• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଦ୍ୟୁତ୍‌ କର୍ମଚାରୀଙ୍କୁ ପାନେ । ବାରମ୍ବାର କରୁଥିଲେ ପାୱାର କଟ୍‌, ଅଫିସରେ କୁମ୍ଭୀର ପୂରାଇଦେଲେ ଲୋକେ । ବହୁବାର ଅଭିଯୋଗ ପରେ ବି ଗୁହାରି ଶୁଣୁ ନଥିଲେ କେହି । ଫଳରେ ଜଣେ ଚାଷୀ ରାଗିଯାଇ ବିଦ୍ୟୁତ ବିଭାଗ ଅଫିସରେ ଛାଡ଼ିଦେଲେ କୁମ୍ଭୀର । ଭୟରେ ଥରହର ହେଲେ କର୍ମଚାରୀ । ଜୀବନ ବିକଳରେ ଏଣେତେଣେ ଦୌଡିଲେ ।

କର୍ଣ୍ଣାଟକର ବିଜୟପୁରାରେ ଏଭଳି କିଛି ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି । ବାରମ୍ବାର ବିଦ୍ୟୁତ୍‌ କାଟକୁ ନେଇ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏପରି କାଣ୍ଡ ଭିଆଇଛନ୍ତି ଲୋକେ । ସୂଚନା ଅନୁସାରେ ବିଜୟପୁରାରେ ବାରମ୍ବାର ବିଦ୍ୟୁତ୍‌ କାଟ୍‌ କରାଯାଉଥିଲା । ଯାହାଫଳରେ ଚାଷୀମାନେ ଚାଷ କାମ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଆଉ ଏହାକୁ ନେଇ ବାରମ୍ବାର ଅଭିଯୋଗ ମଧ୍ୟ କରିଆସୁଥିଲେ । ହେଲେ ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ଏପରି ଅଭିନବ ପ୍ରତିବାଦ କରାଯାଇଛି ।

ଜଣେ ଚାଷୀ ଏକ ଟ୍ରାକ୍ଟରରେ କୁମ୍ଭୀରଟିକୁ ଭର୍ତ୍ତି କରି ବିଦ୍ୟୁତ ବିଭାଗ ଅଫିସ ବା ହେସ୍‌କମ୍‌ ଅଫିସରେ ଛାଡ଼ି ଦେଇଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଚାଷୀ ଜଣକ କହିଛନ୍ତି ଯେ, ସେ ଚାଷ ଜମିରେ ପାଣି ମଡ଼ାଇବାକୁ ଯିବା ସମୟରେ କୁମ୍ଭୀରଟିକୁ ଦେଖିଥିଲେ । ଏହା ପରେ ଗ୍ରାମବାସୀଙ୍କ ସହାୟତାରେ କୁମ୍ଭୀରଟିକୁ କାବୁ କରାଯାଇଥିଲା । ପରେ ପରେ ତାକୁ ବାନ୍ଧିବା ସହ ଏକ ଟ୍ରାକ୍ଟର ସାହାଯ୍ୟରେ ନେଇ ବିଦ୍ୟୁତ୍‌ ବିଭାଗର ଅଫିସରେ ଛାଡ଼ି ଦେଇଥିଲେ ।

କୁମ୍ଭୀରଟିକୁ ଦେଖି କର୍ମଚାରୀମାନେ ଭୟଭୀତ ହୋଇ ପୋଲିସ ଓ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ । ସେଠାରେ ବନକର୍ମଚାରୀ ମାନେ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡ଼ିଦେଇଛନ୍ତି । ଅନ୍ୟପରେ ବିଦ୍ୟୁତ୍‌ କର୍ମଚାରୀମାନେ ଆଗକୁ ଆଉ ଏପରି ବିଦ୍ୟୁତ୍‌ କାଟ୍‌ କରାଯିବ ନେହିଁ ବୋଲି ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।