ୍ଦ କରିଛନ୍ତି । ଏହି ଫଟୋ ତାମିଲ ନାଡ଼ୁ ପୋଲିସ ପକ୍ଷରୁ ପୋଷ୍ଟ କରାଯାଇଥିଲା ।

ତେବେ ପୁରା ଘଟଣାଟି ହେଉଛି, ଜଣେ ମାଆ ସବ୍‌ଇନ୍‌ସ୍ପେକ୍ଟର ଭାବେ ରିଟିନ୍‌ ଟେଷ୍ଟରେ ପାସ୍‌ କରିବା ପରେ ସାର୍ଟିଫିକେଟ୍‌ ଭେରିଫିକେସନ୍‌ରେ ବି ପାସ୍‌ କରିସାରିଥିଲେ । ଆଉ ଏବେ ଆସିଛନ୍ତି ଫିଟ୍‌ନେସ୍‌ ଟେଷ୍ଟ ଦେବାକୁ । ଆଉ ସାଥିରେ ଆଣିଥିଲେ ତାଙ୍କ କୁନି ଛୁଆକୁ । କାରଣ ତାଙ୍କ ଘରେ ଛୁଆର ଦେଖାଶୁଣା କରିବାକୁ ଅନ୍ୟ କେହି ନାହାନ୍ତି । ଏହି ଘଟଣା ହେଉଛି ତାମିଲନାଡ଼ୁର ତ୍ରିଚୀ ଅଞ୍ଚଳର ।

ରିଟିନ୍‌ ଟେଟ ଏବଂ ସାର୍ଟିଫିକେଟ୍‌ ଭେରିଫିକେସନ୍‌ରେ ପାସ୍‌ କରିବା ପରେ ୨୩୩ ଜଣ କ୍ୟାଣ୍ଡିଡେଟ୍‌ ସିଲେକ୍ସନ୍‌ ହୋଇଥିଲେ । ପରେ ସେମାନଙ୍କର ଫିଟ୍‌ନେସ୍‌ ଟେଷ୍ଟ କରାଯାଇଥିଲା । ଫିଟ୍‌ନେସ୍‌ ଟେଷ୍ଟରେ ହାଇଟ୍‌, ୱେଟ୍‌ ଏବଂ ଷ୍ଟାମିନା ପରୀକ୍ଷା କରାଯାଏ ।

କଡ଼ାକଡ଼ି ନିୟମ କାରଣରୁ କ୍ୟାଣ୍ଡିଡେଟ୍‌ଙ୍କର କୌଣସି ସମ୍ପର୍କୀୟ କିମ୍ବା କୌଣସି ବନ୍ଧୁ ପଡ଼ିଆ ଭିତରକୁ ପ୍ରବେଶ କରିପାରିବେ ନାହିଁ ।

ତେବେ ଏହିରି ଭିତରେ ମାଆ ଜଣକ ନିଜ ଛୁଆକୁ ଗଛ ଡାଳରେ ଶାଢ଼ି ବାନ୍ଧି ଝୁଲା କରି ସେଥିରେ ଶୁଆଇବାକୁ ବାଧ୍ୟ ହେଲେ । ଆଉ ଚିନ୍ତିତ ଥିଲେ ଯେ ଛୁଆକୁ କେମିତି ଛାଡ଼ିବେ । କାରଣ ଥରେ ପଡ଼ିଆ ମଧ୍ୟରେ ଫିଟ୍‌ନେସ୍‌ ଟେଷ୍ଟ ପାଇଁ ପ୍ରବେଶ କଲେ କେତେବଳେ ସେଠାରୁ ବାହାରି ହେବ ତାର କୌଣସି ନିର୍ଦ୍ଧିଷ୍ଟ ସମୟ ନାହିଁ । ହେଲେ ଭଗବାନଙ୍କ କୃପାରୁ ସେଠାରେ ନିୟୋଜିତ ଥିବା ମହିଳା ପୋଲିସ କର୍ମଚାରୀମାନେ ସେହି ଛୁଆକୁ ଜଗିଥିଲେ । ଆଉ ଝୁଲା ଝୁଲାଉଥିଲେ । ଏହି ଫଟୋ ତାମିଲ ନାଡ଼ୁ ପୋଲିସ ପକ୍ଷରୁ ଟ୍ୱିଟ୍‌ କରାଯାଇଥିଲା । ଆଉ ଲୋକେ ଏହାକୁ ଖୁବ୍‌ ପସନ୍ଦ କରିଛନ୍ତି ।